ବାଲେଶ୍ୱର ,(ବି.ବି.ନୁ୍ୟଜ୍): ମଦ ନପିଇବାକୁ ବାପା ତାଗିଦ କଲେ । ଏଥିପାଇଁ ବାପ-ପୁଅ ମଧ୍ୟରେ ପାଟିତୁଣ୍ଡ ହେଲା । ହେଲେ ବାପାଙ୍କ ଉପରେ ଥିବା ରାଗ ପୁଅ ପଡେ଼ାଶୀଙ୍କ ବାଇକ୍ ଉପରେ ଶୁଝାଇଲା । ପଡେ଼ାଶୀଙ୍କ ୬ବାଇକକୁ ନିଆଁ ଲଗାଇ ଜାଳିଦେଲା । ବାଲେଶ୍ୱର ସହରର ଭୋଇସାହି ନିକଟରେ ଘଟିଛି ଏପରି ଘଟଣା । ଜଣେ ନିଶାସକ୍ତ ଯୁବକ ପରିବାର ଲୋକଙ୍କ ସହ ବଚସା ହେବାରୁ କ୍ରୋଧାନ୍ୱିତ ହୋଇ କଲୋନୀରେ ଥିବା ୬ଟି ବାଇକ ପୋଡ଼ି ଦେଇଛନ୍ତି । ଗୋଟିଏ ପରେ ଗୋଟିଏ ବାଇକ୍ ହୁତ ହୁତ ହୋଇ ଜଳିଯାିଛି । ଭଉଣୀ ବାହାଘରରେ ବାପାଙ୍କ ସହ ଉଚ୍ଚ ବାଚ୍ଚ ହେବାରୁ ପ୍ରତିଶୋଧ ପରାୟଣ ହୋଇ ପୁଅ ଏଭଳି କାଣ୍ଡ ରଚିଥିବା କୁହାଯାଉଛି ।
ସୂଚନା ମୁତାବକ, ବାଲେଶ୍ୱର ସହର ଉପକଣ୍ଠ କରଞ୍ଜିଆ ଭୋଇସାହି ଅଞ୍ଚଳର ଏକ ଭଡ଼ା ଘରେ ପରିବାରର ସହ ରୁହନ୍ତି ସଞ୍ଜୟ କୁମାର ମହାନ୍ତି । ଶ୍ରୀ ମହାନ୍ତି ନିଜ ଝିଅ ବାହାଘର ପାଇଁ ନୀଳଗିରିରେ ବ୍ୟସ୍ତ ଥିବା ବେଳେ ପୁଅ ସୌରଭ ମଦ୍ୟପାନ କରି ଉପôାତ କରୁଥିଲେ । ଏଥି ପାଇଁ ବାପ ପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ସୌରଭ କ୍ଷୁବ୍ଧ ହୋଇ କଲୋନୀରେ ଥିବା ୬ଟି ବାଇକରେ ନିଆଁ ଲଗାଇ ଦେଇଥିଲା । ପରେ ଘଟଣା ସମ୍ପର୍କରେ ବାପାକୁ ଫୋନ ଯୋଗେ ଖବର ଦେଇଥିଲା । କଲୋନୀ ବାସିନ୍ଦା ଅଗ୍ନିଶମ ବାହିନୀକୁ ଖବର ଦେବାପରେ ନିଆଁକୁ ଆୟତ୍ତ କରାଯାଇଥିଲା ।
Comments are closed, but trackbacks and pingbacks are open.