ଭୁବନେଶ୍ୱର,(ବି.ବି.ବୁ୍ୟରୋ): କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାର ଲୋକଙ୍କ ସହ ପ୍ରତାରଣା କରିଛନ୍ତି । ଉଭୟ ସରକାର ମିଥ୍ୟା ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛନ୍ତି । କ୍ଷମତାକୁ ଆସିବା ପରେ ସବୁ ଭୁଲି ଯାଇଛନ୍ତି ବୋଲି ଏଆଇସିସି ପର୍ଯ୍ୟବେକ୍ଷକ ତଥା ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦୀପା ଦାସମୁନ୍ସି କହିଛନ୍ତି ।
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭାରତ ବଞ୍ଚାଅ ସମାବେଶ ଶନିବାର ଲୋୟର ପିଏମ୍ଜିରେ ଅନୁÂିତ ହୋଇଯାଇଛି । କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାରଙ୍କ ଜନ ଓ କୃଷକ ମାରଣ ନୀତି ବିରୋଧରେ ଅନୁÂିତ ସମାବେଶରେ ଶ୍ରୀମତୀ ଦାସମୁନ୍ସି କହିଛନ୍ତି, ଦିନକୁ ଦିନ ବିଜେଡି ଓ ବିଜେପି ନିକଟତର ହେଉଛନ୍ତି । ପରସ୍ପର ଭିତରେ ଥିବା ସମ୍ପର୍କ ସଂସଦରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଜେଡି ଦଳକୁ ପ୍ରଶଂସାରୁ ସ୍ପଷ୍ଟ ଜଣାପଡୁଛି । ଉଭୟ ସରକାରଙ୍କ ମିଥ୍ୟା ପ୍ରତିଶ୍ରୁତି ଆଜି ପ୍ରତାରଣାରେ ପରିଣତ ହୋଇଛି ବୋଲି ଶ୍ରୀମତୀ ମୁନ୍ସି ସମାଲୋଚନା କରି କହିଛନ୍ତି ।
ପିସିସି ସଭାପତି ନିରଞ୍ଜନ କହିଛନ୍ତି, କଂଗ୍ରେସ ଦଳ ନିର୍ଦ୍ଧିଷ୍ଟ ନୀତି ଓ ଆଦର୍ଶର ଦଳ । ହେଲେ ଉଭୟ ବିଜେଡି ଓ ବିଜେପିର କୌଣସି ନୀତି ଓ ଆଦର୍ଶ ନାହିଁ । ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଭାରତକୁ ସ୍ୱାଧୀନ କରିବାରେ ଯେଉଁମାନଙ୍କର କାଣିଚାଁଏ ଅବଦାନ ନଥିଲା ଆଜି ସେମାନେ କ୍ଷମତାସୀନ । ଗାନ୍ଧି ବିଚାରଧାରାକୁ ଦୂରେଇ ଦେଇ ନାଥୁରାମ ବିଚାରଧାରାକୁ ବିଶ୍ୱାସ କରୁଥିବା ଭାରତୀୟ ଜନତା ପାର୍ଟି କ୍ଷମତା ପାଇଁ କିଛ ିବି କରିପାରେ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ପିସିସି ସଭାପତି ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଏଆଇସିସି ସମ୍ପାଦକ ରୁଦ୍ର ରାଜୁ, ଅନିଲ ଚୌଧୁରୀ, ଶରତ ରାଉତ, ବିଶ୍ୱରଞ୍ଜନ ମହାନ୍ତି, ବରିÂ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ, ଗଣେଶ୍ୱର ବେହେରା, ବିଧାୟକ ତାରାପ୍ରସାଦ ବାହିନୀ ପତି, ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂ ସାଲୁଜା, ଇଂ. ମହମ୍ମଦ ମୋକିମ୍, ବିଜୟଲକ୍ଷ୍ମୀ ସାହୁ ପ୍ରମୁଖ ଉଭୟ ସରକାରଙ୍କ ଜନ ଓ କୃଷକମାରଣ ନୀତି ବିରୋଧରେ ବିଷୋଦଗାର କରିଥିଲେ । ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ୧୦ ହଜାରରୁ ଅଧିକ ଯୁବ, ଛାତ୍ର, ମହିଳା, କଂଗ୍ରେସ କର୍ମୀ ଓ ଶୁଭେଚ୍ଛୁ ବିଭିନ୍ନ ପର୍ଯ୍ୟାୟରେ ପ୍ଲାକାଡର଼୍, ବ୍ୟାନର୍ ଓ ସ୍ଲୋଗାନ ସହ ରାଲିରେ ଯାଇ ବିଶାଳ ସମାବେଶରେ ଯୋଗ ଦେଇଥିଲେ । ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପ୍ରାକ୍ତନ ସାଂସଦ ପ୍ରଦୀପ ମାଝୀ ଧନ୍ୟବାଦ ଦେଇଥିଲେ । ପରେ କଂଗ୍ରେସର କିଛି ବରିÂ ନେତା ରାଜଭବନ ଯାଇ ରାଷ୍ଟ୍ରପତିଙ୍କ ଉଦେ୍ଧଶ୍ୟରେ ଏକ ସ୍ମାରକପତ୍ର ଦେଇଥିଲେ ।
Comments are closed, but trackbacks and pingbacks are open.