ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କ ହତ୍ୟା ଘଟଣା : ଅଭିଯୁକ୍ତଙ୍କୁ ଗିରଫ ଓ କ୍ଷତିପୂରଣ ଦାବୀରେ ରାସ୍ତାରାେକ

Get real time updates directly on you device, subscribe now.

ବାଲିଗୁଡା: ବାଲିଗୁଡା ସୂଚନା ଅଧିକାର କର୍ମୀ ତଥା ବାଟାଗୁଡା ସରପଞ୍ଚ ଅଭିମନ୍ୟୁ ପଣ୍ଡା ଙ୍କୁ ଗୁଳିକରି ହତ୍ୟା ଘଟଣା । ସୂଚନା ଅଧିକାରୀ କର୍ମାଙ୍କୁ ଗୁଳି କରି ହତ୍ୟା ଘଟଣା ଚାରି ଦିନ ପରେ ମଧ୍ୟ ପୋଲିସ୍ ର ହାତଖାଲି ରହିଛି । ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ ଓ କ୍ଷତିପୂରଣ ଦାବୀରେ ୫୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ସ୍ଥାନୀୟଲୋକ । ଜାତୀୟ ରାଜପଥ ଅବରୋଧ ଫଳରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି ।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ପାତ୍ରସାହି ସ୍ଥିତ ନିଜ ଘର ସମ୍ମୁଖରେ ଛିଡା ହୋଇଥିବା ସମୟରେ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ଗୁଳିମାଡ କରି ଫେରାର ହୋଇଯାଇଥିଲେ , ପରେ ଅଭିମନ୍ୟୁଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାର ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣାର ବର୍ତ୍ତମାନ ପର୍ୟ୍ୟନ୍ତ କାହାକୁ ଗିରଫ କରାଯାଇନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons