ବିଷମକଟକ ଷ୍ଟେଟ ବ୍ୟାଙ୍କରେ ତାଲା ପକାଇଲେ ଘର ମାଲିକ

Get real time updates directly on you device, subscribe now.

ମୁନିଗୁଡା: ରାୟଗଡା ଜିଲ୍ଲା ବିଷମ କଟକରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ତାଲା ପକାଇଲେ ଘର ମାଲିକ । ବ୍ୟାଙ୍କ ଭିତର ୬ କର୍ମଚାରୀ ଅଟକ । ଘଟଣାାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ଉପରେ ନଜର ରଖିଛି ।
ସୂଚନାଯୋଗ୍ୟ ଯେ, ବିଷମକଟକରେ ଥିବା ଷ୍ଟେଟ ବ୍ୟାଙ୍କ ଓ ଘର ମାଲିକଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ଗତ୬ମାସ ତଳେ ଶେଷ ହୋଇଯାଇଛି । ଘର ମାଲିକ ବାରମ୍ବାର ବ୍ୟାଙ୍କ ମ୍ୟାନେଜରଙ୍କୁ ଘର ଖାଲି କରିବା ପାଇଁ ଅବଗତ କରିଥିଲେ ମଧ୍ୟ ଘର ଖାଲି କରିନଥିଲେ । ଶେଷରେ ଘର ମାଲିକ ବାଧ୍ୟ ହୋଇ ବ୍ୟାଙ୍କରେ ତାଲା ପକାଇଥିବା କହିଛନ୍ତି । ସେପଟେ ବିଷମକଟକର ଦୁରଦୁରାନ୍ତରୁ ଆସୁଥିବା ଗ୍ରାହକ ଦୀର୍ଘ ଦୁଇ ଘଣ୍ଟା ଅପେକ୍ଷା କରି ନାହିଁ ନଥିବା ହଇରାଣ ହେଉଛନ୍ତି । ବ୍ୟାଙ୍କ ପକ୍ଷରୁ ଏନେଇ କୌଣସି ସୂଚନା ମିଳିପାରିନଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ଉପରେ ନଜର ରଖିଛି

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons