ଭୋଗରାଇ,(ବିବି.ନୁ୍ୟଜ୍):ପଞ୍ଚାୟତ ଉପନିର୍ବାଚନରେ ଭୋଟ ବାକ୍ସକୁ ପ୍ରିଜାଇଡିଂ ଅଫିସର ଟାମ୍ପରିଂ କରିଥିବା ଅଭିଯୋଗ ହୋଇଛି । ଏ ନେଇ ଶାସକ ଓ ବିରୋଧୀ ଗୋÂୀ ମୁହାଁମୁହିଁ ହୋଇଛନ୍ତି । ଭୋଗରାଇ ବ୍ଲକ୍ ପରିସରରେ ସୃଷ୍ଟି ହୋଇଛି ଉତ୍ତେଜନା । ପରିସ୍ଥିତିକୁ ଆୟତ କରିବାକୁ ଯାଇ ପୁଲିସ ଲାଠି ଚାଳନା କରିଛି । ଏଥିରେ ଜଣେ କାର୍ଯ୍ୟରତ ସାମ୍ବାଦିକ ଆହତ ହୋଇଛନ୍ତି । ଫଳରେ ପ୍ରବଳ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି ।
ଭୋଗରାଇ ବ୍ଲକ୍ ଅନ୍ତର୍ଗତ ଶ୍ରଦ୍ଧାପୁର ଓ କସବା-କମର୍ଦ୍ଧା ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ଆଜି ଥିଲା ଉପନିର୍ବାଚନ । ମତଦାନ ପରେ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ୨ଟି ବୁଥର ମତଦାନ ବାକ୍ସ ରହିଥିବା ଗାଡ଼ିକୁ ଖୋଲି ତଦନ୍ତ କରିବାରୁ ଗାଡ଼ି ସିଟ୍ ତଳେ ଖୋଲାରେ ପଡ଼ିଥିବା ବ୍ୟବହୃତ ବାଲଟ ପେପର ଉଦ୍ଧାର କରାଯାଇଥିଲା । ସେଥିରେ ପ୍ରିଜାଇଡିଂ ଅଫିସରଙ୍କ ଦସ୍ତଖତ ଥିବା ଦେଖିବାକୁ ମିଳିଥିଲା । ଗୋଟିଏ ବୁଥର ମତଦାନ ବାକ୍ସ ସିଲ ହୋଇନଥିବା ଏବଂ ଗାଡ଼ିରୁ ବାହାର କଲା ବେଳେ ତାହା ଖୋଲିଯାଇ ବାଲାଟ ପେପର ବିଛାଡ଼ି ହୋଇ ପଡ଼ିଥିଲା । ଏ ନେଇ ସୃଷ୍ଟି ହୋଇଥିଲା ଉତ୍ତେଜନା । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ପରିସରରେ ଏଭଳି ଘଟଣା ଆଜି ସନ୍ଧ୍ୟାରେ ଦେଖିବାକୁ ମିଳିଛି ।
ଶ୍ରଦ୍ଧାପୁରର ୧୪ଟି ଓ କସବା-କମର୍ଦ୍ଧା ପଞ୍ଚାୟତର ୧୭ଟି ବୁଥରେ ଆଜି ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲା । ଅପରାହ୍ନ ୩ଟା ସମୟରେ ଶ୍ରଦ୍ଧାପୁର ପଞ୍ଚାୟତ କନ୍ୟାନଗରୀ ୧୧ ଓ ୧୨ ନମ୍ବର ବୁଥ୍ରୁ କାର୍ଯ୍ୟରତ ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସରମାନେ ଭୋଟ ବାକ୍ସ ଗୁଡିକୁ ଗୋଟିଏ ଗାଡ଼ିରେ ଭୋଗରାଇ ବ୍ଲକକୁ ଆଣିଥିଲେ । ଏହି ଗାଡ଼ିଟି ବ୍ଲକ୍ ପରିସରରେ ପହଞ୍ଚôବା ପରେ ପୋଲିଂ ଅଫିସର ଭୋଟ ବାକ୍ସକୁ ଗାଡ଼ି ବାହାରକୁ ବାହାର କରୁଥିଲେ । ଏହି ସମୟରେ ଭୋଟ ବାକ୍ସରୁ ବ୍ୟବହୃତ ବାଲାଟ ପେପରଗୁଡ଼ିକ ତଳେ ବିଛାଡ଼ି ହୋଇ ପଡ଼ିଥିଲା । ପୋଲିଂ ପାର୍ଟି ଭୋଟ ବାକ୍ସକୁ ଟ୍ୟାମ୍ପରିଂ କରିବା ପାଇଁ ଗାଡ଼ି ଭିତରେ ବାକ୍ସ ସିଲ୍ ଭଙ୍ଗି ସେଥିରୁ ବାଲାଟ୍ ପେପର ବାହାର କରି ଶାସକ ଦଳ ସମର୍ଥିତ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଦାନ କରାଯାଇଥିବା ବାଲାଟ୍ ପେପରକୁ ପୁରାଇ ଦିଆଯାଇଛି ବୋଲି ସେଠାରେ ଉପସ୍ଥିତ ଲୋକେ ଅଭିଯୋଗ କରିଥିଲେ । ପ୍ରିଜାଇଡିଂ ଅଫିସର୍ ଟେଙ୍ଗରାମାରୀ ହାଇସ୍କୁଲ୍ର ସହକାରୀ ଶିକ୍ଷକ କମଳଲୋଚନ ପାତ୍ରଙ୍କୁ ଅଟକାଇଥିଲେ । ପ୍ରିଜାଇଡିଂ ଅଫିସର୍ଙ୍କ ପକେଟ୍ରୁ ୩୬ ଖଣ୍ଡ ଦୁଇ ଶହ ଟଙ୍କିଆ ନୋଟ୍ ବଣ୍ଡଲ ମଧ୍ୟ ବାହାରିଥିଲା । ଏହାକୁ ନେଇ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା । ଠିକ୍ ଏହି ସମୟରେ ସେହି ପଞ୍ଚାୟତର ଖଡ଼ିବିଲ୍ ୧୩ ଓ ୧୪ ନମ୍ବର ବୁଥ୍ରୁ ଓଆର୍-୦୧ଟି-୭୩୭୫ ନମ୍ବର ଗାଡ଼ିରେ ପୋଲିଂ ପାର୍ଟି ଭୋଟ୍ ବାକ୍ସଗୁଡ଼ିକୁ ନେଇ ବ୍ଲକ୍ ପରିସରରେ ପହଞ୍ଚିଥଲେ । ଉକ୍ତ ଗାଡ଼ିର ସିଟ ତଳେ ମଧ୍ୟ ବ୍ୟବହୃତ କିଛି ବାଲାଟ୍ ପେପର ପଡ଼ିଥିବା ଦେଖି ଲୋକେ ଗାଡ଼ିକୁ ଘେରି ଯାଇଥିଲେ । ପୁଲିସ ଉକ୍ତ ଗାଡ଼ିକୁ ସୁରକ୍ଷା ଦେବା ସହ ଭୋଟ ବାକ୍ସ ଗୁଡିକୁ ଉପଯୁକ୍ତ ସ୍ଥାନରେ ରଖିବାକୁ ସଫଳ ହୋଇଥିଲା । ହେଲେ ଏହି ଘଟଣାକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା । ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ । ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବା ପାଇଁ ପୁଲିସ ଲାଠି ଚାଳନା କରିଥିଲା । ଏପଟେ ଘଟଣାସ୍ଥଳରେ ଉପସ୍ଥିତ ମାଜିଷ୍ଟେ୍ରଟ୍ ତଥା ଅତିରିକ୍ତ ତହସିଲଦାର ସନ୍ତୋଷ ପାଣିଗ୍ରାହୀ କିମ୍ବା ସଦର ଡିଏସ୍ପି ତଥା ଭାରପ୍ରାପ୍ତ ଜଳେଶ୍ୱର ଏସ୍ଡିପିଓ ଉମେଶ ପଣ୍ଡା ଲାଠି ଚାଳନା ପାଇଁ ପୁଲିସକୁ ନିଦେ୍ର୍ଧଶ ଦେଇ ନାହାନ୍ତି ବୋଲି କହିଛନ୍ତି ।
ଅନ୍ୟପକ୍ଷରେ ପୁଲିସ ଲାଠିଚାଳନା ସମୟରେ ବ୍ଲକ୍ କାର୍ଯ୍ୟାଳୟ ଉପରେ ଲାଗିଥିବା ହାଇମାକ୍ସ ଲାଇଟ୍ ଲିଭାଇ ଦିଆଯାଇଥିଲା । ଫଳରେ ଅନ୍ଧାରର ସୁଯୋଗ ନେଇ ଶାସକ ଦଳ ଓ ବିରୋଧୀ ଗୋÂୀଙ୍କ ଉପରେ ପୁଲିସ ପ୍ରବଳ ଲାଠି ମାଡ଼ କରିଥିଲା । ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କୁ ମଧ୍ୟ ପୁଲିସ ଛାଡ଼ି ନଥିଲା । ପୁଲିସ ଲାଠି ମାଡ଼ରେ କାର୍ଯ୍ୟରତ ଟିଭି ସାମ୍ବାଦିକ ଶମ୍ଭୁନାଥ ଦାସ ଆହତ ହୋଇଛନ୍ତି । ଉପଜିଲ୍ଲାପାଳ ନୀଲୁ ମହାପାତ୍ର ଏବଂ ଜିଲ୍ଲା ପଞ୍ଚାୟତ ଅଧିକାରୀ ନିମାଇଁ ଚରଣ ପାତ୍ର ଘଟଣାସ୍ଥଳରେ ପହଞ୍ଚି ପୁଲିସ ସୁରକ୍ଷାରେ ଥିବା ୧୩ ଓ ୧୪ ନଂ ବୁଥ୍ର ଗାଡ଼ି ମଧ୍ୟରେ ପଡ଼ିଥିବା ବାଲାଟ୍ ପେପରକୁ ଜବତ କରିଛନ୍ତି । ଏଥିରେ ୧୪ ନମ୍ବର ବୁଥ୍ ପ୍ରିଜାଇଡିଂ ଅଫିସରଙ୍କ ଦସ୍ତଖତ ରହିଛି । କେବଳ ୧୧,୧୨, ୧୩ ଓ ୧୪ ନମ୍ବର ବୁଥ୍ ନୁହେଁ, ପ୍ରାୟ ସମସ୍ତ ବୁଥ୍ର ଭୋଟ ବାକ୍ସକୁ ଟାମ୍ପରିଂ କରାଯାଇଥିବା ଅଭିଯୋଗକୁ ନେଇ ବ୍ଲକ ଫାଟକ ସମ୍ମୁଖରେ ଉତ୍ତେଜନା ସୃଷ୍ଟି ହୋଇଛି । ଉପଜିଲ୍ଲାପାଳ ଶ୍ରୀ ମହାପାତ୍ର ବିଜେଡି, କଂଗ୍ରେସ ଓ ବିଜେପିର ୨ଜଣ ଲେଖାଏଁ ନେତାଙ୍କୁ ଡାକି ଏ ସଂପର୍କରେ ମତାମତ ନେଇଛନ୍ତି । ଶାସକ ବିଜେଡିକୁ ଛାଡ଼ି ଅନ୍ୟ ଦୁଇଦଳ ଶ୍ରଦ୍ଧାପୁର ପଞ୍ଚାୟତର ମତଦାନକୁ ବାତିଲ କରି ସାନି ମତଦାନ ପାଇଁ ଦାବି କରିଛନ୍ତି । ଖବର ଲେଖାହେବା ପର୍ଯ୍ୟନ୍ତ ବ୍ଲକ ପରିସରରେ ଉତ୍ତେଜନା ଲାଗି ରହିଛି । ଘଟଣାସ୍ଥଳରେ ୨ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି ।
ଶ୍ରଦ୍ଧାପୁର ପଞ୍ଚାୟତ ସଂପର୍କରେ ନିର୍ବାଚନ କମିଶନରଙ୍କୁ ଅବଗତ କରାଯାଇଛି । ସେଠାରୁ ନିଦେ୍ର୍ଧଶ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି । କସବା କମଦ୍ଧା ପଞ୍ଚାୟତର ମତଗଣନା ନିର୍ଦ୍ଧାରିତ ସମୟରେ ଗୁରୁବାର ଅନୁÂିତ ହେବ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଏହାକୁ ନେଇ ଶାସକ ବିଜେଡି ସମର୍ଥକମାନେ ଉତ୍ତେଜିତ ହୋଇ ଉପଜିଲ୍ଲାପାଳଙ୍କ ଗାଡ଼ି ସମ୍ମୁଖରେ ଧାରଣାରେ ବସିଛନ୍ତି । ଭୋଟ ବାକ୍ସଗୁଡ଼ିକୁ ବ୍ଲକ କାର୍ଯ୍ୟାଳୟରେ ରହିଛି । ସ୍ଥାୟୀ ଷ୍ଟ୍ରଙ୍ଗରୁମ୍ ମଧ୍ୟକୁ ନିଆଯାଇନାହିଁ ।
Comments are closed, but trackbacks and pingbacks are open.