ଆଖି ବୁଜିଲେ ଉନ୍ନାଓ ଗଣଦୁଷ୍କର୍ମ ପୀଡିତା

Get real time updates directly on you device, subscribe now.

ନୂଆଦିଲ୍ଲୀ : ଉନ୍ନାଓ ଗଣ ଦୁଷ୍କର୍ମ ପୀଡିତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ନୂଆଦିଲ୍ଲୀର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ପୀଡିତାଙ୍କୁ ବିମାନ ଯୋଗେ ଲକ୍ଷ୍ମୌରୁ ନୂଆଦିଲ୍ଲୀ ଅଣାଯାଇଥିଲା । ତାଙ୍କର ଶରୀରର ୯୫ ପ୍ରତିଶତ ଜଳିଯାଇଥିଲା ।
ଗଣ ଦୁଷ୍କର୍ମ କରିଥିବା ଅଭିଯୁକ୍ତମାନେ ତାଙ୍କୁ ଛୁରି ଭୁଷିବା ପରେ ପେଟ୍ରୋଲ ଢାଳି ପୋଡି ହତ୍ୟା ଉଦ୍ୟମ କରିଥିଲେ ।
ଉନ୍ନାଓର ଏହି ଘଟଣା କାହାର ବି ଛାତି ଥରାଇ ଦେବ । ପୀଡିତାଙ୍କୁ ବାରମ୍ବାର ଗଣ ଦୁଷ୍କର୍ମ କରିବା ପରେ ଛୁରି ଭୂଷି ପେଟ୍ରୋଲ ପକାଇ ହତ୍ୟା ଉଦ୍ୟମ କରିଥିଲେ ଅଭିଯୁକ୍ତ ।
ପୀଡିତାଙ୍କୁ ରାଏ ବରେଲିରେ ଦୁଇ ଅଭିଯୁକ୍ତ ଗୋଟିଏ ଘରେ ଯୌନ ଦାସୀ ଭାବେ ରଖିଥିଲେ। ତାଙ୍କୁ ଏକ ଅନ୍ଧାର କୋଠରୀ ମଧ୍ୟରେ ରଖାଯାଉଥିଲା। ଝରକା ବାଟେ ବାହାରକୁ ବି ଦେଖି ପାରୁ ନଥିଲେ । ଏପରି କଲେ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରାଯାଉଥିବା ହିନ୍ଦୁସ୍ତାନ ଟାଇମସ୍‌ରେ ଖବର ପ୍ରକାଶିତ ହୋଇଛି । ଏହା ଭିଡଓ ଉତ୍ତୋଳନ କରୁଥିଲେ ଅଭିଯୁକ୍ତ ପୁଲିସ ଆଗରେ ଅଭିଯୋଗ କଲେ ଅନ୍‌ଲାଇନ୍‌ ଭିଡିଓ ଭାଇରାଲ୍‌ କରିବେ ବୋଲି ଧମକ ଦେଉଥିଲେ ।
ମାତ୍ର ସମସ୍ତ ଧମକ ସତ୍ତ୍ୱେ ପୀଡିତା ଥାନାରେ ଅଭିଯୋଗ କରିଥିଲେ । ପ୍ରଥମେ ପୁଲିସ ଅଭିଯୋଗ ରଖି ନଥିଲା । ମାର୍ଚ୍ଚ ୫ ତାରିଖରେ ତାଙ୍କର ଅଭିଯୋଗକୁ ପୁଲିସ ରଖିଥିଲା । ଅଭିଯୁକ୍ତ ଶିବମ ତ୍ରିବେଦୀ ପ୍ରଥମେ ପ୍ରେମ ଓ ପରେ ବିବାହର ପ୍ରତିଶୃତି ଦେଇ ଦୁଷ୍କର୍ମ କରିଥିଲା । ପରେ ତାହାର ସମ୍ପର୍କୀୟ ଦୁଷ୍କର୍ମ କରିଥିଲେ। ପୀଡିତାଙ୍କୁ ଯୌନଦାସୀ ଭାବେ ରଖି ବାରମ୍ବାର ନିର୍ୟ୍ୟାତନା ଦେବା ସହ ଦୁଷ୍କର୍ମ କରିଥିଲେ । ଏହି କଥା ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ।
ମାମଲା ରୁଜୁ ହେବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ହେଲେ ସେ ଜାମିନରେ ଆସି ପୁଣି ହତ୍ୟା ଉଦ୍ୟମ କଲା । ଏକ ବିଭତ୍ସ ହତ୍ୟା ଉଦ୍ୟମ । ପ୍ରଥମେ ଛୁରି ଭୁଷି ଓ ପରେ ନିଆଁ ଜାଳି ହତ୍ୟା ଉଦ୍ୟମ କରିଥିଲା ।
ପୀଡିତା ରାଏ ବରେଲି ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ ମଧ୍ୟ ପୁଲିସ ସେଠାରୁ ତାଙ୍କୁ ତଡି ଦେଇଥିଲା । ପରେ କୋର୍ଟଙ୍କ ଆଦେଶ ପରେ ପୁଲିସ ମାମଲା ରୁଜୁ କରିଥିଲା । ଶେଷରେ ଉନ୍ନାଓ ପୀଡିତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons