ପୁରୀ,(ବି.ବି.ବୁ୍ୟରୋ): ସୋମବାର ଶ୍ରୀମନ୍ଦିରରେ ଓଢ଼ଣ ଷÂୀ ପର୍ବରେ ମହାପ୍ରଭୁଙ୍କ ‘ଘୋଡ଼ ଲାଗି’ ବେଶ ହୋଇଥିଲା । ଏହା ହେଉଛି ଶ୍ରୀଜଗନ୍ନାଥଙ୍କ ମାନବୀୟ ଳୀଳା । ଶୀତର ପ୍ରକୋପରୁ ବଞ୍ଚିବାପାଇଁ ଲୋକେ ଶୀତବସ୍ତ୍ର ପରିଧାନ କରିଥାନ୍ତି । ଠାକୁରଙ୍କୁ ମଧ୍ୟ ଶୀତର ଭୟ ରହିଛି । ଶୀତ ପ୍ରକୋପରୁ ବର୍ତ୍ତିବା ପାଇଁ ମହାପ୍ରଭୁଙ୍କ ‘ଘୋଡ଼ ଲାଗି’ ନୀତି ସମ୍ପନ୍ନ ହୋଇଛି ।
ଦାରୁଦେବତାଙ୍କ ସ୍ୱତନ୍ତ୍ର ପରିଧାନକୁ କୁହାଯାଏ ‘ଘୋଡ଼’ । ଗତ ରାତିରେ ତିନି ଠାକୁରଙ୍କପାଇଁ ଘୋଡ଼ ଅଧିବାସ ହୋଇ ରହିଥିଲା । ଆଜି ଠାକୁରଙ୍କୁ ଘୋଡ଼ ଲାଗି କରାଯାଇ ୬ ମୂର୍ତ୍ତି ଅଳଙ୍କାର ଲାଗି କରାଯାଇଛି । ଖଣ୍ଡୁଆ, ଭେଲ୍ଭେଟର ଘୋଡ଼ ବସ୍ତ୍ର, ଫୁଟା, ମଫଲର୍ ଓ ଟୋପର ଆଦି ଠାକୁରେ ଲାଗି ହୋଇଛନ୍ତି । ପରମ୍ପରା ଅନୁଯାୟୀ ସପ୍ତାହର ବିଭିନ୍ନ ଦିନରେ ଭିନ୍ନ ଭିନ୍ନ ରଙ୍ଗର ବସ୍ତ୍ର ଶ୍ରୀବିଗ୍ରହଙ୍କୁ ଲାଗି କରାଯାଏ । ଆଜି ସୋମବାର କଳାଛିଟା ମିଶା ଶୁକ୍ଳ ରଙ୍ଗ ପରିଧାନ କରିଥିଲେ । ମଙ୍ଗଳବାର ବାର ପଟିଆ(ପଞ୍ଚ ରଙ୍ଗ ମିଶା) ଓ ବୁଧବାର ନୀଳରଙ୍ଗର ବସ୍ତ୍ର, ଗୁରୁବାର ହଳଦିଆ ରଙ୍ଗର ବସ୍ତ୍ର, ଶୁକ୍ରବାର ଶୁକ୍ଳ ରଙ୍ଗ, ଶନିବାର କଳା, ରବିବାର ଲାଲ ବସ୍ତ୍ର ପରିଧାନ କରିଥାନ୍ତି । ଜ୍ୟୋତିଷ ତଥା ଶାସ୍ତ୍ରଜ୍ଞମାନେ ଘୋଡ଼ର ରଙ୍ଗକୁ ଗ୍ରହର ପ୍ରତୀକ ବୋଲି କହିଥାନ୍ତି ।
ଶୀତ ୪ ମାସ ପାଇଁ ମହାପ୍ରଭୁଙ୍କର ମାର୍ଗଶିର ଶୁକ୍ଳ ଷÂୀଠାରୁ ମାଘ ସପ୍ତମୀ(ବସନ୍ତ ପଞ୍ଚମୀ) ପର୍ଯ୍ୟନ୍ତ ଏହି ଘୋଡ଼ ଲାଗି ନୀତି ସମ୍ପାଦିତ ହେବ । ଶ୍ରୀମଦନମୋହନ, ସୁଦର୍ଶନ, ଗରୁଡ଼, ପତିତପାବନ, ଗୁଣ୍ଡିଚାମନ୍ଦିରରେ ବିରାଜିତ ନୃସିଂହ ମହାପ୍ରଭୁ, ସୂର୍ଯ୍ୟଦେବ, ମୁକ୍ତିମଣ୍ଡପପାଶ୍ୱର୍ରେ ବିରାଜିତ ନୃସିଂହ ମହାପ୍ରଭୁ, ଦକ୍ଷିଣକାଳୀକା ଓ କାକୁଡ଼ିଖାଇ ଠାକୁରାଣୀଙ୍କୁ ମଧ୍ୟ ଶୀତ ବସ୍ତ୍ର ଲାଗି କରାଯାଇଛି । ଶୀତ କମିଲେ ଶ୍ରୀବିଗ୍ରହ ହାଲ୍କା କପଡ଼ାର ସ୍ୱତନ୍ତ୍ର ବସ୍ତ୍ର ପରିଧାନ କରିବେ । ତାହାକୁ ‘ଠିଆ ଘୋଡ଼’ ବେଶ କୁହାଯାଏ ।
Comments are closed, but trackbacks and pingbacks are open.