ନାବାଳିକାକୁ ଗଣବଳାକ୍ରାର ଓ ହତ୍ୟା ଘଟଣା

Get real time updates directly on you device, subscribe now.

ନବରଙ୍ଗପୁର, (ବି.ବି.ନୁ୍ୟଜ୍): ନବରଙ୍ଗପୁର ଜିଲ୍ଲାର କୋଷାଗୁମଡା ଥାନା ଗୁମଣ୍ଡଲି ନାବାଳିକାଙ୍କୁ ଗଣବଳାକ୍ରାର ପରେ ହତ୍ୟା ଭଳି ସମ୍ବେଦନଶୀଳ ଘଟଣାକୁ ଜିଲ୍ଲା ପ୍ରଶାସନ ଓ ପୁଲିସ ଗୁରୁତ୍ୱର ସହ ନେଇଛି । ଜିଲ୍ଲାପାଳଙ୍କ ନିଦେ୍ର୍ଧଶରେ ରାତିଅଧିଆ ଶବ ବ୍ୟବଚ୍ଛେଦ କରାଯାଇଛି । ବ୍ୟବଚ୍ଛେଦ ପରେ ଆଜି ଶୋକାକୁଳ ପରିବେଶରେ ନାବାଳିକାର ଶବ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ପରମ୍ପରା ଅନୁଯାୟୀ କବର ଦିଆଯାଇଛି ।

ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହିତ ଜିଲ୍ଲାପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଭାସ୍କର ରଇତ, କଂଗ୍ରେସର ପୂର୍ବତନ ଜିଲ୍ଲା ସଭାପତି ମୁନ୍ନା ତ୍ରିପାଠୀ, ମା’ ଘର ଶାଖା ଅଧ୍ୟକ୍ଷା କାଦମ୍ବନୀ ତ୍ରିପାଠୀ ପ୍ରମୁଖ କବର ଦେବା ସମୟରେ ଉପସ୍ଥିତ ଥିଲେ । ଏହି ଘଟଣାରେ ୨ଜଣ ଯୁବକଙ୍କୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି । ଅନ୍ୟପକ୍ଷେ ଏସ୍ପି ନୀତିନ କୁଶଲକର କାହକୁ ଅଟକ ରଖାଯାଇ ନଥିବା କହିବା ସହ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରହିଥିବା କହିଛନ୍ତି । ତଦନ୍ତ ପରେ ଗଣମାଧ୍ୟମକୁ ସବୁପ୍ରକାର ସୂଚନା ଦିଆଯିବ ବୋଲି ସେ କହିଛନ୍ତି । ପୁଲିସ୍ ଠିକ୍ ମାର୍ଗରେ ତଦନ୍ତ ଜାରି ରଖିଛି ବୋଲି ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର କହିଛନ୍ତି ।

