ରାଜ୍ୟପାଳଙ୍କୁ ଗେଟ୍ ବନ୍ଦ: ପୁଣି ପଶ୍ଚିମବଙ୍ଗରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବିବାଦ

Get real time updates directly on you device, subscribe now.

କୋଲକାତା : ପଶ୍ଚିମବଙ୍ଗ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ବାରମ୍ବାର ଅନେକ ପ୍ରସଙ୍ଗରୁ ନେଇ ବାଦ ବିବାଦ ଲାଗି ରହିଛି । କିନ୍ତୁ ଆଜି ଏମିତି ସ୍ଥିତି ଉପୁଜିଛି ରାଜ୍ୟପାଳଙ୍କୁ ହଟ୍ଟହଟ୍ଟା ହେବାକୁ ପଡିଛି । ବିଧାନସଭା ସଚିବାଳୟକୁ ଯିବାକୁ ଚାହିଁ ଥିବା ରାଜ୍ୟପାଳଙ୍କ ପାଇଁ ଉଦ୍ଧିଷ୍ଟ ୩ ନମ୍ବର ଗେଟ୍ ବନ୍ଦ କରି ଦିଆଯଆଇଥିଲା । ବାଧ୍ୟ ହୋଇ ସେ ୪ନମ୍ବର ଗେଟ୍ ଦେଇ ବିଧାନସଭା ପରିସରକୁ ଯାଇଥିଲେ ।
ରାଜ୍ୟପାଳ ବନାମ ସରକାର। ଏହି ବିବାଦ ଧିରେ ଧିରେ ଉଗ୍ରରୂପ ନେଉଛି। ଆଜିର ଘଟଣା ଆଉ ଏକ ଏପିସୋଡ ଯୋଡ଼ିଛି । ଗେଟରେ ତାଲା ପଡ଼ିଛି ରାଜ୍ୟପାଳ ବାହାରେ ଠିଆ ହୋଇଛନ୍ତି। ରାଜ୍ୟପାଳ ଜଗଦୀପ ଧନକଡ଼ଙ୍କୁ ମଧ୍ୟାହ୍ନ ଭୋଜର ପାଇଁ ନିମନ୍ତ୍ରଣ ଦେଇଥିଲେ ବାଚସ୍ପତି। ହେଲେ ବିଧାନସଭା ସେକ୍ରେଟାରୀଏଟକୁ ଯିବାକୁ ରାଜ୍ୟପାଳଙ୍କ ପାଇଁ ଉର୍ଦ୍ଧିଷ୍ଟ ୩ନମ୍ବର ଗେଟ୍କୁ ଜାଣିଶୁଣି ବନ୍ଦ ରଖାଯାଇଥିଲା । ବାଧ୍ୟ ହୋଇ ରାଜ୍ୟପାଳ ଜଗଦୀପ ଧନକଡ଼ ସାମ୍ବାଦିକଙ୍କ ପାଇଁ ଉର୍ଦ୍ଧିଷ୍ଟ ୪ନମ୍ବର ଗେଟ୍ ଦେଇ ବିଧାସସଭା ସଚିବାଳୟ ଭିତରକୁ ଯାଇଥିଲେ । ତେବେ ଏହି ଐତିହାସିକ କୋଠା, ପାଠାଗାର ବୁଲିବାକୁ ମୁଁ ଆସିଥିଲି ଏବଂ ରାଜ୍ୟ ସରକାରଙ୍କ ଏଭଳି କାର୍ୟ୍ୟ କେବଳ ମୋତେ ନୁହେଁ, ପୂରା ଗଣତନ୍ତ୍ରକୁ ଅପମାନ ବୋଲି ରାଜ୍ୟପାଳ ଜଗଦୀପ ଧନକଡ଼ କହିଛନ୍ତି
ବୁଧବାର କୋଲକାତା ବିଶ୍ବବିଦ୍ୟାଳୟ ପରିଦର୍ଶନରେ ଯାଇଥିବା କୁଳାଧିପତି ରାଜ୍ୟାପଳଙ୍କୁ ମଧ୍ୟ ସମାନ ସ୍ଥିତି ଭୋଗିବାକୁ ପଡିଥିଲା । ବିଶ୍ବବିଦ୍ୟାଳୟର କୁଳାଧିପତିଙ୍କୁ ଅଭ୍ୟର୍ଥନା ଦେବାକୁ ନା ବିଶ୍ବବିଦ୍ୟାଳୟ କୁଳପତି ନା ଉଚ୍ଚଅଧିକାରୀ କେହିବି ଉପସ୍ଥିତ ନଥିଲେ । ବାଧ୍ୟହୋଇ ସେ ବିଶ୍ବବିଦ୍ୟାଳୟ କର୍ମଚାରୀଙ୍କ କ୍ବାର୍ଟରେ ବସି ସେଠାରୁ ଫେରିଥିଲେ । ରାଜ୍ୟପାଳଙ୍କୁ ପଶ୍ଚିମବଙ୍ଗ ସରକରା ଏଭଳି ଜାଣିଶୁଣି ହଟ୍ଟହଟ୍ଟା କରୁଥିବା ବାରମ୍ବାର ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବ୍ୟକ୍ତିଗତ ରୋଷଥିବାରୁ ରାଜ୍ୟପାଳଙ୍କୁ ଟାର୍ଗେଟ କରାଯାଉଥିବା କୁହାଯାଉଛି।
ପୂର୍ବରୁ ଅନେକ ଘଟଣା ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଓ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ ହୋଇଛି । ଯାହାକି ରାଜନୀତିର ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିବାରେ ଲାଗିଛି

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons