ଛତିଶଗଡ ବଜାରରେ ଓଡିଶା ଧାନ: ଚାଷୀ ଝାଳ ବୁହାଇ ଅମଳ କରିଥିବା ଧାନରେ ମାଲେମାଲ ଦଲାଲ ଏବଂ ବେପାରୀ

Get real time updates directly on you device, subscribe now.

ଭବାନୀପାଟଣା : ଛତିଶଗଡ ବଜାରରେ ଓଡିଶା ଧାନ । କଳାହାଣ୍ଡି , ନୁଆପଡା ଓ ନବରଂଗପୁରରୁ ବେଧଡକ ଚାଲାଣ ହେଉଛି କିଣ୍ଟାଲ କ୍ବିଣ୍ଟାଲ ଧାନ । ଚାଲଣ ବେଳେ ଦେଢ କୋଟି ଟଙ୍କାର ଧାନ ଜବତ କରିଛି ଛତିଶଗଡ ପ୍ରଶାସନ । ମଣ୍ଡି ଧାନବିକ୍ରି ବିଳମ୍ବରୁ ଚାଷୀ ଅଭାବୀ ବିକ୍ରୀର ଶୀକାର ହେଉଥିବା ବେଳେ ଦେ।ଷ ମାନିବାକୁ କିନ୍ତୁ ନାରାଜ୍ ଜିଲ୍ଲା ପ୍ରଶାସନ ।
କଳାହାଣ୍ଡିର ଧାନ ଛତିଶଗଡ଼ ଚାଲାଣ । ଚାଷୀ ଝାଳ ବୁହାଇ ଅମଳ କରିଥିବା ଧାନରେ ମାଲେମାଲ ଦଲାଲ ଏବଂ ବେପାରୀ । ଗତ କିଛି ବର୍ଷ ଧରି କଳାହାଣ୍ଡି ସୀମା ଛତିଶଗଡରେ ବେଶ୍ ଦଲାଲ ସକ୍ରିୟ ହେ।ଇଉଠିଛନ୍ତି ଦଲାଲ । ତେବେ ଧାନ କାରବାରର ପର୍ଦାଫାସ କରିବାକୁ ଅପରେସନ ଆରମ୍ଭ କରିଥିଲେ ଛତିଶଗଡ ଗରିଆବନ୍ଧ ଜିଲ୍ଲା ପ୍ରଶାସନ ଓ ପେ।ଲିସ । ଧରପଗଡ ବେଳେ କଳାହାଣ୍ଡି , ନୁଆପଡା ଓ ନବରଂଗପୁରରୁ ଚାଲାଣ ହେଉଥିବା ୧୫ ହଜାର ୩୮୦ ବସ୍ତା ଧାନ ଜବତ ହେ।ଇଛି । ଯାହାର ଆନୂମାନିକ ମୂଲ୍ୟ ଦେଢ କେ।ଟି ଟଙ୍କା ହେବ।
ଜିଲ୍ଲାରେ ନଭେମ୍ବର ୧ ତାରିଖରେ ମଣ୍ଡି ଖୋଲିବାକୁ ସରକାର ଘୋଷଣା କରିଥିଲେ । ଘୋଷଣାର ୧୯ଦିନ ପରେ ମାତ୍ର ୨୦ ପ୍ରତିଶତ ମଣ୍ଡି ଆରମ୍ଭ ହୋଇଛି । ଫଳରେ ବାଧ୍ୟ ହେ।ଇ କଷ୍ଟ ଉପାର୍ଜିତ ଫସଲକୁ ଅଣ୍ଡର ରେଟ୍‌ରେ ଦଲାଲ ହାତକୁ ଟେକି ଦେଉଛନ୍ତି ଚାଷୀ । ଚାଷୀଙ୍କ ଠାରୁ କ୍ବିଣ୍ଟାଲ ପିଛା ୧୧ ଶହ ରୁ ୧୪ ଶହ ମଧ୍ୟରେ କିଣି ଛତିଶଗଡ ବଜାରରେ ୨ ହଜାର ଟଙ୍କାରେ ବିକି ମାଲେମାଲ ହେଉଛନ୍ତି ଦଲାଲ । ସେପଟେ କିନ୍ତୁ ଛତିଶଗଡକୁ ଧାନ ଚାଲାଣକୁ ମାନିବାକୁ ନାରାଜ ଜିଲ୍ଲା ପ୍ରଶାସନ ।
ଛତିଶଗଡରେ ଡିସେମ୍ବର ପହିଲାରୁ ଧାନ କିଣା ଆରମ୍ଭ । ଏପଟେ ଜିଲ୍ଲାରେ ମଣ୍ଡି ଖେ।ଲିବାରେ ବିଫଳ ପ୍ରଶାସନ । ଯାହା କଙ୍କଡାକୁ ଗେ।ଳି ପାଣି ସୁହାଇଲା ଭଳି ହେ।ଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons