ଡକାୟତି ଅଭିଯୋଗରେ ୫ ଗିରଫ

Get real time updates directly on you device, subscribe now.

କୁନ୍ଦୁରା,(ବି.ବି.ନୁ୍ୟଜ୍): ଡକାୟତି ଅଭିଯୋଗରେ ଆଜି ୫ଜଣଙ୍କୁ ଗିରଫ କରି କୁନ୍ଦୁରା ପୁଲିସ କୋର୍ଟ ଚାଲାଣ କରିଛି । ଗିରଫ ବ୍ୟକ୍ତିମାନେ ହେଲେ ଭାଟିଗୁଡା ଗାଁର ରମେଶ ହରିଜନ, ମାଝିଗୁଡାର ଲକ୍ଷ୍ମଣ ହରିଜନ, ବାଲିଗୁଡାର ମୁକୁନ୍ଦ ହରିଜନ, ଝଡଙ୍ଗାର ପଦ୍ମନ ହରିଜନ । ଏହି ୪ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏଥିରେ ସମ୍ପୃକ୍ତ ଜଣେ ନାବାଳକକୁ ଜୁଭେନାଇଲ୍ ବୋର୍ଡକୁ ପଠାଯାଇଛି । ଅଭିଯୁକ୍ତଙ୍କ ପାଖରୁ ୧୩ହଜାର ଟଙ୍କା, ୩ଟି ମୋବାଇଲ୍, ଗୋଟିଏ ବାଇକ(ଓଡି ୧୦ଜେ ୪୬୨୩) ଓ ୨୦ ଗ୍ରାମ ରୁୁପା ଜବତ କରାଯାଇଥିବା ଥାନା ଅଧିକାରୀ ସୂର୍ଯ୍ୟପ୍ରକାଶ ନାୟକ କହିଛନ୍ତି ।
ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ବେଳେ ଶ୍ରୀ ନାୟକ କହିଛନ୍ତି ଯେ, କୁନ୍ଦୁରା ଅଞ୍ଚଳରେ ଗତକିଛିଦିନ ହେଲା ରାହାଜାନୀ ଓ ଡକାୟତି ଚାଲିଥିଲା । ଏନେଇ ଥାନାରେ ୧୦୬/୧୯ରେ ମାମଲା ରୁଜୁ ହୋଇଥିଲା । ଗତ ୩ତାରିଖରେ ଏକ ଫାଇନାନ୍ସ କମ୍ପାନି କର୍ମଚାରୀ ବାବୁଲି ରଣା ବାଇକ୍ରେ ଆସୁଥିବା ବେଳେ ଉପରୋକ୍ତ ଅଭିଯୁକ୍ତମାନେ ତାଙ୍କୁ ମାରଣାସ୍ତ୍ର ଦେଖାଇ ମାଝିଗୁଡା ଛକରେ ଅଟକାଇ ତାଙ୍କ ପାଖରୁ ଟଙ୍କା ଲୁଟ୍ କରି ଫେରାର୍ ହୋଇଯାଇଥିଲେ । ଏହି ଘଟଣା କେବଳ ଗଣମାଧ୍ୟମରେ ପ୍ରକାଶ ପରେ ଥାନା ପକ୍ଷରୁ ଏକ ଟିମ୍ କରାଯାଇ ତନାଘାନା ଆରମ୍ଭ ହୋଇଥିଲା । ଗତକାଲି ସନ୍ଧ୍ୟାରେ ଏମାନଙ୍କୁ ଗିରଫ କରିବାରେ ପୁଲିସ ସଫଳ ହୋଇଥିବା ଶ୍ରୀ ନାୟକ କହିଛନ୍ତି । ଅଭିଯୁକ୍ତମାନେ ୨୦୧୭ରେ ବରଗୁଡା ମା’ତାରିଣୀମନ୍ଦିରରୁ ମଧ୍ୟ ଲୁଟ କରିଥିବା ସ୍ୱୀକାର କରିଥିବା ପୁଲିସ କହିଛି । ବିଗତଦିନରେ ଅଞ୍ଚଳରେ ଯେତେସବୁ ଅପରାଧ ହୋଇଛି, ସେସବୁର ଫାଇଲ୍ ଖୋଲାଯାଇଛି । ଦୋଷୀକୁ ଚିହ୍ନଟ କରାଯାଇ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ । ତେବେ ଏଥିପାଇଁ ସ୍ଥାନୀୟ ଲୋକଙ୍କ ସହଯୋଗ ଚାହୁଁଥିବା ଶ୍ରୀ ନାୟକ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons