୩ ପିଏଲ୍ଏଫ୍ଆଇ ସଦସ୍ୟ ଗିରଫ

Get real time updates directly on you device, subscribe now.

ରାଉରକେଲା,(ବି.ବି.ନୁ୍ୟଜ୍): ଓଡ଼ିଶା, ଝାଡଖଣ୍ଡ ଓ ଛତିଶଗଡ଼ ରାଜ୍ୟରେ ଗତ ୩ ବର୍ଷ ହେଲା ସକ୍ରିୟ ଥିବା ପିପୁଲ୍ସ ଲିବରେସନ ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଲ୍ଏଫ୍ଆଇ)ର ୩ ଜଣ ସଦସ୍ୟଙ୍କୁ ରାଉରକେଲା ପୁଲିସ୍ ଗିରଫ କରିଛି । ଏମାନେ ବହୁ ହତ୍ୟା ଓ ଗୁଳିକାଣ୍ଡରେ ସଂପୃକ୍ତ ଥିଲେ । ସେମାନଙ୍କ ଠାରୁ ଦୁଇଟି ପିସ୍ତଲ, ଗୋଟିଏ ଭୁଜାଲି ଓ ଦୁଇ ରାଉଣ୍ଡ ଅଫୁଟା ଗୁଳି ଜବତ କରାଯାଇଛି ।
ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ ଏବଂ ରାଉରକେଲା ଏସ୍ପି କେ. ଶିବା ସୁବ୍ରମଣୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ଯେ ଗତକାଲି ରାତି ସାଢେ଼ ୮ଟା ସମୟରେ ବିଶ୍ରା ଥାନା ଅନ୍ତର୍ଗତ ଭାଲୁଲତା ସାପ୍ତାହିକ ବଜାର ନିକଟରେ ପେଟ୍ରୋଲ ପମ୍ପରେ ଡକାୟତି କରିବା ଲାଗି ଯୋଜନା କରୁଥିଲେ ପିଏଲ୍ଏଫ୍ଆଇ ସଦସ୍ୟ ପବନ ତାନିବାଡିଂ ଓରଫ ଖୁଣ୍ଟା (୨୪), ସାମୁଏଲ ସଏ ମୁର୍ମୁ (୨୨) ଓ ରାଜେଶ ବିରୁଆ (୪୫) । କୌଣସି ସୂତ୍ରରୁ ଖବର ପାଇ ବିଶ୍ରା ପୁଲିସ୍ ସେଠାରେ ଚଢ଼ାଉ କରି ଏହି ତିନି ଜଣଙ୍କୁ ଧରିଥିଲା । ସେମାନଙ୍କ ଠାରୁ ଦୁଇଟି ପିସ୍ତଲ, ଦୁଇ ରାଉଣ୍ଡ ଅଫୁଟା ଗୁଳି ଓ ଗୋଟିଏ ଭୁଜାଲି ଜବତ କରାଯାଇଛି । ପିଏଲ୍ଏଫ୍ଆଇ ମୁଖ୍ୟ ତଥା ଝାଡଖଣ୍ଡର ଦିନେଶ ଗୋପ ଓ ଏରିଆ କମାଣ୍ଡର ସଞ୍ଚାର ସୋରେନଙ୍କ ଅଧୀନରେ ଏହି ତିନି ଜଣ ଓଡ଼ିଶା, ଝାଡଖଣ୍ଡ ଓ ଛତିଶଗଡ଼ ଅଞ୍ଚଳରେ ଠିକାଦାର, ଖଣି ମାଲିକ ଓ ବ୍ୟବସାୟୀମାନଙ୍କ ଠାରୁ ମୋଟା ଅଙ୍କର ଦାଦାବଟି ଆଦାୟ କରୁଥିଲେ । ଯେଉଁମାନେ ଟଙ୍କା ଦେଉନଥିଲେ ସେମାନଙ୍କୁ ଗୁଳି କରି ହତ୍ୟା କରାଯାଉଥିଲା । ଏପରିକି ପିସ୍ତଲ ମୁନରେ ମଧ୍ୟ ଏମାନେ ଟଙ୍କା ଆଦାୟ କରୁଥିଲେ । ଆହୁରି ଜଣାପଡ଼ିଛି ଯେ, ୨୦୧୭ ନଭେମ୍ବର ମାସ ୪ ତାରିଖରେ ପବନ ଓ ତାର ସୁନୀଲ ଓ ଗୋବିନ୍ଦ ମିଶି ଖୁଣ୍ଟି ଅଞ୍ଚଳରେ ନୋଗା ମୁଣ୍ଡାଙ୍କୁୁ ଗୁଳି କରି ହତ୍ୟା କରିଥିଲେ । ସେହିପରି ଚକ୍ରଧରପୁର ଅଞ୍ଚଳରେ ଗତ ଫେବୃଆରୀ ମାସରେ ପବନ ଓ ତାର ସହଯୋଗୀ ସବାନ, ଅଲଫ୍ରେଡ୍, ସୁରେଶ ବେଦ୍ରା, ଅଜିତ ଲମ୍ବା ଜେସିବି ଚାଳକ ଯୋଗେଶ ତୁରୀଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏମାନଙ୍କ ନାମରେ ଆଉ କେଉଁ ଥାନାରେ ମାମଲା ରହିଛି କି ନାହିଁ ତାହାର ତଦନ୍ତ କରାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons