ରାଉରକେଲା,(ବି.ବି.ନୁ୍ୟଜ୍): ହାଇଦ୍ରାବାଦରେ ଜଣେ ଡାକ୍ତରାଣୀଙ୍କୁ ଗଣବଳାକ୍ରାର ପରେ ଜୀବନ୍ତ ପୋଡ଼ି ହତ୍ୟା ଘଟଣା ଏବଂ ପୁରୀରେ ନାବାଳିକାଙ୍କୁ ବହିଷ୍କୃତ ପୁଲିସ୍ କନେଷ୍ଟବଳ ଓ ତାର ସହଯୋଗୀଙ୍କ ଦ୍ୱାରା ଗଣବଳାକ୍ରାର ଘଟଣା ଲୋକଙ୍କ ମନରୁ ନଲିଭୁଣୁ ରାଉରକେଲାରେ ଘଟି ଯାଇଛି ଆଉ ଏକ ଲଜ୍ଜାଜନକ ଘଟଣା । ବାପାମାଆ ଛେଉଣ୍ଡ ନାବାଳିକା ଝିଅକୁ ତାଙ୍କର ନିଜ ମଉସା ବଳାକ୍ରାର ଉଦ୍ୟମ କରିବା ଘଟଣା ଏବଂ ପୀଡ଼ିତା ଥାନାକୁ ଯାଉଥିବା ବେଳେ ମାଉସୀ ତାଙ୍କୁ ଆକ୍ରମଣ କରିବା ନେଇ ପ୍ଲାଣ୍ଟସାଇଟ୍ ଥାନାରେ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୁଲିସ୍ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଅଭିଯୁକ୍ତା ମାଉସୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ମଉସାକୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ।

ଗୋପବନ୍ଧୁପାଲି ଅଞ୍ଚଳରେ କ୍ରିଷ୍ଣା ସିଂ (୩୫) ଓ ତାଙ୍କ ପତ୍ନୀ ଖୁସ୍ବୁ ଦେବୀ (୩୨) ରହନ୍ତି । ଖୁସ୍ବୁ ଦେବୀଙ୍କ ଭଉଣୀ ଓ ଭିଣୋଇଙ୍କ ମୃତୁ୍ୟ ଘଟିଥିବା ବେଳେ ତାଙ୍କର ଝିଅ ଓ ପୁଅ କ୍ରିଷ୍ଣାଙ୍କ ପାଖରେ ରହୁଥିଲେ । ସେହି ନାବାଳିକାଙ୍କ ଉପରେ କ୍ରିଷ୍ଣାଙ୍କ ଖରାପ ନଜର ପଡ଼ିଥିଲା । ତାଙ୍କୁ ବିଭିନ୍ନ ସମୟରେ ଧମକଚମକ ଦେଇ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ । ନାବାଳିକା ଏହାର ବିରୋଧ କଲେ ତାଙ୍କ ସାନ ଭାଇକୁ ମାରି ଦିଆଯିବ ବୋଲି ମଧ୍ୟ ଧମକ ଦେଉଥିଲେ । ଫଳରେ ଭାଇ ପାଇଁ ଭଉଣୀ ଚୁପ୍ ହୋଇ ରହୁଥିଲେ । ଗତକାଲି ରାତିରେ କ୍ରିଷ୍ଣା ଝିଆରୀକୁ ବଳାକ୍ରାର କରିବାକୁ ଉଦ୍ୟମ କରିବାରୁ ସେ ତାଙ୍କ କବଳରୁ ଖସି ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଏକ ଧାରୁଆ ଅସ୍ତ୍ରରେ କ୍ରିଷ୍ଣା ତାଙ୍କୁ ଆକ୍ରମଣ କରିଥିଲେ । ଏଥିରେ ନାବାଳିକା ଜଣକ ଆହତ ହୋଇଛନ୍ତି । ତେବେ ଏ ନେଇ ଗୋପବନ୍ଧୁପାଲି ଅଞ୍ଚଳରେ ରହୁଥିବା ନାରୀନେତ୍ରୀ ପ୍ରମିଳା ଦାଶ ଏ ସମ୍ପର୍କରେ ଜାଣିବା ପରେ ନାବାଳିକାଙ୍କୁ ଉଦ୍ଧାର କରିଥିଲେ । ଏ ନେଇ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଖବର ସଂଗ୍ରହ ଲାଗି ସେଠାରେ ପହଞ୍ଚିଥିଲେ । ନାରୀନେତ୍ରୀଙ୍କ ସହାୟତାରେ ପୀଡ଼ିତା ପ୍ଲାଣ୍ଟସାଇଟ୍ ଥାନାକୁ ଅଭିଯୋଗ କରିବାକୁ ଯିବା ସମୟରେ ଖୁସ୍ବୁ ଦେବୀ ତାଙ୍କୁ ଅଟକାଇ ଥିଲେ । ଏହି ସମୟରେ ଗଣମାଧ୍ୟମର ପ୍ରତିନିଧିମାନେ ଫଟୋ ଉତ୍ତୋଳନ କରୁଥିବା ବେଳେ ଖୁସ୍ବୁ ଦେବୀ ସାମ୍ବାଦିକଙ୍କୁ ଆକ୍ରମଣ କରିବାକୁ ପଛାଇ ନଥିଲେ । ଥାନାରେ ପୀଡ଼ିତା ଲିଖିତ ଅଭିଯୋଗ କରିବା ପରେ କହିଛନ୍ତି ତାଙ୍କ ମଉସା ତାଙ୍କୁ ଥରେ ନୁହେଁ ଅନେକ ଥର ବଳାକ୍ରାର କରିବାକୁ ଉଦ୍ୟମ କରିଛନ୍ତି । ଏଥିରେ ସେ ରାଜି ନ ହେବାରୁ ତାଙ୍କୁ ମାଡ଼ ମାରିବାକୁ ପଛାନ୍ତି ନାହିଁ ।
ଏପରିକି ତାଙ୍କର ଅଶ୍ଲୀଳ ଫଟୋ ମୋବାଇଲରେ ଉଠାଇ ରଖିଛନ୍ତି । ପୁଲିସ୍ ପୀଡ଼ିତାଙ୍କ ଏତଲା ପାଇବା ପରେ ଦଫା ୨୯୪/୩୨୩/୩୨୪/୫୦୯/୩୫୪/୫୦୬/୩୦୭/୫୧୧/୩୭୬/୩୪ ଏବଂ ୮ ପୋକ୍ସୋ ଆକ୍ଟରେ ଏକ ମାମଲା (କେସ୍ ନଂ.୩୮୭/୧୯) ରୁଜୁ କରିଛି । ସ୍ୱାମୀଙ୍କୁ ବେଆଇନ କାମରେ ସହଯୋଗ କରିବା ଅଭିଯୋଗରେ ପୁଲିସ୍ ଖୁସ୍ବୁ ଦେବୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ କ୍ରିଷ୍ଣାଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଳାଇଛି । ଆସନ୍ତାକାଲି ମୁଖ୍ୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଅନିଲ ପ୍ରଧାନ ସୂଚନା ଦେଇଛନ୍ତି ।ଁ
Comments are closed, but trackbacks and pingbacks are open.