କେନ୍ଦ୍ରାପଡ଼ାା,(ବି.ବି.ନୁ୍ୟଜ୍): ମହାକାଳପଡ଼ା ଥାନା ହାଜତ ମୃତୁ୍ୟ ଘଟଣାରେ ଶେଷରେ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ତକ୍ରାଳୀନ ଆଇଆଇସି ଶ୍ୟାମଘନ ବେହେରା । ବର୍ଷେରୁ ଅଧିକ କାଳ ଫେରାର ରହିବା ପରେ ହାଇକୋର୍ଟଙ୍କ ନିଦେ୍ର୍ଧଶରେ ଆଜି କେନ୍ଦ୍ରାପଡ଼ା ଏସ୍ଡିଜେଏମ୍ଙ୍କ କୋର୍ଟରେ ଆତ୍ମସର୍ମପଣ କରି ଜାମିନ ଲାଗି ଆବେଦନ କରିଥିଲେ ସେ । ମାତ୍ର କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ । ପରେ ସେ ପୁଣି ତକ୍ରାଳ କେନ୍ଦ୍ରାପଡ଼ା ଜିଲ୍ଲା ଦୌରାଜଜ୍ଙ୍କ କୋର୍ଟରେ ଜାମିନ୍ ଆବେଦନ କରିଥିଲେ ବି ସନ୍ଧ୍ୟାରେ କୋର୍ଟ ଜାମିନ ଆବେଦନକୁ ନାମଞ୍ଜୁର କରିଦେଇଥିଲେ । ଜାମିନ ଅଗ୍ରାହ୍ୟ ହେବା ପରେ ତାଙ୍କୁ କେନ୍ଦ୍ରାପଡ଼ା ସହର ଉପକଣ୍ଠ ବାରିମୂଳ ଜେଲ୍କୁ ପଠାଇ ଦିଆଯାଇଛି ।
ଏକଦା ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇଥିବା ଅବିନାଶ ପାଇଟାଳ (ମୂଷା)ଙ୍କର ଏହି ରହସ୍ୟମୟ ମୃତୁ୍ୟ ମାମଲାର ତଦନ୍ତ ପ୍ରଥମେ ଡିଏସ୍ପି ର୍ୟାଙ୍କର ଅଧିକାରୀ କରୁଥିବା ବେଳେ ପରେ ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତରିତ ହୋଇଥିଲା । ଯାହାର ତଦନ୍ତ କରୁଥିଲେ ବିଗତ ଦିନରେ କେନ୍ଦ୍ରାପଡ଼ାରେ କାମ କରିଥିବା ଦୁଇ ଅଧିକାରୀ । ସେମାନେ ତଦନ୍ତ ପୂର୍ବକ ଅନ୍ତରୀଣ ଚାର୍ଜସିଟ୍ ଦାଖଲ କରିଥିଲେ । ହାଜତ ମୃତୁ୍ୟ ଲାଗି ଚାର୍ଜସିଟ୍ରେ ଶ୍ରୀ ବେହେରାଙ୍କୁ ଦାୟୀ କରାଯିବା ସହ ତକ୍ରାଳ ଗିରଫ ପରୱାନା ଜାରି କରିବାକୁ ବି ସୁପାରିସ କରାଯାଇଥିଲା । ହେଲେ ଏତେସବୁ ପ୍ରକ୍ରିୟା ଭିତରେ ପୁଲିସ ଯଥେଷ୍ଟ ସୁଯୋଗ ଦେଇଥିଲା ଶ୍ରୀ ବେହେରାଙ୍କୁ ଖସିଯିବାକୁ । ଯେଉଁଥିପାଇଁ ସେ ଦୀର୍ଘଦିନ ହେବ ଫେରାର ରହିଥିଲେ । ହାଇକୋର୍ଟରେ ଆଗୁଆ ଜାମିନ ଲାଗି ଆବେଦନ କରିଥିଲେ ବି ତାହା ଅଗ୍ରାହ୍ୟ ହୋଇଥିଲା । ପରବର୍ତ୍ତୀ ସମୟରେ ତାଙ୍କୁ ବାରମ୍ୱାର ହାଜର ହେବା ଲାଗି ନୋଟିସ୍ ଜାରି ହୋଇଥିଲେ ବି ସେ ଲୁଚି ରହୁଥିଲେ । ତେଣୁ କୋର୍ଟ ସିଆର୍ପିସିର ଧାରା ୮୨ ଏବଂ ୮୩ ଅନୁସାରେ ତାଙ୍କୁ ନିଦେ୍ର୍ଧଶ ଦେଇଥିଲେ ତୁରନ୍ତ ନିମ୍ନ କୋର୍ଟରେ ହାଜର ହେବା ଲାଗି । ଗୋଟିଏ ଦିନରେ ମାମଲା ଶୁଣାଣି କରି ଫଇସଲା କରିବାକୁ ନିଦେ୍ର୍ଧଶ ଦେଇଥିଲେ । ବାରମ୍ୱାର ନୋଟିସ ସତ୍ତେ୍ୱ ହାଜର ହେଉନଥିବା ଦେଖି ହାଇକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ । ତଳ କୋର୍ଟରେ ହାଜର ହୋଇ ବିଚାର ପ୍ରକ୍ରିୟାରେ ସାମିଲ ନହେଲେ ତାଙ୍କ ନାଁରେ ଥିବା ସମସ୍ତ ସମ୍ପତ୍ତିକୁ ବାଜ୍ୟାପ୍ତ କରାଯିବ ବୋଲି ହାଇକୋର୍ଟ କହିଥିଲେ । କିଛି ଉପାୟ ନପାଇ ବାଧ୍ୟ ହୋଇ ଆଜି ସକାଳେ ସ୍ଥାନୀୟ ଏସ୍ଡିଜେଏମ୍ଙ୍କ କୋର୍ଟରେ ଆତ୍ମସମର୍ପଣ କରିଥିଲେ ଶ୍ରୀ ବେହେରା । ଏଥିସହ ତକ୍ରାଳ ଜାମିନ ଆବେଦନ କରିଥିଲେ । ହେଲେ ତାହା ଖାରଜ ହୋଇଯାଇଥିଲା । ପରେ ଜିଲ୍ଲା ଦୌରାଜଜ୍ଙ୍କ କୋର୍ଟରେ ବି ଜାମିନ ଆବେଦନ ଅଗ୍ରାହ୍ୟ ହୋଇଥିଲା ।
ମାର୍ଶାଘାଇ ଥାନା ବାଲଣା ଗ୍ରାମର ଶରତ ଚନ୍ଦ୍ର ପାଇଟାଳଙ୍କ ପୁଅ ଅବିନାଶ ପାଇଟାଳ(ମୂଷା)ଙ୍କ ନାମରେ ଗଲା ବର୍ଷ ଏପ୍ରିଲରେ ଏକ ଚୋରି ଘଟଣାରେ ସମ୍ପୃକ୍ତି ଅଭିଯୋଗ ଆସିଥିଲା । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ତେବେ ଏ ଚୋରିରେ କାହାର ନାଁ ନିର୍ଦ୍ଧିଷ୍ଟ ଭାବେ ଦର୍ଶାଯାଇ ନଥିଲେ ବି ପୁଲିସ ଅବିନାଶଙ୍କୁ ଦୋଷୀ ମାନିନେଇ ୨୦୧୮ ଅଗଷ୍ଟ ୨୫ତାରିଖ ସକାଳେ ତାଙ୍କୁ ଥାନାକୁ ଉଠାଇ ଆଣିଥିଲା । ପଚରାଉଚରା ନାଁରେ ତକ୍ରାଳୀନ ଥାନା ଅଧିକାରୀ ଶ୍ୟାମଘନ ବେହେରା ମୂଷାଙ୍କୁ ନେଇ ନିଜ କ୍ୱାର୍ଟର୍ସରେ ମାଡ଼ ମାରିଥିବା ଅଭିଯୋଗ ଉଠିଥିଲା । ପୁଲିସ ହେପାଜତରୁ ଅଭିଯୁକ୍ତ ଅବିନାଶ ପାଇଟାଳ ଓରଫ ମୂଷା ଖସିଯାଇଥିବା କଥା ପୁଲିସ କହୁଥିବା ବେଳେ ପରଦିନ ସକାଳେ ଅର୍ଥାତ ୨୬ ତାରିଖରେ ରହସ୍ୟମୟ ଭାବେ ଉଦ୍ଧାର ହୋଇଥିଲା ତାଙ୍କର ମୃତଦେହ । ଥାନାଠାରୁ ମାତ୍ର କେଇହାତ ଦୂର ଅଜୟ ମଲିକଙ୍କ ନିର୍ମାଣାଧୀନ ଶିଡ଼ି ଘରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ମିଳିଥିଲା । ଅବିନାଶଙ୍କ ମୃତୁ୍ୟ ପାଇଁ ପୁଲିସକୁ ଦାୟୀ କରିଥିଲେ ତାଙ୍କ ପରିବାର ଲୋକେ । ପୁଲିସ ଥାର୍ଡ ଡିଗ୍ରୀ ପ୍ରୟୋଗ କରି ତାଙ୍କୁ ମାରିଦେବା ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ଘଟଣାକୁ ଆତ୍ମହତ୍ୟାର ରୂପ ଦେଇଥିବା ପରିବାର ଲୋକେ ଏତଲାରେ ଦର୍ଶାଇଥିଲେ । ଏଥିରେ ହତ୍ୟା ମାମଲା ରୁଜୁ ସହ ଆଇଆଇସି ଶ୍ରୀ ବେହେରାଙ୍କୁ ତକ୍ରାଳ ନିଲମ୍ୱିତ କରାଯାଇଥିଲା । ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିଦେ୍ର୍ଧଶ ଦେଇଥିଲେ ଡିଜିପି । ଶ୍ୟାମଘନଙ୍କ ଘର ଗଞ୍ଜାମର ଗୋଳନ୍ଥରା ଥାନା ଅଧୀନ କେ.ଶାବରି ଗ୍ରାମରେ । ମୂଷାଙ୍କ ପରିବାର ତରଫରୁ ଆଇନଜୀବୀ ଅନନ୍ତ କୁମାର ଖଟୁଆ, ସରକାରଙ୍କ ପକ୍ଷରୁ ଭୀମସେନ ଭୂୟାଁ ଓ ନିରଞ୍ଜନ ବଳ ପ୍ରମୁଖ ଆଇନଜୀବୀ ମାମଲା ପରିଚାଳନା କରୁଥିଲେ ।
Comments are closed, but trackbacks and pingbacks are open.