ସାତ ମାସର ଝିଅକୁ ବାପା ମାରିଦେଲା ବୋଲି ମା’ର ଅଭିଯୋଗ

Get real time updates directly on you device, subscribe now.

ବଲାଙ୍ଗୀର:ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ଥାନାରେ ଏକ ଅଭାବନୀୟ ଅଭିଯୋଗ ହୋଇଛି । ୭ମାସର ଛୁଆକୁ ବାପା ମାରିଦେଇଥିବା ଛୁଆର ମା ଅଭିଯୋଗ କରିଛନ୍ତି । ନେଇ ଅଭିଯୋଗ ପରେ ଟିଟିଲାଗଡ଼ ଅଂଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଟିଟିଲାଗଡ଼ ଥାନା ମାଣିଗାଓଁ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା ।
ଗତକାଲି ସ୍ବାମୀ ସ୍ତ୍ରୀ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା । କଥା କଟାକଟିରୁ ସ୍ବାମୀ- ସ୍ତ୍ରୀ ଙ୍କ ମଧ୍ୟରେ ହାତାହାତି ବି ହୋଇଥିଲା । ଝଗଡା ପରେ ସ୍ତ୍ରୀ ଛୁଆକୁ ନେଇ ତାଙ୍କ ବାପା ଘରକୁ ଚାଲିଯାଇଥିଲେ । ତେବେ ହାତାହାତି ବେଳେ ଛୁଆ ଦେହରେ ମାଡ ବାଜିଥିଲା ଓ ଏଥି ଯୋଗୁ ଛୁଆର ଆଜି ମୃତ୍ୟୁ ହୋଇଥିବା ମା ଅଭିଯୋଗ କରିଛନ୍ତି ।
ସେ ପଟେ ମୃତ ସାତ ମାସର ଛୁଆର ଦେହ ଭଲ ନ ଥିଲା । ସେଥିପାଇଁ ତାର ମୃତ୍ୟୁ ହୋଇଛି । ରାଗ ରଖି ମୋ ଉପରେ ସ୍ତ୍ରୀ ଜାଣିଶୁଣି ମିଛ ଅଭିଯୋଗ କରୁଛି । ମୁ ମୋ ଛୋଟ ଛୁଆକୁ କେମିତି ମାରିପାରିବି ବୋଲି ସଫେଇଦେଇଛି ବାପା ।. ତେବେ ମା ର ଅଭିଯୋଗ ଆଧାରରେ ପୋଲିସ ବାପାକୁ ଅଟକ ରଖି ପଚରାଉଚୁରା କରିବା ସହ ମୃତ ଶିଶୁର ଶବକୁ ପୋଷ୍ଟ ମର୍ଟମ ପାଇଁ ପଠାଇଛି ପୋଲିସ ।
ସେପଟେ ମୃତ ଶିଶୁର ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ହିଁ କହିହେବ ଶିଶୁର ମୃତ୍ୟୁର କାରଣ କଣ ବୋଲି କହିଛନ୍ତି ଟିଟିଲାହଡ ଆଇଆଇସି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons