କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ୍): ବିଳମ୍ୱରେ ହେଉ ପଛେ, ତପôରତା ପ୍ରକାଶ କରିଛି କେନ୍ଦ୍ରାପଡ଼ା ପୁଲିସ । ‘ଭୂତ’ ମଦ ଦୋକାନ ତଦନ୍ତ ଫାଇଲ୍ ଖୋଲିଛି । ମଦ ଦୋକାନ ମାଲିକ ମୃତା ବୋଲି ଜାଣିବି ଯାଞ୍ଚ ବେଳେ ତଥ୍ୟ ଲୁଚାଇବା ତଥା ଉକ୍ତ ଭୂତ ମଦ ଦୋକାନକୁ ଲାଇସେନ୍ସ ପ୍ରଦାନରେ ସହାୟତା କରିବା ଅଭିଯୋଗରେ ଅବକାରୀ ବିଭାଗର ଏସ୍ଆଇ ପୂର୍ଣ୍ଣେନ୍ଦୁ ରାଉତଙ୍କୁ ଗିରଫ କରିଛି କେନ୍ଦ୍ରାପଡ଼ା ପୁଲିସ । ପୂର୍ଣ୍ଣେନ୍ଦୁଙ୍କ ଘର କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ପୋଡ଼ାସାହି ଗ୍ରାମରେ । ତାଙ୍କୁ ଗିରଫ ଦର୍ଶାଇ ପୁଲିସ ଆଜି ଅପରାହ୍ଣରେ କୋର୍ଟଚାଲାଣ କରିଛି । ମାତ୍ର ଏହି ଘଟଣାରେ ସଂପୃକ୍ତ ମଦ ବାର ଲାଇସେନ୍ସଧାରୀଙ୍କ ଭାଇ ପ୍ରତାପ ଚନ୍ଦ୍ର ଦାଶଙ୍କୁ ପୁଲିସ ଗିରଫ କରିପାରି ନାହିଁଁ ।
କେନ୍ଦ୍ରାପଡ଼ା ସହର ଉପକଣ୍ଠର ଗୋପଠାରେ ଗୁଡୁ ବାର୍ ଓ ରେସ୍ତୋରାଁ ପରିଚାଳିତ ହୋଇଆସୁଥିଲା । ଉକ୍ତ ମଦ ବାର୍ର ଲାଇସେନ୍ସଧାରୀ ଥିଲେ ସାବିତ୍ରୀ ପ୍ରିୟମ୍ବଦା ପ୍ରିୟଦର୍ଶିନୀ । ୨୦୧୭ ଜୁନ୍ ୬ରେ ତାଙ୍କର ମୃତୁ୍ୟ ଘଟିଥିଲା । ତାଙ୍କ ମୃତୁ୍ୟ ପରେ ସାଧାରଣତଃ ତାଙ୍କ ଉତ୍ତରାଧିକାରୀଙ୍କୁ ଲାଇସେନ୍ସ ଦିଆଯାଇପାରେ, ଯଦି ସରକାରୀ କାଗଜ ଠିକ୍ ଭାବରେ ପୂରଣ କରାଯାଇଥିବ । ହେଲେ ଘଟଣାକୁ ଚପାଇ ସାବିତ୍ରୀଙ୍କ ଭାଇ ପ୍ରତାପ ଚନ୍ଦ୍ର ଦାଶ ଓରଫ ହାଲୁ ତାଙ୍କ ଭଉଣୀଙ୍କର ମୃତୁ୍ୟର ୩ମାସ ପରେ, ଅର୍ଥାତ ୨୦୧୭ ସେପ୍ଟେମ୍ୱର ୧୬ରେ ତାଙ୍କର “ପାୱାର ଅଫ୍ ଆଟର୍ଣ୍ଣିଂ’ ରହିଥିବା ଦର୍ଶାଇ ଲାଇସେନ୍ସ ପାଇଁ ଆବେଦନ କରିଥିଲେ । ଯେତେବେଳେ କି ତାଙ୍କ ଭଉଣୀଙ୍କର ମୃତୁ୍ୟ ହୋଇଯାଇଥିଲା । ମୃତା ଭଉଣୀ କେମିତି “ପାୱାର ଅଫ୍ ଆଟର୍ଣ୍ଣି’ ପ୍ରଦାନ କଲେ, ଏ ସମସ୍ତ ଘଟଣା ଅଡୁଆ ଜାଲରେ ଛନ୍ଦି ହୋଇଯାଇଥିଲା । ଯେତେବେଳେ କି ପ୍ରତାପଙ୍କ ନାମରେ କେନ୍ଦ୍ରାପଡ଼ାରେ ଏକାଧିକ ମଦ ଦୋକାନ ଓ ବାର୍ ରହିଛି । ଭଉଣୀଙ୍କ ମୃତୁ୍ୟ ପରେ ବି ତାଙ୍କୁ ଜୀବିତ ଦର୍ଶାଇ “ପାୱାର ଅଫ୍ ଆଟର୍ଣ୍ଣିଂ’ ହତାଇବାକୁ ଚେଷ୍ଟା କରି ଏଥିରେ ସେ ସଫଳ ହୋଇଥିଲେ । କେବଳ ଯେ “ପାୱାର ଅଫ୍ ଆଟର୍ଣ୍ଣିଂ’ ହାତେଇଥିଲେ ତାହା ନୁହେଁ, ସେ ବ୍ୟାଙ୍କ ଆକାଉଣ୍ଟ, ଆଇଟି ରିଟର୍ଣ୍ଣ, ଲାଇସେନ୍ସ ନବୀକରଣ, ସଲଭେନ୍ସି ସାର୍ଟିଫିକେଟ୍ ମଧ୍ୟ ଜାଲ୍ କରିଥିଲେ । ଗତବର୍ଷ ଏନେଇ ଅବକାରୀ କମିସନରଙ୍କ ପାଖରେ ଅଭିଯୋଗ ହେବାରୁ ସେ ହସ୍ତକ୍ଷେପ କରି ଘଟଣାର ତଦନ୍ତ ନିଦେ୍ର୍ଧଶ ଦେଇଥିଲେ । ପରେ ଲାଇାସନ୍ସ ରଦ୍ଧ ସହ ମଦ ବାରକୁ ସିଲ୍ କରିଥିଲା ଅବକାରୀ ବିଭାଗ । କମିସନରଙ୍କ ହସ୍ତକ୍ଷେପ ପରେ ଅଡୁଆରେ ପଡିଯାଇଥିଲେ ପ୍ରତାପ ଏବଂ ଅବକାରୀ ବିଭଗ । ଇଚ୍ଛା ନଥିଲେ ବି ନିଜ ବିଭାଗର ଭୁଲ ଥିବା ଜାଣି ଥାନାରେ ବାଧ୍ୟବାଧକତାରେ ଏତଲା ଦାଏର କରିଥିଲେ ତକ୍ରାଳୀନ ଅବକାରୀ ଅଧୀକ୍ଷକ ରାହାସ ବିହାରୀ ପାତ୍ର । ଶ୍ରୀ ପାତ୍ରଙ୍କ ଅଭିଯୋଗ ଆଧାରରେ ପରେ ଟାଉନ୍ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ତେବେ ଉକ୍ତ ମାମଲା ରୁଜୁ ହେବାର ଦେଢ଼ବର୍ଷ ବିତିବାକୁ ବସିଥିଲେ ବି ବହୁ ବିଳମ୍ୱରେ ପୁଲିସ କାର୍ଯ୍ୟାନୁÂାନ ଗ୍ରହଣ କରିଛି । ଯାହାର କାରଣକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି ଅଞ୍ଚଳରେ । ପୁଲିସ ଏହି ଘଟଣାରେ ସଂପୃକ୍ତ ଅବକାରୀ ଏସ୍ଆଇଙ୍କୁ ଗିରଫ କରିଥିବାବେଳେ ମୁଖ୍ୟ ଅଭିଯୁକ୍ତ ପ୍ରତାପ ଯେକି ରାଜ୍ୟ ବିଜେଡି ଛାତ୍ର ସାଧାରଣ ସମ୍ପାଦକ, ତାଙ୍କୁ କିନ୍ତୁ ଗିରଫ କରିପାରିନି । ପୁଲିସ ତାଙ୍କୁ ଯଥେଷ୍ଟ ସହଯୋଗ କରି ତଦନ୍ତରେ ସମୟ ଗଢ଼ାଇ ଚାଲିବାରୁ ସେ ଉକ୍ତ ମାମଲାରେ ଆଗୁଆ ଜାମିନ ପାଇଯାଇଥିଲେ । ରାହାସ ବିହାରୀ ପାତ୍ର ଅଭିଯୋଗ କରିଥିଲେ ଯେ, ଟାଉନ ଥାନା ଈଶ୍ୱରପୁର ଗ୍ରାମର ପ୍ରତାପ ଓରଫ ହାଲୁ ତାଙ୍କ ଭଉଣୀଙ୍କ ମୃତୁ୍ୟ ପରେ ଗୋପ ଛକରେ ଗୁଡୁ ବାର ଆଣ୍ଡ ରେଷ୍ଟୁରାଣ୍ଟ ନାମକ ବିଦେଶୀ ଠିପି ଖୋଲା ମଦ ଦୋକାନର ଲାଇସେନ୍ସକୁ ବେଆଇନ ଭାବେ ନବୀକରଣ କରାଇ ନେଇଥିଲେ । ତଦନ୍ତବେଳେ ମୃତକଙ୍କ ନାମରେ ଉପରୋକ୍ତ ବିଦେଶୀ ମଦ ଦୋକାନ ଲାଇସେନ୍ସ ପ୍ରଦାନ କରାଯିବାକୁ ଅବକାରୀ ସବ୍ ଇନିସପେକ୍ଟର ପୂର୍ଣ୍ଣେନ୍ଦୁ ରିପୋର୍ଟ ପ୍ରଦାନ କରି ଏଥିରେ ସହଯୋଗ କରିଥିଲେ । ‘ଭୂତ’ ମଦ ଦୋକାନର ଲାଇସେନ୍ସ ପ୍ରଦାନରେ ସହଯୋଗକାରୀ ଭାବେ ପୂର୍ଣ୍ଣେନ୍ଦୁଙ୍କୁ ପୁଲିସ ଗିରଫ କରିଛି ।


Comments are closed, but trackbacks and pingbacks are open.