‘ବଂଶୀ’କୁ ଟାର୍ଗେଟ୍ କରିବାରେ ସଫଳ ହେଲା QR-SAM, ଶତ୍ରୁପକ୍ଷର ଯୁଦ୍ଧାସ୍ତ୍ରକୁ କରିବ ଅକାମୀ

Get real time updates directly on you device, subscribe now.

ବାଲେଶ୍ବର: ବାଲେଶ୍ବର: ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ବଂଶୀ’କୁ ଟାର୍ଗେଟ କରିବାରେ ସଫଳ ହୋଇଛି (କୁଇକ ରିଆକ୍‌ସନ୍‌ ସର୍ଫେସ୍ ଟୁ ଏୟାର ମିଜାଇଲ) ବା QR-SAM। ଏହି କ୍ଷେପଣାସ୍ତ୍ର ଶତ୍ରୁପକ୍ଷର ଟ୍ୟାଙ୍କ, ଯୁଦ୍ଧ ବିମାନ ଓ ଏୟାରକ୍ରାଫ୍ଟକୁ ଟାର୍ଗେଟ୍ କରିବାକୁ ସକ୍ଷମ ହେବ ବୋଲି କୁହାଯାଇଛି।
ଆଜି ଅପରାହ୍ନ ୪ଟା ୨୦ ମିନିଟ୍‌ରେ ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୧ ନମ୍ବର ଲଞ୍ଚ ପ୍ୟାଡରୁ ‘ବଂଶୀ’କୁ ଉତ୍‌କ୍ଷେପଣ କରାଯାଇଥିଲା। ଏହାର ୨ ମିନିଟ୍‌ ପରେ ୩ ନମ୍ବର ଲଞ୍ଚ ପ୍ୟାଡ଼ରୁ QR-SAMକୁ ଭୂପୃଷ୍ଠ ସହ ସମାନ୍ତରାଳ ଭାବେ ଛଡ଼ା ଯାଇଥିଲା । QR-SAM ‘ବଂଶୀ’କୁ ଟାର୍ଗେଟ କରିବାରେ ସଫଳ ହୋଇଥିଲା।
ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ ହୋଇପାରୁଥିବା ଏହି ସ୍ବଳ୍ପ ଦୂରଗାମୀ “କୁଇକ ରିଆକ୍‌ସନ୍‌ ସରଫେସ୍‌ ଟୁ ଏୟାର ମିଜାଇଲ”ର ଲକ୍ଷ୍ୟଭେଦ କ୍ଷମତା ୩୦ କିଲୋମିଟର ରହିଛି। ଇସ୍ରାଇଲ୍‌ ଓ ଭାରତ ସରକାରଙ୍କ ମିଳିତ ଉଦ୍ୟମରେ ନିର୍ମିତ ଏହି କ୍ଷେପଣାସ୍ତ୍ର ଭୂପୃଷ୍ଠରୁ ଆକାଶକୁ ୯ କିଲୋମିଟର ଉଚ୍ଚତାକୁ ଯିବା ପରେ ଶତ୍ରୁପକ୍ଷର ଯୁଦ୍ଧାସ୍ତ୍ରକୁ ପ୍ରତିହତ କରିବାରେ ସଫଳ ହୋଇପାରିବ।
୨୦୧୭ ଜୁନ ୪ ରେ ଚାନ୍ଦିପୁର ଆଇଟିଆର୍‌ ୩ ନମ୍ବର ଲଞ୍ଚ ପ୍ୟାଡରୁ ପ୍ରଥମ ଥର ପାଇଁ ଏହାର ପରୀକ୍ଷା ହୋଇଥିଲା। ଏହି କ୍ଷେପଣାସ୍ତ୍ରଟି ଯେ କୌଣସି ସ୍ଥାନରୁ ମୋବାଇଲ୍‌ ଲଞ୍ଚର ସହାଯ୍ୟରେ ଶତ୍ରୁପକ୍ଷର ଟ୍ୟାଙ୍କ, ଯୁଦ୍ଧ ବିମାନ ଓ ଏୟାରକ୍ରାଫ୍ଟକୁ ସହଜରେ ଟାର୍ଗେଟ୍ କରିପାରିବ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons