ଭୁବନେଶ୍ୱର: ରାଜଧାନୀରେ ବ୍ରାଉନ ସୁଗାର ମାଫିଆ ସକ୍ରିୟ ରହିଛନ୍ତି। କମିଶନରେଟ ପୋଲିସର ବାରମ୍ବାର ଚଢାଉ ପରେ ବି ସହରର ବିଭିନ୍ନ ସ୍ଥାନରୁ ଧଳା ଜହର ଜବତ ହେଉଛି। ଆଜି ମଧ୍ୟ ପୋଲିସ ୨ଟି ସ୍ଥାନରେ ଚଢାଉ କରି ୧୧୨ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି।
ଆଜି କମିଶନରେଟ୍ ପୋଲିସ ଭୁବନେଶ୍ୱରର ଆଇଗିଣିଆ ଓ ଗଙ୍ଗପଡା ଅଞ୍ଚଳରେ ଚଢାଉ କରି ୧୧୨ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଏହାସହ ୫ଜଣଙ୍କୁ ଗିରଫ କରିଛି। ଗଙ୍ଗପଡାରୁ ୨ଜଣ ଗିରଫ ହୋଇଥିବା ବେଳେ ଆଇଗିଣିଆରୁ ୩ଜଣ ଗିରଫ ହୋଇଛନ୍ତି।
ସେମାନଙ୍କଠାରୁ ୬ଟି ମୋବାଇଲ ସମେତ ୩ଟି ବାଇକ ଓ ୨ଟି ଅଟୋ ମଧ୍ୟ ଜବତ ହୋଇଛି। ଏପରିକି ୨୨ହଜାର ୭୦୦ ଟଙ୍କା ମଧ୍ୟ ଜବକ କରାଯାଇଛି।
Comments are closed, but trackbacks and pingbacks are open.