ନକ୍ସଲଙ୍କ ଯୋଜନା ପଣ୍ଡ:ଜଙ୍ଗଲରୁ ମିଳିଲା ବିପୁଳ ବିସ୍ଫୋରକ

Get real time updates directly on you device, subscribe now.

ରାଉରକେଲା,(ବି.ବି.ନୁ୍ୟଜ୍): ଗତ କିଛି ଦିନ ହେବ ନକ୍ସଲମାନଙ୍କ ଗତିବିଧି ବୃଦ୍ଧି ପାଇବା ସହ ଯବାନମାନଙ୍କୁ ଟାର୍ଗେଟ କରିବା ଲାଗି ବିସ୍ଫୋରକ ସାମଗ୍ରୀ ଗଚ୍ଛିତ ରଖିଥିଲେ । ନକ୍ସଲଙ୍କ ଏହି ଯୋଜନାକୁ ଯବାନମାନେ ପଣ୍ଡ କରିବା ସହ ବିସ୍ଫୋରକ ସାମଗ୍ରୀକୁ ଜବତ କରିଛନ୍ତି ।
ସମ୍ବଲପୁର-ଦେବଗଡ଼-ସୁନ୍ଦରଗଡ଼ (ଏସ୍ଡିଏସ୍) ଡିଭିଜନର ମୁଖ୍ୟ ଅନମୋଲ ହେମ୍ବ୍ରମ ଓରଫ ସମରଜୀଙ୍କ ନେତୃତ୍ୱରେ ନକ୍ସଲମାନେ ବିଭିନ୍ନ ଅଞ୍ଚଳରେ ନିଜ ଗତିବିଧି ବଢ଼ାଇଥିଲେ । ଏହି ଖବର ପାଇବା ପରେ ୧୯ ବାଟାଲିୟନ ସିଆରପିଏଫ୍ କମାଣ୍ଡାଣ୍ଟ ରାଜେଶ କୁମାର ଏବଂ ଏସ୍ପି କେ. ଶିବା ସୁବ୍ରମଣୀଙ୍କ ନିଦେ୍ର୍ଧଶ କ୍ରମେ ଯବାନ ଓ ବୋମା ନିଷ୍କ୍ରିୟକାରୀ ଦଳ ଗତ ୧୧ ତାରିଖରୁ ଦକ୍ଷିଣ ଚମ୍ପାଝରଣ ସଂରକ୍ଷିତ ଜଙ୍ଗଲ, ବେତଝରଣ, ଗେଟିଝରଣ ଓ ଏହାକୁ ଲାଗି ରହିଥିବା ଗ୍ରାମଗୁଡ଼ିକରେ ସର୍ଚ୍ଚ ଅପରେସନ ଚଳାଇ ଥିଲେ । ଆଜି ସକାଳେ ଲାଠିକଟା ଥାନା ଅନ୍ତର୍ଗତ ଦକ୍ଷିଣ ଚରୁବେଡା ସଂରକ୍ଷିତ ଜଙ୍ଗଲରେ ଅପରେସନ ଚଳାଇଥିବା ବେଳେ ସେଠାରେ ନକ୍ସଲମାନେ ଲୁଚାଇ ରଖିଥିବା ୧ କିଲୋ ବିସ୍ଫୋଟକ ପଦାର୍ଥ, ୪୦ ମିଟର ବିଦୁ୍ୟତ ତାର, ଜାପାନ ତିଆରି ଇନ୍ଟରସେଫ୍ଟର ସେଟ୍, ୪ଟି ଡେଟୋନେଟର ଓ ପିଠୁ ଜବତ କରାଯାଇଛି । ଯବାନମାନଙ୍କୁ ମାରିବା ଲାଗି ନକ୍ସଲମାନେ ଏହି ବିସ୍ଫୋଟକ ପଦାର୍ଥ ରଖିଥିବା ସିଆରପିଏଫ୍ ପକ୍ଷରୁ କୁହାଯାଇଛି । ଏହି ଘଟଣା ପରେ କମ୍ବିଂ ଅପରେସନକୁ ଆହୁରି ଜୋରଦାର କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons