କୁନ୍ଦୁଲି ଗଣବଳାକ୍ରାର ଓ ଆତ୍ମହତ୍ୟା ମାମଲା :କୋରାପୁଟରେ ଏସଆଇଟିର ତଦନ୍ତ ଆରମ୍ଭ

Get real time updates directly on you device, subscribe now.

କୋରାପୁଟ,(ବି.ବି.ନୁ୍ୟଜ୍): କୋରାପୁଟ ଜିଲ୍ଲା କୁନ୍ଦୁଲି ଗଣବଳାକ୍ରାର ଓ ଆତ୍ମହତ୍ୟା ମାମଲାର ତଦନ୍ତ ପାଇଁ ସୋମବାର ସ୍ପେଶାଲ ଇନ୍ଭେଷ୍ଟିଗେଟିଭ୍ ଟିମ୍(ଏସଆଇଟି) ଏଠାରେ ପହଞ୍ଚିଛନ୍ତି । ୩ଜଣିଆ ଏହି ଟିମ୍ରେ ବରିÂ ଆଇପିଏସ୍ ତଥା ସମ୍ବଲପୁର ଡିଆଇଜି ହିମାଂଶୁ ଲାଲ, ବ୍ରହ୍ମପୁର ଡିଆଇଜି ସତ୍ୟବ୍ରତ ଭୋଇ, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସେଫିନ ଅହମ୍ମଦ କେ. ରହିଛନ୍ତି । ଏହି ଟିମ୍ ତଦନ୍ତ ଆରମ୍ଭ କରିଥିବା ବେଳେ ମୃତାଙ୍କ ମା’ ଦମାଇ ଛାତି ଓ ଭାଇ ଭଗବାନ ଛାତି ଏସଆଇଟି ନିକଟରେ ସେମାନଙ୍କ ପକ୍ଷ ରଖିଛନ୍ତି । ଏଥି ସହିତ ଘଟଣାର ତଦନ୍ତ କରୁଥିବା ତକ୍ରାଳୀନ ପଟ୍ଟାଙ୍ଗି ଥାନାର ତଦନ୍ତ ଅଧିକାରୀ ଦେବକୁମାର ଗମାଙ୍ଗ ମଧ୍ୟ ସ୍ୱତନ୍ତ୍ର ତଦନ୍ତ କମିଟି ନିକଟରେ ତଥ୍ୟ ରଖିଥିଲେ ।

ଗଣବଳାକ୍ରାର ହେବା ଠାରୁ ପୀଡ଼ିତା କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲା ଏସବୁ କଥା ସ୍ୱତନ୍ତ୍ର ତଦନ୍ତ ଟିମ୍ ପଚାରି ବୁଝିବା ସହ ବୟାନ ରେକଡର଼୍ କରିଛନ୍ତି । ଏସଆଇଟିର ପ୍ରଥମ ତଦନ୍ତ ବୈଠକରେ ଯୋଗଦେବା ପରେ ପୀଡ଼ିତାଙ୍କ ମା’ ଦମାଇ ପ୍ରତିକ୍ରିୟା ପ୍ରକାଶ କରି ଗଣମଧ୍ୟମକୁ କହିଛନ୍ତି ଯେ, ପୂର୍ବରୁ ଅନେକ ତଦନ୍ତ ହୋଇଛି । ହେଲେ ସେମାନଙ୍କ ପରିବାରକୁ ନ୍ୟାୟ ମିଳିନି । ନ୍ୟାୟ ନମିଳିବାରୁ ଝିଅ ମରିଗଲା । ନ୍ୟାୟ ନପାଇଲେ ସେ ବି ମରିଯିବେ ବୋଲି କ୍ଷୋଭର ସହ ପ୍ରକାଶ କରିଥିଲେ । ଅନ୍ୟପକ୍ଷରେ ପୀଡ଼ିତାଙ୍କ ଭାଇ ଭଗବାନ କହିଛନ୍ତି, ମୂଳରୁ ସେମାନେ ସିବିଆଇ ତଦନ୍ତ ଦାବି କରିଆସୁଛନ୍ତି । ତେବେ ଏସଆଇଟି ତଦନ୍ତରେ ନ୍ୟାୟ ମିଳିବ ବୋଲି ଆଶା ରହିଛି ବୋଲି ସେ ଗଣମାଧ୍ୟମକୁ କହିଛନ୍ତି । ଏନେଇ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ତଥା ଏସଆଇଟି ସଦସ୍ୟ ସେଫିନ୍ ଅହମ୍ମଦ ଗଣମାଧ୍ୟମକୁ କହିଛନ୍ତି ଯେ, ବରିÂ ଆଇପିଏସ ହିମାଂଶୁ ଲଲ ହେଉଛନ୍ତି ଏସଆଇଟି ଟିମ୍ ମୁଖ୍ୟ । ଆଜି ଏହି ଟିମ୍ ଘଟଣା ସମ୍ପର୍କରେ ତଦନ୍ତ କରିଛନ୍ତି । ମା’ଭାଇ ଓ ସମ୍ପର୍କୀୟ ଜଣେ ମହିଳା ସେମାନଙ୍କ ମତ ରଖିଛନ୍ତି । ଏଇ ଘଟଣାରେ ତକ୍ରାଳୀନ ତଦନ୍ତ ଅଧିକାରୀମାନଙ୍କୁ ପଚାରି ତଥ୍ୟ ସଂଗ୍ରହ କରାଯାଇଛି । ଏହାପରେ ତକ୍ରାଳୀନ କୁନ୍ଦୁଲି ଡାକ୍ତର ଓ ଅନ୍ୟମାନଙ୍କୁ ପଚରାଯାଇ ତଥ୍ୟ ସଂଗ୍ରହ କରାଯିବ ବୋଲି ସେ କହିଛନ୍ତି ।

ସୂଚନା ଥାଉକି ୨୦୧୭ ଅକ୍ଟୋବର ୧୦ ତାରିଖରେ ମୃତା ସସ୍ମିତା ଛାତି କୁନ୍ଦୁଲିକୁ ଫଟୋ ଉଠାଇବାକୁ ଯାଇ ଗାଁକୁ ଫେରୁଥିଲେ । ଫେରିବା ବାଟରେ ୪ଜଣ ଯବାନ ପୋଷାକଧାରୀ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିବା ସେତେବେଳେ ପୀଡ଼ିତା ଅଭିଯୋଗ କରିଥିଲେ । ଅସୁସ୍ଥ ପୀଡ଼ିତାଙ୍କୁ ପ୍ରଥମରେ କୁନ୍ଦୁଲି, କୋରାପୁଟ ଓ ପରେ କଟକ ମେଡ଼ିକାଲରେ ଚିକିତ୍ସା କରାଯାଇଥିଲା । ଚିକିତ୍ସା ପରେ ପୀଡ଼ିତା ଘରେ ରହିଥିଲେ । ତେବେ ନ୍ୟାୟ ନମିଳିବାରୁ ପୀଡ଼ିତାଜଣଙ୍କ ୨୦୧୮ ଜାନୁଆରୀ ୨୨ ତାରିଖ ସରସ୍ୱତୀ ପୂଜାଦିନ ଘରେ ଓଢଣୀ ଦେଇ ଆତ୍ମହତ୍ୟା କରିଥିଲେ । ଏହି ଘଟଣାରେ ପୁଲିସ, କ୍ରାଇମ ବ୍ରାଞ୍ଚ ତଦନ୍ତ ପରେ ଜୁଡ଼ିସିଆଲ କମିଶନ ଗଠନ କରାଯାଇ ତଦନ୍ତ କରାଯାଇଥିଲା । କ୍ରାଇମ ବ୍ରାଞ୍ଚ ତଦନ୍ତରେ ବିଳମ୍ବ ହେବାରୁ ପୀଡ଼ିତାଙ୍କ ମା’ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ପାଇଁ ପୁଣିଥରେ ଆବେଦନ କରିଥିଲେ । ହାଇକୋର୍ଟଙ୍କ ନିଦେ୍ର୍ଧଶକ୍ରମେ ଏସଆଇଟି ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons