ମୋବାଇଲ ବ୍ୟାଟେରି ଫାଟି ୨ ଭାଇ ଗୁରୁତର

Get real time updates directly on you device, subscribe now.

ଖଲିକୋଟ, (ବି.ବି.ନୁ୍ୟଜ୍): ଖଲିକୋଟ ବ୍ଲକ୍ ଅନ୍ତର୍ଗତ ନାଇକାଣୀପଲ୍ଲୀ ଗ୍ରାମରେ ମୋବାଇଲ ବ୍ୟାଟେରି ଫାଟି ୨ ନାବାଳକ ଭାଇ ଗୁରୁତର ହୋଇଛନ୍ତି । ଗୁରୁତର ଦୁଇ ଜଣ ହେଲେ ରାଜେଶ ସ୍ୱାଇଁ(୧୩) ଓ ଆକାଶ ସ୍ୱାଇଁ(୧୦) । ଆହତ ଦୁଇ ଭାଇଙ୍କୁ ପ୍ରଥମେ ଖଲିକୋଟ ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ମିଳିଥିବା ସୂଚନା ଅନୁସାରେ ବସନ୍ତ ସ୍ୱାଇଁଙ୍କ ଦୁଇ ପୁଅ ରାଜେଶ ଓ ଆକାଶ ଆଜି ମଧ୍ୟାହ୍ନରେ ଏକ ମୋବାଇଲ୍ରେ ଭିଡିଓ ଗେମ୍ ଖେଳୁଥିବା ସମୟରେ ହଠାତ୍ ବିସ୍ଫୋରଣ ହୋଇଥିଲା । ଫଳରେ ବଡ଼ ଭାଇ ରାଜେଶ ଗୁରୁତର ଆହତ ହୋଇଥିବା ବେଳେ ସାନ ଭାଇ ଆକାଶ ସାମାନ୍ୟ ଆହତ ହୋଇଛି । ରାଜେଶର ହାତ, ଗୋଡ଼ ଓ ଶରୀରର ବିଭିନ୍ନ ଅଂଶରେ ଗଭୀର କ୍ଷତ ହୋଇଛି । ଆଜି ପ୍ରଥମାଷ୍ଟମୀ ଉପଲକ୍ଷେ ସ୍କୁଲ ଛୁଟି ଥିବାରୁ ଦୁଇ ଭାଇ ଘରେ ଖେଳୁଥିବା ସମୟରେ ଦୁର୍ଘଟଣା ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons