ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଶାର ଅନ୍ୟତମ ଅଗ୍ରଣୀ ରିଅଲ୍ ଇଷ୍ଟେଟ୍ ସଂସ୍ଥା ଡିଏନ୍ ହୋମ୍ସ ମଦନପୁରସ୍ଥିତ ଇନ୍ଫୋଭ୍ୟାଲିଠାରେ ନିଜର ନୂଆ ଆବାସିକ ପ୍ରକଳ୍ପ ‘ଡିଏନ୍ ଫେୟାରିଟେଲ୍’ର ଘୋଷଣା କରିଛି । ଏବେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ସଂସ୍ଥା ପକ୍ଷରୁ ଏକ ନମୁନା ଆପାର୍ଟମେଣ୍ଟ ଓ ବିକ୍ରୟ ଅଫିସର ଉନ୍ମୋଚନ କରିଛି । ଡିଏନ୍ ଗ୍ରୁପ୍ ଅଧ୍ୟକ୍ଷ ଜଗଦିଶ ପ୍ରସାଦ ନାଏକ ଏହି ନମୁନା ଆପାର୍ଟମେଣ୍ଟର ଉଦ୍ଘାଟନ କରିଛନ୍ତି ।
ଏ ଅବସରରେ ଶ୍ରୀ ନାଏକ କହିଛନ୍ତି, ଡିଏନ୍ ଫେୟାରିଟେଲ୍ ଭୁବନେଶ୍ୱରର ପ୍ରଥମ ଶିଶୁକୈନ୍ଦ୍ରିକ ବାସଗୃହ ପ୍ରକଳ୍ପ । ଶିଶୁମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏଥିରେ ଅନେକ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ । ଏହି ବାସଗୃହ ପ୍ରକଳ୍ପରେ ମୋଟ ୧୪ଟି ଟାୱାରରେ ୭୦୮ଟି ଆପାର୍ଟମେଣ୍ଟ ରହିବ । ୨ ବିଏଚ୍କେ ଓ ୩ ବିଏଚ୍କେ ବିକଳ୍ପରେ ଉପଲବ୍ଧ ଏହି ଆପାର୍ଟମେଣ୍ଟଗୁଡ଼ିକରେ ସବୁ ପ୍ରକାର ଆଧୁନିକ ସୁବିଧା ଉପଲବ୍ଧ ହେବ । ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଉତ୍ତମ ଫିନିସିଂ ପାଇଁ ମିଭାନ ଟେକ୍ନୋଲୋଜି ବ୍ୟବହାର ହୋଇଛି ।
ଡିଏନ୍ ଫେୟାରିଟେଲ୍ର ନିଦେ୍ର୍ଧଶକ ରତ୍ନମାଳା ସ୍ୱାଇଁ କହିଛନ୍ତି, ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଆପାର୍ଟମେଣ୍ଟ ସମ୍ପୂର୍ଣ୍ଣ ଭାବେ ବିକ୍ରି ହୋଇସାରିଛି । ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ପ୍ରକଳ୍ପର ଆପାର୍ଟମେଣ୍ଟ ବିକ୍ରି ଆରମ୍ଭ ହୋଇଛି । ଆପାର୍ଟମେଣ୍ଟଗୁଡ଼ିକର ଆକାର ୧,୨୭୫ ବର୍ଗଫୁଟରୁ ୧,୭୧୦ ବର୍ଗଫୁଟ ମଧ୍ୟରେ ରହିଛି । ପ୍ରକଳ୍ପରେ ଜଗିଂ ଟ୍ରାକ୍ ଓ କ୍ଲବ୍ ହାଉସ୍ ଭଳି ସୁବିଧା ସମେତ ପିଲାଙ୍କ ଯତ୍ନ ପାଇଁ ଡେ କେୟାର ସେଣ୍ଟର, ପ୍ରିସ୍କୁଲ ଓ ଏକ ବାଣିଜି୍ୟକ ଅଞ୍ଚଳ ରହିବ ।
Comments are closed, but trackbacks and pingbacks are open.