ବାଙ୍ଗିରିପୋଷି,(ବି.ବି.ନୁ୍ୟଜ୍): କିଛିଦିନର ବ୍ୟବଧାନ ପରେ ସୋମବାର ପୁଣି ଥରେ ରକ୍ତରଞ୍ଜିତ ହୋଇଛି ଦ୍ୱାରଶୁଣି ଘାଟି । ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ସତ୍ତେ୍ୱ ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ ନଂ. ଜାତୀୟ ରାଜପଥର ଏହି ଘାଟି ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଇଚାଲିଛି । ସକାଳ ୬ଟାରେ ଏହି ଘାଟି ରାସ୍ତାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ୨ଜଣଙ୍କ ମୃତୁ୍ୟ ଘଟିଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ, ଏକ ଲୁହା ବୋଝେଇ ଟ୍ରକ୍ (ନଂ. ସିଜି୦୪ଏଲଏଲ୩୪୭୪) ଏହି ରାସ୍ତା ଦେଇ ରାଇପୁରରୁ କୋଲକାତା ଅଭିମୁଖେ ଯାଉଥିବାବେଳେ ଦ୍ୱାରଶୁଣି ଘାଟିର ଶେଷ ବୁଲାଣିରେ ଭାରସାମ୍ୟ ହରାଇ ପ୍ରାୟ ୫୦ ଫୁଟ ତଳକୁ ଖସିପଡ଼ିଥିଲା । ଏଥିରେ ଟ୍ରକର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗୁ ଚୁରମାର ହୋଇଯାଇଥିଲା । ଗାଡ଼ି ମଧ୍ୟରେ ଚାଳକଙ୍କ ସମେତ ଅନ୍ୟ ୨ଜଣ ଚାପିହୋଇ ରହିଥିଲେ । ଖବରପାଇ ବାଙ୍ଗିରିପୋଷି ଅଗ୍ନିଶମ କର୍ମଚାରୀ ଓ ପୁଲିସ ପହଞ୍ଚô ପ୍ରଥମେ ଗୁରୁତର ଆହତ ଦିଲ୍ଲୀପ କୁମାର ଦାସଙ୍କୁ ଉଦ୍ଧାର କରି ବାଙ୍ଗିରିପୋଷି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ତାଙ୍କୁ ବାରିପଦା ପିଆରଏମ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାରେ ଉଭୟ ଟ୍ରକ୍ ଚାଳକ ଓ ଖଲାସୀଙ୍କ ମୃତୁ୍ୟ ଘଟିଥିବାବେଳେ ବହୁ ପ୍ରଚେଷ୍ଟା ପରେ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏହାକୁ ନେଇ ଦୁର୍ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇବାରୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଏନେଇ ବାଙ୍ଗିରିପୋଷି ଥାନାରେ ଏକ ମାମଲା ନଂ.୧୪୩/୧୯ ରୁଜୁ ହୋଇଛି । ପୁଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଶେଷ ଖବର ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ ।
Comments are closed, but trackbacks and pingbacks are open.