ଛତ୍ରପୁର, (ବି.ବି.ନୁ୍ୟଜ୍): ଛତ୍ରପୁର ଥାନା ପାଲିଆ ଛତ୍ରପୁର ନିକଟ ଜାତୀୟ ରାଜପଥରେ ସ୍କୋର୍ପିଓ ଧକ୍କାରେ ସାଇକେଲ ଚାଳକ ପି.ସିମାଞ୍ଚଳ ରାଓ(୬୫) ଗୁରୁତର ଆହାତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଛତ୍ରପୁର ଡାକ୍ତରଖାନା ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଉତ୍ତ୍ୟକ୍ତ ଜନସାଧାରଣ ଦୁର୍ଘଟଣା ଘଟାଇଥିବା ସ୍ଲୋର୍ପିଓ ଜବତ କରି ଛତ୍ରପୁର ପୁଲିସ ଜିମା ଦେଇଥିଲେ । ଛତ୍ରପୁର ପୁଲିସ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ଡ୍ରାଇଭରକୁ ଅଟକ ରଖିବା ସହ ଗାଡ଼ିକୁ ଜବତ କରିଛି । ମିଳିଥିବା ସୂଚନା ମୁତାବକ ଆଜି ପୂର୍ବାହ୍ନ ୧୧ଟାରେ ପାଲିଆ ଛତ୍ରପୁର ଗ୍ରାମର ପି.ସିମାଞ୍ଚଳ ରାଓ ଜାତୀୟ ରାଜପଥ ଅତିକ୍ରମ କରୁଥିବା ବେଳେ ଏକ ସ୍କୋର୍ପିଓ (ଟିଏସ୍୦୭ଏଫଭି-୧୪୪୪) ଧକ୍କା ଦେଇଥିଲା । ଯହାଫଳରେ ସାଇକେଲ ଚାଳକଙ୍କ ଗୋଡ଼ ଜଖମ ହୋଇଥିଲା । ସ୍ଲୋର୍ପିଓ ଗାଡ଼ିଟି ଜାତୀୟ ରାଜପଥ ବିଭାଗରେ ଠିକା କାମ କରୁଥିବା ଏକ ଘରୋଇ କମ୍ପାନିର ବୋଲି ପୁଲିସ କହିଛି ।


Comments are closed, but trackbacks and pingbacks are open.