ଘଟଣାକୁ ୩ ଦିନ ବିତିଯାଇଛି । ହେଲେ ପୁଲିସ ଅଭିଯୁକ୍ତଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରିପାରିନି । ଆଜି ପୁଣିଥରେ ଅନୁସନ୍ଧନୀ କୁକୁର କୋଷାଗୁମଡା ଗୁମଣ୍ଡଲି ଘଟଣା ସ୍ଥଳରୁ କୋରାପୁଟ ଜିଲ୍ଲା କୋଟପାଡର କୁହୁଡି ଗାଁକୁ ଯାଇଥିଲା । କୁହୁଡିର ଜଣେ ଯୁବକଙ୍କ ଘର ଭିତରକୁ ପଶିଥିଲା । କୁହୁଡି ଗାଁରେ ୩-୪ ଚାଉଣ୍ଡ ବୁଲିବା ପରେ ଗାଁ ନିକଟ ପେଟ୍ରୋଲ ପମ୍ପକୁ ଯାଇଥିଲା । ତଦନ୍ତ ଜାରି ରହିଥିବାରୁ ଅଧିକ ସୂଚନା ଦେବାକୁ ଜିଲ୍ଲାପାଳ ଓ ଏସ୍ପି ମନା କରିଦେଇଛନ୍ତି । ଶୋକସନ୍ତପ୍ତ ପରିବାକୁ ଅନୁକମ୍ପା ରାଶି ପ୍ରଦାନ କରିବାକୁ ଜିଲ୍ଲାପ୍ରଶାସନ ପକ୍ଷରୁ ରାଜ୍ୟସରକାରଙ୍କ ନିକଟକୁ ସମାଜସେବୀ ଓ ପରିବାରର ଦାବିପତ୍ର ପଠାଯାଇଛି । ନିର୍ଦ୍ଧିଷ୍ଟ ଭାବେ ଅନୁକମ୍ପା ରାଶି ମୂଲ୍ୟକୁ ନେଇ କୌଣସି ପ୍ରତିଶ୍ରୁତି ଦିଆଯାଇ ନଥିଲେ ବି ସହାୟତା କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ସନ୍ଧ୍ୟାରେ କୋଷାଗୁମଡା ଥାନା ଗୁମଣ୍ଡଲି ଗାଁର ଜଣେ ୧୬ ବର୍ଷିୟା ନାବାଳିକାକୁ ଘରେ କେହି ନଥିବା ସୁଯୋଗ ନେଇ ଦୁର୍ବୃତ୍ତମାନେ ଉଠାଇ ନେଇଥିଲେ । ଘରର ପଛପଟରୁ ୩ଶହ ମିଟର ଦୂରରେ ନାବାଳିକାର ଶବ ମିଳିଥିଲା । ଶବଥିବା ସ୍ଥାନରୁ ୩୦୦ ମିଟର ଦୂରରେ ୨ଟି ଜିନ୍ ପ୍ୟାଣ୍ଟ ମିଳିଥିଲା । ନାବାଳିକାର ପରିବାର ଏନେଇ କୋଷାଗୁମଡା ଥାନାରେ ଶୁକ୍ରବାର ଏତଲା ଦେଇଥିଲେ । ଏତଲାରେ ନାବାଳିକାର ପରିବାର ଅତ୍ୟନ୍ତ ଗରିବ । ଗାଁରେ କାମଧନ୍ଧା ଅଭାବରୁ ନାବାଳିକାର ପିତା ଛତିଶଗଡକୁ ଦାଦନ ଖଟିବାକୁ ଯାଇଥିଲେ । ଘରେ ନାବାଳିକାର ମାଆ ଓ ଭାଇ ଥିଲେ । ଶୁକ୍ରବାର ସନ୍ଧ୍ୟାରେ ଗାଁରେ ଏକ ଗଣ୍ଡଗୋଳ ଦେଖିବାକୁ ଯାଇ ଫେରିବା ପରେ ନାବାଳିକା ଘରରୁ ଗାଏବ ହୋଇଯାଇଥିଲା । ସେହି ରାତିରେ ପରିବାର ଲୋକ ନାବାଳିକାକୁ ଖୋଜାଖୋଜି କରିଥିଲେ । କିନ୍ତୁ ତାର ପତ୍ତା ମିଳି ନଥିଲା । ଶନିବାର ସକାଳେ ଗାଁର ଜଣେ ମହିଳା ନାବାଳିକାର ଶବ ଜମିରେ ପଡିଥିବା ଦେଖି ଗ୍ରାମବାସୀ ଓ ପରିବାରକୁ ଖବର ଦେଇଥିଲେ ବୋଲି ଉଲ୍ଲେଖ ରହିଥିଲା । ଘଟଣା ସ୍ଥଳରେ ନାବାଳିକାର ନାକରୁ ରକ୍ତ ନିଗୁଡିଥିବା ବେଳେ ତଣ୍ଟିରେ ଦାଗ ରହିଥିବା ଦେଖିବାକୁ ମିଳିଥିଲା । ଦୁର୍ବୃତ୍ତମାନେ ଘରରୁ ଉଠାଇ ନେଇ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟାକରି ପିଙ୍ଗି ଦେଇଥିବା ପରିବାର ଲୋକେ ପୁଲିସ୍ ନିକଟରେ ଅଭିଯୋଗ କରିଥିଲେ । ଏଗି ଚାଞ୍ଚଲ୍ୟକର ଖବର ପ୍ରଚାରିତ ହେବା ପରେ ଜିଲ୍ଲା ଓ ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା । ଜିଲ୍ଲା ମା’ଘର ଅଧ୍ୟକ୍ଷା କାଦମ୍ବନୀ ତ୍ରିପାଠୀ ଓ କଂଗ୍ରେସ ସମେତ ପରିବାର ପକ୍ଷରୁ ୪ ଦଫା ଦାବିରେ ଧାରଣା ଦିଆଯାଇଥିଲା । ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରାଯାଇଥିଲା । ଏଥିସହ ନାବାଳିକାର ପରିବାରକୁ ତ୍ୱରିତ ନ୍ୟାୟ ପାଇଁ ଫାଷ୍ଟଟ୍ରାକ୍ କୋର୍ଟ ବିଚାର କରିବାକୁ ଦାବି କରାଯାଇଥିଲା । କଂଗ୍ରେସ ପକ୍ଷରୁ ମୃତାଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଦେବାକୁ ଦାବି କରାଯାଇଥିଲା । ଅନ୍ତେ୍ୟଷ୍ଟି କ୍ରିୟା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଅର୍ଥ ଓ ଚାଉଳ ମିଶି ୪୦ହଜାର ଟଙ୍କା ପ୍ରଦାନ କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons