ପିଏମ୍ଜିଏସ୍ୱାଇ ନେଇ ମନ୍ତ୍ରୀ ଶୁଣାଇଲେ ସତର୍କବାଣୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ପୂର୍ବଭଳି ଗୁଣାତ୍ମକ କାମ ହେଉନି । ଠିକାଦାରମାନେ ଅଧାରୁ କାମ ଛାଡ଼ି ପଳାଉଛନ୍ତି । ଏଭଳି ଠିକାଦାରଙ୍କ ଉପରେ ଶୀଘ୍ର କାର୍ଯ୍ୟାନୁÂାନ ହେଉ । ଆଜି ବିଧାନସଭାରେ ଏଭଳି ଉଦ୍ବେଗ ପ୍ରକାଶ କରିଥିଲେ ବିଧାୟକ । ଉତ୍ତରରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ କହିଛନ୍ତି, ଯିଏ ବି କାମରେ ଅବହେଳା କରିବ, ତାଙ୍କ ବିରୋଧରେ କାର୍ଯ୍ୟାନୁÂାନ ହେବ । ଆବଶ୍ୟକ ପଡ଼ିଲେ ଠିକାଦାରଙ୍କୁ କଳା ତାଲିକାଭୁକ୍ତ କରାଯିବ ବୋଲି ମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି ।
ଆଜି ପ୍ରଶ୍ନକାଳରେ ପିଏମ୍ଜିଏସ୍ୱାଇ ନେଇ ମୂଳ ପ୍ରଶ୍ନ ଉଠାଇଥିଲେ ବିଧାୟକ ଅନନ୍ତ ଦାସ । ଉପକୂଳ ଜିଲ୍ଲାରେ ଘରଗୁଡ଼ିକ ଛାଡ଼ି ଛାଡ଼ି ରହିଥାଏ । ଏଥିପାଇଁ ଅନେକ ପଡ଼ାକୁ ରାସ୍ତା ନାହିଁ । ଯେଉଁ ପଡ଼ା ଗାଁଗୁଡ଼ିକ ୫୦୦ରୁ ଅଧିକ ଲୋକେ ରହୁଛନ୍ତି, ସେଠାକୁ ରାସ୍ତା ସଂଯୋଗ କରାଯିବା ନେଇ ସେ ଗୁରୁତ୍ୱ ଦେଇଥିଲେ ।
ମନ୍ତ୍ରୀ ଶ୍ରୀ ସିଂହ କହିଲେ, ନିୟମାବଳୀ ଅନୁଯାୟୀ ଯୋଗ୍ୟ ବିବେଚିତ ୧୮,୪୭୭ ଗ୍ରାମରୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ୧୩୨୭ଟି ଗାଁକୁ ସଂଯୋଗ କରାଯାଇଛି । ୨୧ଟି ଗାଁକୁ ବିଭିନ୍ନ କାରଣ ଯଥା-ବୁଡ଼ି ଅଞ୍ଚଳ, ଅଭୟାରଣ୍ୟ, ସଂରକ୍ଷିତ ଜଙ୍ଗଲ ଇତ୍ୟାଦି ସମସ୍ୟା ଥିବା କାରଣରୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇପାରିନି । ବାକି ରହିଥିବା ୧୭,୧୨୯ଟି ଗାଁ ପାଇଁ ସଡ଼କ ସଂଯୋଗ ପ୍ରସ୍ତାବକୁ କେନ୍ଦ୍ର ସରକାର ବିଭିନ୍ନ ପର୍ଯ୍ୟାୟରେ ମଞ୍ଜୁର କରିଛନ୍ତି । ଏହି ମଞ୍ଜୁରପ୍ରାପ୍ତ ରାସ୍ତା ମଧ୍ୟରୁ ପରବର୍ତ୍ତୀ ସମୟରେ ୫୦ଟି ଗ୍ରାମ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ସଂଯୋଗୀକରଣ କରାଯାଇଥିବାରୁ ଏହି ଯୋଜନାରୁ ବାଦ୍ ପଡ଼ିଛି । ବାକି ରହିଥିବା ୧୭,୦୭୯ଟି ଗାଁ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୬,୨୪୧ଟି ଗାଁକୁ ପିଏମ୍ଜିଏସ୍ୱାଇ ଯୋଜନାରେ ସଂଯୋଗ କରାଯାଇଛି । ୮୩୮ଟି ଗ୍ରାମର ସଂଯୋଗୀକରଣ କାମ ଚାଲିଛି ।
ଅତିରିକ୍ତ ପ୍ରଶ୍ନ ଉଠାଇ ବିଧାୟକ ଅତନୁ ସବ୍ୟବସାଚୀ ନାୟକ କହିଲେ, ବିଗତ ଦିନରେ ଯେଉଁଭଳି ଗୁଣାତ୍ମକ କାମ ହେଉଥିଲା, ଏବେ ସେମିତି ହେଉନି । ବିଶେଷକରି ଉପକୂଳବର୍ତ୍ତୀ ଅଞ୍ଚଳରେ ଅନେକ ଠିକାଦାର ଅଧାରୁ କାମ ଛାଡ଼ି ପଳାଉଛନ୍ତି । ଏପଟେ କାମ ଛାଡ଼ି ଅନ୍ୟ ବିଭାଗରେ ଠିକଦାରୀ କାମ କରୁଛନ୍ତି । ଏଭଳି ଠିକାଦାରଙ୍କୁ ଶୀଘ୍ର କଳା ତାଲିକାଭୁକ୍ତ କରାଯାଉ ।
ବିଧାୟକ ମନୋହର ରାନ୍ଧାରୀ କହିଲେ, ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଅନେକ ଗାଁରେ ଠିକାଦାରମାନେ କାମରେ ଅବହେଳା କରିଛନ୍ତି । ସେମାନଙ୍କ ଉପରେ କାର୍ଯ୍ୟାନୁÂାନ ହେବା ଦରକାର ।
ବିଧାୟିକା କୁସୁମ ଟେଟେ କହିଲେ, ସୁନ୍ଦରଗଡ଼ର ସଦର ବ୍ଲକରେ ଅଧା ରାସ୍ତା ତିଆରି କରି ଛାଡ଼ି ଦେଇଛନ୍ତି । ଆଉ କାମ ହେଉନି । ଲୋକେ ହନ୍ତସନ୍ତ ହେଉଛନ୍ତି ।
ଏଭଳି ଅଭିଯୋଗ ପାଇବା ପରେ ମନ୍ତ୍ରୀ ଶ୍ରୀ ସିଂହ କହିଲେ, ପିଏମ୍ଜିଏସ୍ୱାଇ ରାସ୍ତା କାମର ମାନ ପରୀକ୍ଷା ପାଇଁ ତ୍ରିସ୍ତରୀୟ ଯାଞ୍ଚ୍ ବ୍ୟବସ୍ଥା ଅଛି । ନିର୍ବାହୀ ଯନ୍ତ୍ରୀ, ରାଜ୍ୟ ଗୁଣାବତ୍ତା ନିରୀକ୍ଷକ ଓ ଜାତୀୟ ଗୁଣାବତ୍ତା ନିରୀକ୍ଷକଙ୍କ ଦ୍ୱାରା କାମର ପରୀକ୍ଷା କରାଯାଉଛି । ଠିକାଦାରମାନେ ଯେଉଁଠି କାମରେ ଅବହେଳା କରୁଛନ୍ତି, ତା’ର ତଦନ୍ତ କରାଯିବ । ନିଶ୍ଚିତ କାର୍ଯ୍ୟାନୁÂାନ ହେବ । ଆବଶ୍ୟକ ହେଲେ କାମ ବନ୍ଦ କରି ସଂପୃକ୍ତ ଠିକାଦାରଙ୍କୁ କଳା ତାଲିକାଭୁକ୍ତ କରାଯିବ । ଯେଉଁଠି ସମସ୍ୟା ଅଛି, ନିର୍ଦ୍ଧିଷ୍ଟ ଅଭିଯୋଗ ଦିଅନ୍ତୁ । କାର୍ଯ୍ୟାନୁÂାନ ହେବ ବୋଲି ମନ୍ତ୍ରୀ କହିଥିଲେ ।
ବିଧାୟକ ସୁରେଶ କୁମାର ରାଉତରାୟ ତାପଙ୍ଗଗଡ଼, ଦାରୁଠେଙ୍ଗା ଓ ଗଙ୍ଗପଡ଼ାକୁ ପିଏମ୍ଜିଏସ୍ୱାଇ ରାସ୍ତା ସଂଯୋଗ ପାଇଁ ଦାବି ଉଠାଇଥିଲେ । ବିଧାୟକ ମୁକେଶ ମହାଲିଙ୍ଗ ପିଏମ୍ଜିଏସ୍ୱାଇର ତୃତୀୟ ପର୍ଯ୍ୟାୟ ସ୍ଥିତି ବାବଦରେ ପଚାରିଥିଲେ । ନକ୍ସଲ ପ୍ରବଣ ଗାଁକୁ ରାସ୍ତା ନିର୍ମାଣ ନେଇ ଗୁରୁତ୍ୱ ଦେଇଥିଲେ ବିଧାୟକ ସନ୍ତୋଷ ସିଂ ସାଲୁଜା । ଗତ ଆର୍ଥକ ବର୍ଷରେ ଟେଣ୍ଡର ଆହ୍ୱାନ ହୋଇଥିବା ୭ଟି ପିଏମ୍ଜିଏସ୍ୱାଇ ପ୍ରକଳ୍ପର ଅଗ୍ରଗତି ନେଇ ପ୍ରଶ୍ନ କରିଥିଲେ ବିଧାୟକ ଅଶୋକ କୁମାର ବଳ । ଚମ୍ପୁଆ ଓ ଯୋଡ଼ା ଖଣି ଅଞ୍ଚଳକୁ ରାସ୍ତା ସମସ୍ୟା ପ୍ରସଙ୍ଗ ଉଠାଇଥିଲେ ବିଧାୟିକା ମିନାକ୍ଷୀ ମହାନ୍ତ । ବିଧାୟକ ଲକ୍ଷ୍ମଣ ମୁଣ୍ଡା ମଧ୍ୟ ରାସ୍ତା ନିର୍ମାଣରେ ନୂଆ ଟେକ୍ନୋଲୋଜି ବ୍ୟବହାର ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ ।
ଜିଲ୍ଲା ୱାରୀ ବିଧାୟକମାନଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବା ଲାଗି ମନ୍ତ୍ରୀଙ୍କୁ ନିଦେ୍ର୍ଧଶ ଦେଇଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons