ଭାଇ ସହ ମିଶି ସ୍ବାମୀଙ୍କୁ ହାଣିଦେଲା ସ୍ତ୍ରୀ, ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ

Get real time updates directly on you device, subscribe now.

ଭଞ୍ଜନଗର : ଭାଇ ସହ ମିଶି ସ୍ବାମୀଙ୍କୁ ହାଣିଦେଲା ସ୍ତ୍ରୀ । ଭଞ୍ଜନଗର ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି । ପାରିବାରିକ କଳିକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଯେ, ଭଞ୍ଜନଗର ଜଗନ୍ନାଥପ୍ରସାଦ ଥାନା ପଟାଧାର ଗାଁରେ ଭାଇ ସହ ମିଶି ସ୍ବାମୀଙ୍କୁ ହାଣି ହତ୍ୟା କରିଛି ସ୍ତ୍ରୀ । ପାରିବାରିକ କଳିକୁ କେନ୍ଦ୍ର କରି ଗାଁର ଟୁଲୁ ପ୍ରଧାନଙ୍କୁ ହତ୍ୟା କରିଛି ତାଙ୍କ ସ୍ତ୍ରୀ । ଗତକାଲି ବିଳମ୍ବିତ ରାତିରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ତାଙ୍କୁ ହତ୍ୟା କରିଛନ୍ତି ସ୍ତ୍ରୀ ଓ ତାଙ୍କ ଶାଳକ । ହତ୍ୟା କରିବା ପରେ ଉଭୟ ଜଗନ୍ନାଥପ୍ରସାଦ ଥାନାରେ ଆତ୍ମସମର୍ପଣ କରିଛନ୍ତି ଅଭିଯୁକ୍ତ ସ୍ତ୍ରୀ ।
ଟୁଲୁ ଭୁବନେଶ୍ବରରେ ରହି କାମ କରୁଥିବାବେଳେ ଗତକାଲି ସଂଧ୍ୟାରେ ପ୍ରଥମାଷ୍ଟମୀ ପାଇଁ ଘରକୁ ଆସିଥିଲେ । କୌଣସି କଥାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇ ଝଗଡା ଉଗ୍ରରୂପ ନେଇଥିଲା । ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି ପୋଲିସ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons