ନବୀନ ନିବାସ ମୁହାଁ ‘ମୋନା’

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମେଳା ମହୋତ୍ସବ ଓ ଘରୋଇ ସାମାଜିକ ଉତ୍ସବରେ ମଦ ବିକାଇ ଦେବୁନି । ଏମିତି ଜିଦ୍ରେ ଆଜି ଆନେ୍ଦାଳନକୁ ପୁଣି ତେଜିଛି ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା) । ଗତ ସପ୍ତାହରେ ଅବକାରୀ ମନ୍ତ୍ରୀଙ୍କ ବାସଭବନ ଘେରିଥିବା ସଂଗଠନ ଆଜି ନବୀନ ନିବାସ ମୁହାଁ ହୋଇଛି । ସଂଗଠନର ଶହ ଶହ ସଦସ୍ୟ ନବୀନ ନିବାସ ଘେରିବା ଉଦ୍ୟମରେ ପୁଲିସ ଫୋର୍ସ ସହ ମୁକାବିଲା କରିଛନ୍ତି । ନବୀନଙ୍କୁ ଭେଟିବାରେ ଆଜି ସଂଗଠନ ସିନା ଫେଲ୍ ମାରିଛି, ହେଲେ ପାଲଟା ଧମକ ଦେଇଛି, ଏତିକିରେ ଆନେ୍ଦାଳନ ସରିଯାଇନି । ଆଗକୁ ଗାଁକୁ ଯିବୁ । ତୃଣମୂଳ ସ୍ତରରେ ଜୋର୍ଦାର୍ ଆନେ୍ଦାଳନ କରିବୁ ।
‘ମୋନା’ ପକ୍ଷରୁ ପ୍ରଥମେ ପୂର୍ବାହ୍ଣ ସାଢେ଼ ୧୦ଟା ବେଳେ ଲୋୟର ପିଏମ୍ଜିରେ ଧାରଣା ଦିଆଯାଇଥିଲା । ‘ମୋନା’ର ସଭାପତି ପଦ୍ମଚରଣ ନାୟକ ଏହାର ନେତୃତ୍ୱ ନେଇଥିଲେ । ସେଠାରେ ପୂର୍ବ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଜନ୍ମଦିନ ପାଳିତ ହୋଇଥିଲା । ଆୟୋଜିତ ପ୍ରତିବାଦ ସଭାରେ ‘ମୋନା’ର ନେତା ମାନେ ଅଭିଯୋଗ କରିଥିଲେ, ଏପଟେ ସ୍ୱର୍ଗତ ନବ ଚୌଧୁରୀଙ୍କ ଜନ୍ମଦିନରେ ତାଙ୍କ ପ୍ରତିମୂର୍ତ୍ତିରେ ଫୁଲମାଳ ଚଢାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେପଟେ ରାଜସ୍ୱ ବୃଦ୍ଧି ଆଳରେ ଗାଁ ଗାଁରେ ମଦ ବିକିବାକୁ ଯୋଜନା କରୁଛନ୍ତି । ଯାହାକି, ସ୍ୱର୍ଗତ ନବ ଚୌଧୁରୀଙ୍କ ‘ମଦମୁକ୍ତ ଓଡ଼ିଶା’ ଅଭିଯାନ ବିରୋଧୀ । ଏ ସରକାରଙ୍କ ଶାସନ କାଳରେ ମଦର ପ୍ରସାର ୧୦ ଗୁଣ ବଢିଛି । ୪୩୦୬ଟି ମଦ ଦୋକାନୀଙ୍କ ମଧ୍ୟରେ ମଦବିକାକୁ ନେଇ ସରକାର ଟାଗେର୍ଟ ଦେଉଛନ୍ତି । ତଥାପି ବି ସନ୍ତୁଷ୍ଟ ହେଉନାହାନ୍ତି । ଏବେ ମେଳା ମହୋତ୍ସବ ଓ ଘରୋଇ ସମାଜିକ ଉତ୍ସବରେ ମଦ ବିକିବାକୁ ଅଣ୍ଟା ଭିଡ଼ିଛନ୍ତି ।
‘ମୋନା’ର ସଦସ୍ୟମାନେ ଧାରଣା ପରେ ମୁଖ୍ୟମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ଭେଟି ଆଲୋଚନା କରିବାକୁ ଅଡି ବସିଥିଲେ । ହେଲେ ପୁଲିସ କର୍ତ୍ତୃପକ୍ଷ ଏନେଇ ଅରାଜି ହେବାରୁ ସେମାନେ ଅପରାହ୍ଣ ୨ଟା ବେଳେ ନବୀନ ନିବାସ ଆଡେ଼ ମାଡିÿ ଚାଲିଲେ । ଶିଶୁଭବନ ଛକରେ ବ୍ୟାରିକେଡ୍ ଯୋଗେ ପୁଲିସ ସେମାନଙ୍କୁ ଅଟକାଇଥଲା । ବେଶ୍ କିଛି ସମୟ ସଦସ୍ୟ-ପୁଲିସଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ତଥାପି ଶତାଧିକ ମହିଳା କର୍ମୀ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ରାସ୍ତାରେ ଶୋଇ ରହି ପ୍ରତିବାଦ କରିଥିଲେ । ଶେଷରେ ପୁଲିସ ୨ ଶହ ସଦସ୍ୟଙ୍କୁ ଜବରଦସ୍ତି ସେଠାରୁ ଉଠାଇ ନେଇଥିଲା ।
‘ମୋନା’ର ସଦସ୍ୟ ରମାକାନ୍ତ ମଣ୍ଡଳ, ବିଜୟ ସ୍ୱାଇଁ, ଅପର୍ଣ୍ଣା ନାୟକ, କାହ୍ନୁଚରଣ ବେହୁରା, ବାଣୀ ଦାସ ପ୍ରମୁଖ ଆେନେ୍ଦାଳନ ନେତୃତ୍ୱ ନେଇଥିଲେ । ସୂଚନାଯୋଗ୍ୟ, ଗତ ୧୫ ତାରିଖରେ ‘ମୋନା’ ପକ୍ଷରୁ ଶତାଧିକ ସଦସ୍ୟ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସରକାରୀ ବାସଭବନ ଘେରିଥିଲେ । ଆସନ୍ତା ଫେବୃୟାରୀ ମାସରେ ଆସିବାକୁ ଥିବା ନୂଆ ଅବକାରୀ ନୀତି ପ୍ରଣୟନ ବେଳେ ନିଦେ୍ର୍ଧଶନାମାର ପୁର୍ନବିଚାର ହେବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons