ଲୋଇସିଂହା ବ୍ଲକ୍ରେ ଡେଙ୍ଗୁ:ଜଣେ ମୃତ, ୩ ଚିହ୍ନଟ

Get real time updates directly on you device, subscribe now.

ବୁର୍ଲା, (ବି.ବି.ନୁ୍ୟଜ୍): ଆଜି ବୁର୍ଲା ଭିମସାରରେ ୩ ଜଣ ରୋଗୀଙ୍କୁ ଡେ଼ଙ୍ଗୁରୋଗ ହୋଇଥିବା ଚିହ୍ନଟ ହୋଇଛି । ସମସ୍ତ ରୋଗୀ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ଅଞ୍ଚଳର ବୋଲି ଜଣାପଡ଼ିଛି । ସମସ୍ତେ ତାମିଲନାଡ଼ୁର ଏକ କପଡ଼ା ଫ୍ୟାକ୍ଟ୍ରିରେ କାମ କରୁଥିବା କୁହାଯାଇଛି । ସେହିପରି ଏହି ବ୍ଳକ୍ର ଅନ୍ୟ ଜଣେ ଯିଏ ତାମିଲନାଡ଼ୁରେ ରହି କାମ କରୁଥିଲେ ଡେଙ୍ଗୁରେ ଆକ୍ରାନ୍ତ ହେବା ପରେ ସେଠାରେ ତାଙ୍କ ମୃତୁ୍ୟ ଘଟିଥିବା ଖବର ମିଳିଛି । ଗୋଟିଏ ଗାଁର ତିନିତିନି ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି ।
ସୂଚନା ମୁତାବକ ତାମିଲନାଡ଼ୁର ଏକ କପଡ଼ା ଫ୍ୟାକ୍ଟ୍ରିରେ ଶ୍ରମିକ ଭାବେ କାମ କରୁଥିବା ୩ ଜଣ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବାରୁ ସେମାନେ ଦୁଇଦିନ ତଳେ ଗାଁକୁ ଚାଲିଆସିଥିଲେ । ଗତକାଲି ବଲାଙ୍ଗୀର ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଥିଲେ । ସେଠାରୁ ତାଙ୍କୁ ବୁର୍ଲା ପଠାଯାଇଥିଲା । ମାତ୍ର ସେମାନେ ବଲାଙ୍ଗୀରରୁ ବରଗଡ଼ସ୍ଥିତ ଏକ ଘରୋଇ ଡାକ୍ତରଖାନା ଆସିଥିଲେ । ସେଠାରୁ ଆଜି ବୁର୍ଲା ଆସିବା ପରେ ସେମାନଙ୍କୁ ଡେଙ୍ଗୁ ହୋଇଥିବା ସ୍ପଷ୍ଟ ହୋଇଛି । ବୁର୍ଲା ଡାକ୍ତରଖାନାର ଡେଙ୍ଗୁ ୱାଡର଼୍ରେ ରଖି ସେମାନଙ୍କ ଚିକିତ୍ସା କରାଯାଉଛି ।
ସୂଚନାଯୋଗ୍ୟ ୪ ଦିନ ତଳେ ଏହି ବ୍ଲକ୍୍ ଅଞ୍ଚଳର ତାମିଲନାଡ଼ୁ କାମ କରୁଥିବା ଅନ୍ୟ ଜଣେ ଯୁବକଙ୍କଠାରେ ମଧ୍ୟ ଡେଙ୍ଗୁ ଚିହ୍ନଟ ହୋଇଥିଲା । ଆଉ ସେଠାରେ ତାଙ୍କର ମୃତୁ୍ୟ ହୋଇଛି । ସମସ୍ତ ଡେଙ୍ଗୁରୋଗୀ ତାମିଲନାଡ଼ୁରେ ଥିବା ବେଳେ ସଂକ୍ରମିତ ହୋଇଥିବା ଡାକ୍ତରଖାନା ପକ୍ଷରୁ କୁହାଯାଉଛି । ଗୋଟିଏ ଗାଁରୁ ଏତେ ସଂଖ୍ୟକ ରୋଗୀଙ୍କ ଠାରେ ଡେଙ୍ଗୁ ଚିହ୍ନଟ ହେବା ପରେ ସ୍ଥାନୀୟ ପ୍ରଶାସନ ଏହାର ପ୍ରତିକାର ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବା ସହ ଡାକ୍ତରୀ ଦଳ ପଠାଇ ଆବଶ୍ୟକ ସେଚେତନତା ଓ ଚିକିତ୍ସା କରିବାକୁ ଦାବି ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons