ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଗୋଟେ ପଟେ ୫ ଟ୍ରିଲିଅନ ଡଲାର ଅର୍ଥନୀତିକୁ ନେଇ ଦେଶରେ ବିତର୍କ ଚାଲିଛି । ଅର୍ଥନୈତିକ ମାନ୍ଦାବସ୍ଥା ପାଇଁ ଏହା ହାସଲ କରିବା କଷ୍ଟକର ବୋଲି ଅର୍ଥନୈତିକ ବିଶେଷଜ୍ଞମାନେ ମତ ଦେଉଛନ୍ତି । ଏଭଳି ବିତର୍କ ସମୟରେ ୨୦୩୫ ସୁଦ୍ଧା ଭାରତର ଅର୍ଥନୀତି ୧୦ ଟ୍ରିଲିଅନ ଡଲାରରେ ପହଞ୍ଚିବ ବୋଲି ଦୃଢେ଼ାକ୍ତି କରିଛନ୍ତି ପୂର୍ବତନ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ସୁରେଶ ପ୍ରଭୁ । ଆଜି ଇଡ୍କଲ ଅଡିଟୋରିୟମଠାରେ ହରେକୃଷ୍ଣ ମହତାବ ସ୍ମାରକୀ ବକ୍ତୃତା ପ୍ରଦାନ କରିବା ଅବସରରେ ସେ ଏହା କହିଛନ୍ତି ।
ଶ୍ରୀପ୍ରଭୁ କହିଛନ୍ତି, ୨୦୩୫ ସୁଦ୍ଧା ଭାରତ ନିଶ୍ଚୟ ୧୦ ଟ୍ରିଲିଅନ ଡଲାର ବିଶିଷ୍ଟ ଅର୍ଥନୀତି ହେବ । ତେବେ ଏଥିପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିବ । ଆମକୁ ଜିଲ୍ଲା ମଡେଲ୍ ଆପଣାଇବାକୁ ହେବ । ଜିଲ୍ଲାସ୍ତରରେ ଯଦି ଜିଡିପି ବର୍ଷକୁ ୩ରୁ ୪ ପ୍ରତିଶତ ବଢ଼ିବ, ତା ହେଲେ ଦେଶର ଜିଡିପି ଅଭିବୃଦ୍ଧିରେ ସମସ୍ୟା ହେବନି ।
ହରେକୃଷ୍ଣ ମହତାବ ସ୍ମାରକୀ ବକ୍ତୃତାରେ ‘ନିଉ ଇଣ୍ଡିଆରେ ଭାରତର ଭବିଷ୍ୟତ ଯାତ୍ରା’ ଶୀର୍ଷକ ବିଷୟବସ୍ତୁ ଉପରେ ବକ୍ତବ୍ୟ ରଖି ସେ କହିଥିଲେ, ନିଉ ଇଣ୍ଡିଆ ଏକ ଭିଜନ୍ ଉପରେ ଆଧାରିତ । ଏଥିରେ ଭାରତର ଯୁବପିଢିଙ୍କଠାରୁ ନେଇ ବରିÂ ନାଗରିକ ସମସ୍ତଙ୍କ ଆଶା ଓ ଆକାଂକ୍ଷା ଜଡ଼ିତ ଅଛି । ଏହା କୌଣସି ନିଦ୍ଧିଷ୍ଟ ଗୋÂୀ ବା ବର୍ଗର ନୁହେଁ । ଏଣୁ ନିଉ ଇଣ୍ଡିଆରେ ଦେଶର ସାମଗ୍ରିକ ବିକାଶ କରିବାକୁ ପଡିବ ।
ପ୍ରଭୁ କହିଥିଲେ, ଅର୍ଥନୈତିକ ବିକାଶ ହେଲେ ହିଁ ସବୁ କ୍ଷେତ୍ରରେ ବିକାଶ ଆସିପାରିବ । ଏଥିପାଇଁ ଅର୍ଥନୀତିକୁ ଆମକୁ ପ୍ରାଥମିକତା ଦେବାକୁ ପଡ଼ିବ । ଭାରତର ଜିଡିପିରେ ଶିଳ୍ପ କ୍ଷେତ୍ରର ଅଂଶ ୧୬ ପ୍ରତିଶତ । ଏହାକୁ ବଢ଼ାଇବାକୁ ପଡ଼ିବ । ଦେଶରେ ପ୍ରାକୃତିକ ସମ୍ବଳର ପ୍ରାଚୁର୍ଯ୍ୟ ସତ୍ତେ୍ୱ ଆମେ କୋରିଆ, ଜାପାନ ଓ ଚାଇନା ତୁଳନାରେ ପଛରେ ପଡ଼ିଛେ । ଆମକୁ ଏଥିପାଇଁ କାମ କରିବାକୁ ହେବ । କୃଷି କ୍ଷେତ୍ରକୁ ମଧ୍ୟ ଗୁରୁତ୍ୱ ଦେବାକୁ ସେ ଆହ୍ୱାନ ଦେଇଥିଲେ । କୃଷି ରପ୍ତାନୀ ବଢ଼ାଇବାକୁ ପଡ଼ିବ ।
ଶ୍ରୀ ପ୍ରଭୁ ବକ୍ତବ୍ୟର ଆରମ୍ଭରେ ଦେଶ ସ୍ୱାଧୀନତା ପ୍ରସଙ୍ଗରେ କହିଥିଲେ, ଭାରତର ସ୍ୱାଧୀନତା ପଛର ଅଭୀପ୍ସା କେବଳ ପତାକାର ରଙ୍ଗ ବଦଳାଇବା ନା, ଆଉ କିଛି ଥିଲା? ଦେଶ ସ୍ୱାଧୀନତାର ଅର୍ଥ କେବଳ ରାଜନୈତିକ ଦୃଷ୍ଟିରୁ ମୁକ୍ତି ନଥିଲା । ସାମାଜିକ ପରିବର୍ତ୍ତନ ଏକ ପ୍ରମୁଖ ଉଦେ୍ଧଶ୍ୟ ଥିଲା ।
ଓଡ଼ିଶାର ବିକାଶ ସମ୍ପର୍କରେ ସେ କହିଥିଲେ, ଖାଲି ଭୁବନେଶ୍ୱରରେ ବିକାଶ ହେଲେ କି ଚିତ୍ର ବଦଳିଗଲେ ରାଜ୍ୟର ଚିତ୍ର ବଦଳିବନି । ଆମକୁ ଜିଲ୍ଲାକୁ ଯିବାକୁ ପଡ଼ିବ । ତୃଣମୂଳସ୍ତରରେ ବିକାଶ ପହଞ୍ଚାଇବାକୁ ପଡ଼ିବ । ମାକ୍ରୋ ଓ ମାଇକ୍ରୋ ଉଭୟ ସ୍ତରରେ ଆମକୁ କାମ କରିବାକୁ ପଡିବ । ତା ହେଲେ ଯାଇ ଟ୍ରାନ୍ସଫର୍ମେସନ୍ ଆସିବ ।
ତେବେ ଡିଜିଟାଇଜେସନ୍କୁ ଫୋକସ୍ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ଦେଶର ଅର୍ଥନୀତି ଅଭିବୃଦ୍ଧିରେ ଷ୍ଟାର୍ଟଅପ୍ ହିଁ ପ୍ରମୁଖ ଭୂମିକା ନେବ । କୃଷି କ୍ଷେତ୍ରର ବିକାଶ କରିବାକୁ ହେଲେ ଚାଷୀକୁ ଦୃଷ୍ଟି ଦିଆଯାଉ ବୋଲି ସେ କହିଛନ୍ତି । ତେବେ ନିଉ ଇଣ୍ଡିଆ ସଂସଦୀୟ ଗଣତାନ୍ତ୍ରିକ ଭିତ୍ତି ଉପରେ ଛିଡ଼ା ହେଉ ବୋଲି ସେ ଆହ୍ୱାନ ଦେଇଛନ୍ତି ।
ଏହି ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମରେ ପ୍ରାକ୍ତନ ନିର୍ବାଚନ କମିଶନର ରବିନାରାୟଣ ସେନାପତି କହିଥିଲେ, ଓଡ଼ିଶା ପ୍ରତି ହରେକୃଷ୍ଣ ମହତାବଙ୍କ ଯେଉଁ ଅବଦାନ ଥିଲା ତାକୁ ମାପି ହେବନି । ନୂଆ ଓଡ଼ିଶାର ସେ ନିର୍ମାତା ଥିଲେ । ରାଜ୍ୟର ରାଜଧାନୀ ଭୁବନେଶ୍ୱରକୁ ପ୍ରତିÂା କରିଥିଲେ । ହରେକୃଷ୍ଣ ମହତାବ ଫାଉଣ୍ଡେସନ୍ର ମ୍ୟାନେଜିଂ ଟ୍ରଷ୍ଟି ସାଂସଦ ଭର୍ତ୍ତୃହରି ମହତାବ ସ୍ୱାଗତ ଭାଷଣ ରଖିଥିଲେ । ହରେକୃଷ୍ଣ ମହତାବ ଫାଉଣ୍ଡେସନ୍ର ସଭ୍ୟ ତରୁଣ କୁମାର ସାହୁ ଧନ୍ୟବାଦ ଦେଇଥିଲେ ।
Comments are closed, but trackbacks and pingbacks are open.