ଭଦ୍ରକ: ଆଖି ନେବାକୁ ଏତେ ତରତର ହେଲେ ଯେ ଭୁଲିଗଲେ ସବୁ ନିୟମ । ଠିକ ନାମ ବଦଳରେ ଡାକ ନାମ ନେଇ ଚକ୍ଷୁ ଦାନ ସାର୍ଟିଫିକେଟ ଦେଲେ । ପୁଣି ସବୁ ନିୟମକୁ ଉଲଂଘନ କରି ସୂର୍ୟ୍ୟାସ୍ତ ପରେ ଶବ ବ୍ୟବଛେଦ କରିଥିବା ଅଭିଯୋଗ ହୋଇଛି । ଏମିତି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଟାଉନଥାନା ବାଗୁରାଇ ଆଦିବାସୀ କଲୋନୀ ମୃତ ବୀର ଗାଗାରାଇ ଓରଫ ନଣ୍ଡା ଗାଗାରାଇ ଙ୍କ ପରିବାର ରୁ ।
ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ଏବେ ସ୍ବଇଛାରେ ଚକ୍ଷୁଦାନ କରିଥିବା ଦର୍ଶାଇ ଆଖି ତାଡି ନେଇଥିବା ଘଟଣାରେ ନୂଆନୂଆ ତଥ୍ୟ ସାମ୍ନା କୁ ଆସିଲାଣି । ତେବେ ସବୁ ଅଭିଯୋଗ ଯଦି ସତ ତେବେ ଅଙ୍ଗଦାନ ପାଇଁ କଣ ସତରେ ରାକେଟ ସକ୍ରିୟ । ଆସନ୍ତୁ ଦେଖିବା ଅଜାଣତରେ ଆଖି ତାଡି ନେବା ଘଟଣା ପଛର ସତ ।
ସନ୍ଧ୍ୟା ପରେ ଶବ ବ୍ୟବଛେଦ ହେବ ନାହିଁ । ପୁଣି କାଲି ସକାଳେ ସେ ଶବ ବ୍ୟବଛେଦ ପରେ ମୃତଦେହ ଘରକୁ ନେବ । ପୁଣି କିଛି ସମୟ ପରେ ମୋବାଇଲ ବାର୍ତ୍ତାଳାପ ପରେ କହିଲେ ମୃତଦେହ ଆଣ ଗୋଟେ କି ଦୁଇଟା ଶବ ଅଛି ବ୍ୟବଛେଦ କରିଦେବା । ଏହି କାଗଜରେ ଦସ୍ତଖତ କର । ଏମିତି କହି ଡାକ୍ତର ସୂର୍ୟ୍ୟାସ୍ତ ପରେ ମଧ୍ୟ ଶବ ବ୍ୟବଚ୍ଛେଦ କଲେ ଆଉ ତାଡିନେଲେ ଆଖି ।
ଏମିତି ସାଂଘାତିକ ଅଭିଯୋଗ କରିଛନ୍ତି ଚମ୍ପା ଗାଗାରାଇ । ଭଦ୍ରକ ସହର ର ବାଗୁରାଇ ଆଦିବାସୀ କଲୋନୀରେ ବୀର ଗାଗାରାଇ ଓରଫ ନଣ୍ଡା ଗାଗାରାଇଙ୍କ ଘର । ପାରିବାରିକ କଳହ ପାଇଁ ନଣ୍ଡା ଗତ ସାତ ତାରିଖରେ ବିଷ ପିଇଦେଇଥିଲେ । ଘର ଲୋକେ ତାଙ୍କୁ ପ୍ରଥମେ ଭଦ୍ରକ ମୁଖ୍ୟ ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସସିବି କୁ ସ୍ଥାନାନ୍ତର କରାଯାଇଥିଲା ।


Comments are closed, but trackbacks and pingbacks are open.