ପୁରୀ: ପୁରୀ ପୋଲିସ୍ କଲୋନୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟା ସାମ୍ନାକୁ ଆସିଛି। ଏହି ତଥ୍ୟ ସାମ୍ନାକୁ ଆଣିଛନ୍ତି ଜଣେ ମହିଳା ଯେ କି ଅଭିଯୁକ୍ତ ଜିତେନ୍ଦ୍ର ସେଠୀଙ୍କ ଦ୍ୱିତୀୟ ପତ୍ନୀ ବୋଲି ନିଜକୁ ଦାବି କରିଛନ୍ତି।
ମହିଳା ଜଣକ କହିଛନ୍ତି ଯେ, ପୁରୀ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଜିତେନ୍ଦ୍ର ସଠୀଙ୍କର ସେ ଦ୍ୱିତୀୟ ପତ୍ନୀ। ଜିତେନ୍ଦ୍ର ଅତି ଘୃଣ୍ୟ କାମ କରିଛନ୍ତି। ଏପରି କାମ ଯୋଗୁ ତାଙ୍କୁ ସର୍ବସମ୍ମୁଖରେ ଫାଶୀ ଦେବା ଉଚିତ୍।
ସେ ଆହୁରି ଅଭିଯୋଗ କରିଛନ୍ତି, ଜିତେନ୍ଦ୍ର ବାରମ୍ବାର ଏପରି ଘୃଣ୍ୟ କାମ କରୁଛନ୍ତି। ସେ ସେକ୍ସ ରାକେଟ ମଧ୍ୟ ଚଲାନ୍ତି। ତାଙ୍କ ପ୍ରଥମ ପତ୍ନୀ ତାଙ୍କୁ ଏହି କାମରେ ସହଯୋଗ କରନ୍ତି। ସେ କ୍ୱାର୍ଟର୍ସ ନେଇ ଏହି କାରବାର କରନ୍ତି। ତେଣୁ ତାଙ୍କୁ ମଧ୍ୟ ଗିରଫ କରାଯାଉ ବୋଲି ସେ କହିଛନ୍ତି।
Comments are closed, but trackbacks and pingbacks are open.