ରାୟଗଡ଼ା,(ବି.ବି.ନୁ୍ୟଜ୍): ସ୍ଥାନୀୟ ପିଏଚଡି ଅଫିସ ନିକଟରେ ବନ୍ଦ ପଡ଼ିଥିବା ପ୍ରାଥମିକ ବିଦ୍ୟାଳୟ ବାରଣ୍ଡାରୁ ଏକ କ୍ଷତାକ୍ତ ଶବ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତିଙ୍କ ପରିଚୟ ଜଣାପଡ଼ିନି । ମୁଣ୍ଡ ପଛପଟେ ଏବଂ ମୁହଁରେ ଗଭୀର ଆଘାତ ଲାଗିଥିବା ବେଳେ ବାମ ହାତର ପାପୁଲି ନାହିଁ । ବିଦ୍ୟାଳୟ ବାରଣ୍ଡାରେ ରହି ସେ ଭିକ୍ଷାବୃତ୍ତିି କରି ଚଳୁଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଏ ସଂପର୍କରେ ଟାଉନ୍ ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ କରାଯାଇଛି । ପୁଲିସ୍ ଘଟଣାର ତଦନ୍ତ ଜାରି ରଖିଛି । ଆଜି ସକାଳେ ବିଦ୍ୟାଳୟ ବାରଣ୍ଡାରେ ଏହି ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇ ପୁଲିସକୁ ଜଣାଇଥିଲେ । ପୁଲିସ ପହଞ୍ଚିି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ଲାଗି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା । ତେବେ ଉକ୍ତ ବ୍ୟକ୍ତିଙ୍କ ମୃତୁ୍ୟ କିଭଳି ଘଟିଲା ତାହା ସ୍ପଷ୍ଟ ହୋଇନି । ପାରିପାଶ୍ୱର୍ିକ ସ୍ଥିତିରୁ ଏହା ହତ୍ୟାକାଣ୍ଡ ବୋଲି ଅଞ୍ଚଳବାସୀ ସନେ୍ଦହ କରୁଛନ୍ତି । ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତୁ୍ୟର କାରଣ ସ୍ପଷ୍ଟ ହେବ ବୋଲି କୁହାଯାଉଛି ।
Comments are closed, but trackbacks and pingbacks are open.