ସୁପ୍ରିମକୋର୍ଟ ଆଜି ରବିବାର ହୋଇଥିଲେ ବି ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଶିବସେନା, କଂଗ୍ରେସ ଏବଂ ଏନସିପି ଦ୍ୱାରା କରାଯାଇଥିବା ଆବେଦନ ଉପରେ ଶୁଣାଣି କରିଥିଲେ । ଏହାକୁ ମିଶାଇ ସର୍ବୋଚ୍ଚ ଅଦାଲତ ଚଳିତ ବର୍ଷ ତିନି ଥର ଛୁଟିଦିନରେ ଶୁଣାଣି କରିଛନ୍ତି । ଏହା ପୂର୍ବରୁ ଚଳିତ ବର୍ଷ ଏପ୍ରିଲ ୨୦ରେ ଶନିବାର ହୋଇଥିଲେ ମଧ୍ୟ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିଥିଲେ । ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଅଦାଲତର ଜଣେ ପୂର୍ବତନ ମହିଳା କର୍ମଚାରୀଙ୍କ ଦ୍ୱାରା ଯୌନ ନିର୍ଯାତନା ଅଭିଯୋଗ ସହ ସେଇ ମାମଲାଟି ସମ୍ପର୍କିତ ଥିଲା । ତା’ ପରେ ନଭେମ୍ବର ୯ରେ ଶନିବାର ହୋଇଥିଲେ ସୁଦ୍ଧା ସର୍ବୋଚ୍ଚ ଅଦାଲତ ରାମ ଜନ୍ମଭୂମି ଏବଂ ବାବ୍ରୀ ମସଜିଦ୍ ବିବାଦ ଉପରେ ଚୂଡାନ୍ତ ରାୟ ଶୁଣାଇଥିଲେ ।
Comments are closed, but trackbacks and pingbacks are open.