ଚଳନ୍ତା ଟ୍ରେନ୍‌ରେ ଲାଗିଲା ନିଆଁ

Get real time updates directly on you device, subscribe now.

କଣ୍ଟାବାଞ୍ଜି: ଥରେ ନୁହେଁ ଦୁଇ ଦୁଇ ଥର ଚଳନ୍ତା କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଗଲା ନିଆଁ। ଟ୍ରେନ୍‌ଟି ଆଜି ବିଶାଖାପାଟଣାରୁ ରାୟପୁର ଯାଉଥିବା ବେଳେ ପ୍ରଥମେ ରହେନ୍‌ଭଟା ରେଲ୍‌ୱେ ଷ୍ଟେସନ୍‌ରେ ନିଆଁ ଲାଗିଯାଇଥିଲା ବୋଲି ଜଣାପଡ଼ିଛି।
ନିଆଁ ଲିଭିବା ପରେ ମାଲ୍‌ବାହୀ ଟ୍ରେନ୍‌ଟି ରାୟପୁର ଅଭିମୁଖେ ଗଡ଼ିଥିଲା। ପୁଣି ଅଧା ବାଟରେ ଟ୍ରେନ୍‌ରେ ନିଆଁ ଲାଗି ଯାଇଥିଲା। ଏନେଇ ମୁରିବାହାଲ ଷ୍ଟେସନ୍ ମାଷ୍ଟର, କଣ୍ଟାବାଞ୍ଜି ଷ୍ଟେସନ୍ ମାଷ୍ଟରଙ୍କୁ ସୂଚନା ଦେଇଥିଲେ।
ଖବରପାଇ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons