ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା କୋଶାଗୁମୁଡା ବ୍ଲକ ପୂଜାରୀଗୁଡା ଛକ ନିକଟରେ ସଡକ ଦୁର୍ଘଟଣା ଘଟିଛି । ବାଇକରେ ଆସୁଥିବା ଦମ୍ପତିଙ୍କୁ ଧକ୍କାଦେଲା ଆମ୍ବୁଲାନ୍ସ । ଦୁର୍ଘଟଣାରେ ସ୍ତ୍ରୀ ଇନ୍ଦୁମତି ସରାବୁଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ପ୍ରେମ ଚନ୍ଦ୍ର ସରାବୁ ସମାନ୍ୟ ଆହତ ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, ଆଜି ସକାଳେ କୋଶାଗୁମୁଡା ବ୍ଲକ ଳିମ୍ବଭଟା ଗାଁ ପ୍ରେମ ଚନ୍ଦ୍ର ସରାବୁ ଓ ସ୍ତ୍ରୀ ଇନ୍ଦୁମତୀ ସରାବୁ ନିଜ ବାଇକରେ କୌଣସି କାମ ପାଇଁ ନବରଙ୍ଗପୁରକୁ ଆସୁଥିଲେ କ୍ଷ ସେପଟେ ଏକ ଆମ୍ବୁଲାନ୍ସ ପ୍ରସୂତିକୁ ନେଇ ଆସଙ୍ଗା ମେଡିକାଲକୁ ଯିବା ସମୟରେ ପୂଜାରୀଗୁଡା ଛକ ନିକଟରେ ମୁହାଁମୁହିଁ ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ଇନ୍ଦୁମତୀ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ନିଆଯାଇଥିଲା, ତାଙ୍କୁ ଉପଯୁକ୍ତ ଚିକିତ୍ସା ନହେବାରୁ ନବରଙ୍ଗପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା, ସେଠାରେ ମୃତ୍ୟୁ ଘୋଷଣା କରାଯାଇଥିଲା।ଆମ୍ବୁଲାନ୍ସ କର୍ମଚାରୀ ନବରଙ୍ଗପୁର ଥାନାରେ ଆତ୍ମସମର୍ପଣ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
Comments are closed, but trackbacks and pingbacks are open.