ଆନନ୍ଦପୁର: ଶିକ୍ଷକଙ୍କଠାରୁ ଲାଂଚ ନେଉଥିବା ବେଳେ ଧରା ପଡିଲେ ଘସିପୁରା ବ୍ଲକ୍ ଶିକ୍ଷା ଅଧିକାରୀ କାର୍ୟ୍ୟାଳୟର କିରାଣୀ ସନ୍ତୋଷ ଧିର । ଶିକ୍ଷକଙ୍କର ଏକ କାମ କରାଇଦେବା ପାଇଁ ବାରମ୍ବାର ଅନୁରୋଧ କରିବା ସତ୍ତ୍ବେ କରୁନଥିଲେ କିରାଣୀ ସନ୍ତୋଷ ଧିର । ଏନେଇ ଶିକ୍ଷକ ଜଣଙ୍କ ଭିଜିଲାନ୍ସ ବିଭାଗରେ ଜଣାଇବା ପରେ ଆଜି ଲାଞ୍ଚ କାରବାର ସମୟରେ ରେଡ୍ କରି ଭିଜିଲାନ୍ସ ବିଭାଗ ପକ୍ଷରୁ ଲାଂଚ ଟଙ୍କା ଜବତ କରାଯାଇଛି ।
ଉଭୟ ଅଭିଯୋଗକାରୀ ଶିକ୍ଷକ ଓ ଅଭିଯୁକ୍ତ କିରାଣୀଙ୍କୁ ଅଧିକ ତଦନ୍ତ ପାଇଁ କେନ୍ଦୁଝର ଭିଜିଲାନ୍ସ ମୁଖ୍ୟାଳୟକୁ ନିଆଯାଇଛି । ତେବେ ଏ ସମ୍ପର୍କରେ ଦାୟିତ୍ଵରେ ଥିବା ବିଇଓଙ୍କୁ ପଚାରିବାରୁ ଭିଜିଲାନ୍ସ ରେଡ୍ କଥା ସ୍ବୀକାର କରିଥିବା ବେଳେ ପୂର୍ବରୁ ଏ ନେଇ କୌଣସି ନିର୍ଦ୍ଧିଷ୍ଟ ଅଭିଯୋଗ ନଥିବା କହିଛନ୍ତି ।
Comments are closed, but trackbacks and pingbacks are open.