ନବରଙ୍ଗପୁର, (ବି.ବି.ନୁ୍ୟଜ୍): ପାପଡାହାଣ୍ଡି ଥାନା ଖଡ଼କା ଘାଟିରେ ବାଇକ୍ ଦୁର୍ଘଟଣାରେ ଦୁଇ ଆରୋହୀଙ୍କ ମୃତୁ୍ୟ ହୋଇଛି । ମୃତ ଦୁଇଜଣ ହେଲେ ମଧୁ ମାଝୀ ଓ ହୀରା ଦିଶାରୀ । ଉଭୟଙ୍କ ଘର କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନାର ପର୍ଜାନାଗଫେଣି ଗାଁରେ ।
ପୁଲିସ୍ ସୂଚନା ଅନୁଯାୟୀ, ୪ ଦିନ ତଳେ ମଧୁ ଓ ହୀରା ଝରିଗାଁର ଚଚ୍ଚା ଗାଁରେ ଥିବା ତାଙ୍କ ସଂପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲେ । ଆଜି ଭୋର୍ ସମୟରେ ଝରିଗାଁରୁ ନିଜ ଗାଁକୁ ଫେରୁଥିଲେ । ଆମପାଣି ଘାଟି ଆରମ୍ଭରୁ ପୂର୍ବରୁ ଖଡ଼କା ବ୍ରିଜ୍ ନିକଟ ୨୬ ନମ୍ବର ଜାତୀୟ ରାଜପଥରେ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଭାରସାମ୍ୟ ହରାଇ ରାଜପଥ କଡ଼ରେ ଉଭୟ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ । ମଧୁଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ସେ ପିନ୍ଧିଥିବା ହେଲ୍ମେଟ୍ ଫାଟି ପ୍ରଚୁର ରକ୍ତସ୍ରାବ ହୋଇଥିଲା । କିଛି ସମୟ ପରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତୁ୍ୟ ହୋଇଥିଲା । ଗୁରୁତର ଅବସ୍ଥାରେ ହୀରାଙ୍କୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସରେ ପାପଡାହାଣ୍ଡି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ବେଳେ ବାଟରେ ତାଙ୍କ ମୃତୁ୍ୟ ହୋଇଥିଲା । ପାପଡ଼ାହାଣ୍ଡି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉଭୟ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଦ୍ରୁତଗତିରେ ବାଇକ୍ ଚଲାଇବା ସହ ଖଡକା ଗାଁ ନିକଟ ବୁଲାଣିରେ ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ ହେଲା । ତେଣୁ ଉଭୟଙ୍କ ମୃତୁ୍ୟ ହୋଇଥିବା ମୈଦଲପୁର ଫାଣ୍ଡି ଅଧିକାରୀ ମନୋରଞ୍ଜନ ସ୍ୱାଇଁ କହିଛନ୍ତି । ଏ ସମ୍ପର୍କରେ ଥାନାରେ ଦୁଇଟି ଅପମୃତୁ୍ୟ ମାମଲା ରୁଜୁ ହୋଇଛି । ତଦନ୍ତ ଚାଲୁ ରହିଥିବା ପୁଲିସ୍ କହିଛି ।
Comments are closed, but trackbacks and pingbacks are open.