ହସ୍ପିଟାଲରେ ଖୋଲିବ ଆଧାର ପଞ୍ଜୀକରଣ କେନ୍ଦ୍ର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଏଣିକି ଜନ୍ମ ହେବା ମାତ୍ରେ ଶିଶୁଙ୍କ ଆଧାର ପଞ୍ଜୀକରଣ କରାଯିବ । ଏଥିପାଇଁ ହସ୍ପିଟାଲ ଓ ପୌରାଞ୍ଚଳରେ ଆଧାର ସୁବିଧା କେନ୍ଦ୍ର ଖୋଲାଯିବ । ଏହି ଆଧାର ସୁବିଧା କେନ୍ଦ୍ର ପାଇଁ ଅତ୍ୟାଧୁନିକ କିଟସ୍ କିଣାଯିବ । ୨୦୨୦ ଜାନୁୟାରୀ ସୁଦ୍ଧା ଏହି ସମସ୍ତ ପ୍ରକ୍ରିୟା ସାରିବାକୁ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।
ଆଜି ୟୁଆଇଡିଏଆଇ ଡିଡିଜି ଜି ଭେନୁଗୋପାଳ ରେଡ୍ଡୀ ଓଡ଼ିଶା ଗସ୍ତରେ ଆସି ରାଜ୍ୟରେ ଆଧାର ପଞ୍ଜୀକରଣ ସ୍ଥିତିର ସମୀକ୍ଷା କରିଥିଲେ । ଆଧାର ପଞ୍ଜୀକରଣରେ ଜାତୀୟ ହାରଠାରୁ ଓଡ଼ିଶାର ପ୍ରଦର୍ଶନ ଭଲ ରହିଛି । ସାରା ଦେଶରେ ଏହି ହାର ୯୦ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହା ୯୩ପ୍ରତିଶତ ରହିଛି । ଏହାକୁ ଶ୍ରୀ ରେଡ୍ଡୀ ପ୍ରଂଶସା କରିଥିଲେ ।
ବିଭିନ୍ନ ବୟସ ବର୍ଗଙ୍କ ଆଧାର କାର୍ଡ ପଞ୍ଜୀକରଣକୁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଗୁରୁତ୍ୱ ଦେଇଥିଲେ । ପଞ୍ଜୀକରଣ ହାରରେ ଶ୍ରେÂ ୫ଟି ରାଜ୍ୟ ଭିତରେ ଓଡ଼ିଶା ଯେଭଳି ରହିବ, ତାକୁ ସୁନିଶ୍ଚିତ କରିବାକୁ ସେ ନିଦେ୍ର୍ଧଶ ଦେଇଥିଲେ । ଜନ୍ମରୁ ୫ ବର୍ଷ ପର୍ଯ୍ୟନ୍ତ ଓ ୫ରୁ ୧୮ ବର୍ଷ ବୟସର ସମସ୍ତଙ୍କ ଆଧାର ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଆକ୍ସନପ୍ଲାନ ପ୍ରସ୍ତୁତ କରିବାକୁ ଯୋଜନା ହୋଇଛି । ଏଥିପାଇଁ ହସ୍ପିଟାଲ ଓ ପୌରାଞ୍ଚଳରେ ଆଧାର କାର୍ଡ ସୁବିଧା କେନ୍ଦ୍ର ଖୋଲିବ । ଜନ୍ମ ପ୍ରମାଣପତ୍ର ବିବରଣୀ ସହ ଆଧାର କାର୍ଡ ଲିଙ୍କ୍ କରିବାକୁ ନିଷ୍ପତ୍ତି ହୋଇଛି । ଶିଶୁଙ୍କ ଆଧାର ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଫୋକସ୍ ଦିଆଯିବ । ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍କୁଲଗୁଡିକ ପିଲାଙ୍କ ଆଧାର କାର୍ଡ ପଞ୍ଜୀକରଣରେ ପ୍ରତ୍ୟକ୍ଷ ଭାବେ ସାମିଲ ହୁଅନ୍ତୁ ବୋଲି ମୁଖ୍ୟ ଶାସନ ସଚିବ ନିଦେ୍ର୍ଧଶ ଦେଇଛନ୍ତି ।
ବୈଠକରୁ ମିଳିଥିବା ସୂଚନା ଅନୁସାରେ, ୨୦୧୯ରେ ୪.୫୮କୋଟି ଲୋକଙ୍କ ଆଧାର କାର୍ଡ ପଞ୍ଜୀକରଣ ପାଇଁ ଟାର୍ଗେଟ୍ ଥିଲା । ଏବେସୁଦ୍ଧା ୪.୪୧କୋଟି ଲୋକଙ୍କ ଆଧାର ପଞ୍ଜୀକରଣ କରାଯାଇଛି । ଜନ୍ମରୁ ୫ବର୍ଷ ପର୍ଯ୍ୟନ୍ତ ବୟସର ୪୬ ପ୍ରତିଶତ ଓ ୫ରୁ ୧୮ ବର୍ଷ ବୟସର ୮୧ପ୍ରତିଶତ ପିଲାଙ୍କ ଆଧାର ପଞ୍ଜୀକରଣ କରାଯାଇଛି । ନୂଆ ଷ୍ଟ୍ରାଟେଜି ଆପଣାଇଲେ ଆଧାର ପଞ୍ଜୀକରଣ କ୍ଷେତ୍ରରେ ଓଡ଼ିଶା ଆଗାମୀ ଦିନରେ ଆହୁରି ଭଲ ପ୍ରଦର୍ଶନ କରିବ ବୋଲି ଶ୍ରୀ ରେଡ୍ଡୀ କହିଛନ୍ତି ।
ଆଇଟି ବିଭାଗ ସଚିବ ମନୋଜ କୁମାର ମିଶ୍ର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ, ଅର୍ଥ ବିଭାଗ ସଚିବ ଅଶୋକ କୁମାର ମୀନା, ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ଚିତ୍ରା ଅରୁମୁଗମ୍, ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର, ସ୍ୱାସ୍ଥ୍ୟ ବିଭାଗ ସଚିବ ପ୍ରମୋଦ ମେହେର୍ଦ୍ଧା, ସାମାଜିକ ଉନ୍ନୟନ ନିଦେ୍ର୍ଧଶକ ଅରବିନ୍ଦ ଅଗ୍ରୱାଲଙ୍କ ସମେତ ୟୁଆଇଡିଏଆଇର ଅଧିକାରମାନେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons