ଯୋଗାଣ ଓ ସମବାୟ ବିଭାଗ ମନ୍ତ୍ରୀଙ୍କ ସମୀକ୍ଷା

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ସମବାୟ କେନ୍ଦ୍ରୀୟ ବ୍ୟାଙ୍କମାନଙ୍କରେ କାର୍ଯ୍ୟଦକ୍ଷତାକୁ ପ୍ରଶ୍ନ । କାମ କରିବାରେ କର୍ମଚାରୀଙ୍କ ନିÂା ନାହିଁ । ବ୍ୟାଙ୍କ ସଂପୂର୍ଣ୍ଣ କମ୍ପୁ୍ୟଟରୀକରଣ ହୋଇପାରୁନି ଏବଂ ଅନାଦେୟ ଋଣ ଆଦାୟ କରିବାକୁ ମନ ଦେଉନାହାନ୍ତି ବ୍ୟାଙ୍କ । ଏଭଳି ଅନେକ କାର୍ଯ୍ୟ ନେଇ ବିଗିଡ଼ିଛନ୍ତି ଯୋଗାଣ ଓ ସମବାୟ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଆଜି ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍ ସମ୍ମିଳନୀ କକ୍ଷରେ ବ୍ରହ୍ମପୁର, ଆସିକା ଓ କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍ର କାର୍ଯ୍ୟ ସମୀକ୍ଷା କରି ବିରକ୍ତି ପ୍ରକାଶ କରିଛନ୍ତି ମନ୍ତ୍ରୀ ସ୍ୱାଇଁ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ବ୍ୟାଙ୍କ ଏବଂ ସମବାୟ ସମିତି ନିବନ୍ଧିକ ଓ ଉପନିବନ୍ଧକ ମାନେ ମନ୍ତ୍ରୀଙ୍କୁ ଦେଇଥିବା ତଥ୍ୟରେ ତାଳମେଳ ନଥିଲା । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମନ୍ତ୍ରୀ । ଗୋଟିଏ ଦିନରେ ଏଥିରେ ସମାଞ୍ଜସ୍ୟ କରି ଠିକ୍ ତଥ୍ୟ ଦେବାକୁ ମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି । ଯଦି ସଠିକ୍ ତଥ୍ୟ ଦିଆନଯାଏ ତାହେଲେ କାର୍ଯ୍ୟାନୁÂାନ କରାଯିବ ଏବଂ ଆବଶ୍ୟକ ହେଲେ କାର୍ଯ୍ୟରୁ ନିଲମ୍ବନ କରାଯିବ ବୋଲି ମନ୍ତ୍ରୀ କହିଥିଲେ ।
ବ୍ୟାଙ୍କ୍ ଓ ପାକ୍ସ୍ କମ୍ପୁ୍ୟଟରୀକରଣ ଧିମା ଚାଲିଛି । ଆସିକା, ବ୍ରହ୍ମପୁର, ଏବଂ କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍ ଅଧୀନରେ ଥିବା ସମସ୍ତ ବ୍ୟାଙ୍କ୍ ଓ ସମବାୟ ସମିତି ଗୁଡ଼ିକ ଶତପ୍ରତିଶତ କମ୍ପୁ୍ୟଟରୀକରଣ ହୋଇପାରିନାହିଁ । ଡିସେମ୍ବର ଶେଷ ସୁଦ୍ଧା ସମସ୍ତ ବ୍ୟାଙ୍କ୍ ଓ ସମବାୟ ସମିତିକୁ କମ୍ପୁ୍ୟଟରୀକରଣ କରିବାକୁ ମନ୍ତ୍ରୀ କହିଥିଲେ । ବୈଷୟିକ ଜ୍ଞାନ ଅଭାବରୁ ଏହା ସମ୍ପୂର୍ଣ୍ଣ ହୋଇପାରିବ ନାହିଁ ବୋଲି ସମବାୟ ସମିତି ନିବନ୍ଧକ ଓ ଉପନିବନ୍ଧକମାନେ କହିଥିଲେ । ଭୁବନେଶ୍ୱରରୁ ବୈଷୟିକ ଟିମ୍ ଆସି ଏହି କାର୍ଯ୍ୟରେ ସହଯୋଗ କରିବାକୁ ମନ୍ତ୍ରୀ କହିଥିଲେ । ତିନି ବ୍ୟାଙ୍କ୍ ଏବଂ ଅଧୀନସ୍ଥ ଶାଖା ବ୍ୟାଙ୍କ ମାନେ ଅନାଦେୟ ଋଣ ଆଦାୟ କରୁନାହାନ୍ତି । ବର୍ଷ ବର୍ଷ ଧରି କୋଟି କୋଟି ଟଙ୍କା ଅନାଦେୟ ହୋଇ ରହିଥିବା ଏହାକୁ ନେଇ ବିବାଦୀୟ କେସ୍ ଉପନିବନ୍ଧକଙ୍କ ନିକଟରେ କରାଯାଉ ନାହିଁ । ଏହା ସରକାରଙ୍କ ଟଙ୍କା ଏବଂ ଋଣରେ ଦିଆଯାଇଛି । ସରକାରୀ ଟଙ୍କା ହୋଇଥିବାରୁ କର୍ମଚାରୀ ମାନେ ଆଦାୟ କରିବା ଦିଗରେ ଆଗ୍ରହପ୍ରକାଶ କରୁନଥିବାରୁ ବ୍ୟାଙ୍କକୁ କ୍ଷତି ସହିବାକୁ ପଡୁଛି । ତେଣୁ ଯେଉଁ ମାନେ ବ୍ୟାଙ୍କରୁ ଋଣ ନେଇ ଫେରସ୍ତ କରିନାହାନ୍ତି ତାଲିକା କରିବାକୁ ବ୍ୟାଙ୍କ୍ ମାନଙ୍କୁ ନିଦେ୍ର୍ଧଶ ଦେଇଥିଲେ ମନ୍ତ୍ରୀ ।
ବ୍ୟାଙ୍କ ଓ ସମିତି ମାନେ ରବି-ଖରିଫ୍ ଚାଷ ପାଇଁ ଋଣ ଦେଉଛନ୍ତି । ସରକାର ଦେଇଥିବା ଟାର୍ଗେଟ୍ ପୂରଣ କରୁଛନ୍ତି କିନ୍ତୁ ମଧ୍ୟବର୍ତ୍ତୀକାଳିନ କିମ୍ବା କୃଷିଭିତ୍ତିକ ଋଣ ଦେଉନାହାନ୍ତି । ଟ୍ରାକ୍ଟର, ବିହନ, ସାର ଏବଂ ଅନ୍ୟାନ୍ୟ କୃଷିଭିତ୍ତିକ କାର୍ଯ୍ୟ ପାଇଁ ବ୍ୟାଙ୍କ ମାନେ ଋଣ ପ୍ରଦାନ କରିବାରେ ପଛୁଆ ରହିଛନ୍ତି । କାହିଁକି କୃଷିଭିତ୍ତିକ ଋଣ ପ୍ରଦାନ କରାଯାଉ ନାହିଁ ମନ୍ତ୍ରୀ ସମସ୍ତ ବ୍ୟାଙ୍କକୁ ପ୍ରଶ୍ନ କରିଥିଲେ । ଖୁବ୍ଶୀଘ୍ର କୃଷିଭିତ୍ତିକ ଋଣ ପ୍ରଦାନ ପ୍ରତିଶତ ବୃଦ୍ଧି କରିବାକୁ ସେ ନିଦେ୍ର୍ଧଶ ଦେଇଛନ୍ତି । ଜିଲ୍ଲା ସମବାୟ ସମିତି ନିବନ୍ଧକ, ଉପନିବନ୍ଧକ ମାନେ ସମିତି ମାନଙ୍କରେ ଯୁଗ୍ମ ତଦନ୍ତ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । କିନ୍ତୁ କୌଣସି ନିବନ୍ଧକ ପାକ୍ସ୍ ପରିଦର୍ଶନରେ ଯାଇନଥିବା କହିଥିଲେ । ଅନ୍ୟପକ୍ଷରେ ସବୁ ସୋସାଇଟି ଅଡିଟ୍ ହୋଇପାରୁନାହିଁ । ସେଭିଙ୍ଗ୍ ଓ କରେଣ୍ଟ ଆକାଉଣ୍ଟରେ ଜମା କମୁଛି । ସମସ୍ତ କେନ୍ଦ୍ରୀୟ ବ୍ୟାଙ୍କ୍ରେ କର୍ମଚାରୀ ଅଭାବ ରହିଛନ୍ତି । କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍ରେ ୨୭୮ଟି ପଦବି ମଞ୍ଜୁର ହୋଇଥିବା ବେଳେ ୧୨୭ଜଣ ଅଛନ୍ତି ଏବଂ ୧୫୧ଟି ପଦ ଖାଲି ପଡିଛି । ସେହିପରି ବ୍ରହ୍ମପୁରରେ ୨୭୩ ମଞ୍ଜୁର ରହିଥିବା ବେଳେ ୧୨୫ ଅଛନ୍ତି ଓ ୧୪୮ଟି ପଦ ଖାଲି ପଡିଛି । ଏହି ବୈଠକରେ ବ୍ରହ୍ମପୁର ସମବାୟ କେନ୍ଦ୍ରୀୟ ବ୍ୟାଙ୍କ୍ ସଭାପତି ଅଲେଖ ଚୌଧୁରୀ, ଉପସଭାପତି ସିଏଚ୍.ତାଡକେଶ୍ୱରୀ, କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସଭାପତି ଇନ୍ଦିରା ନନ୍ଦଙ୍କ ସହ ସମସ୍ତ ଜିଲ୍ଲାର ସମବାୟ ନିବନ୍ଧକ ଓ ଉପ-ନିବନ୍ଧକ ମାନେ ଉପସ୍ଥିତ ଥିଲେ ।
୫-ଟି ଆଧାରରେ ସମବାୟ ବିଭାଗକୁ ଅଧିକ କ୍ରିୟାଶୀଳ କରି ସରକାରୀ ଯୋଜନାର ଲାଭ ହିତାଧିକାରୀଙ୍କ ନିକଟରେ ସିଧାସଳଖ ପହଞ୍ଚାଇବାକୁ ପଡ଼ିବ । କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଛୋଟ ବ୍ୟବସାୟୀଙ୍କ ଆର୍ଥିକ ଉନ୍ନତିରେ ସମବାୟ ବ୍ୟାଙ୍କ ଓ ସମବାୟ ସମିତି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନିର୍ବାହ କରୁଥିବା ପରିପ୍ରେକ୍ଷୀରେ ଏଥିରେ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ ଫଳରେ ଅଧିକ ଦକ୍ଷ ଓ ସ୍ୱଚ୍ଛ କରିବା ପାଇଁ ମନ୍ତ୍ରୀ ସ୍ୱାଇଁ କହିଛନ୍ତି ।
ସମବାୟ ସମିତି ମାଧ୍ୟମରେ ରିହାତିରେ ଚାଷୀ ମାନଙ୍କୁ ଋଣ ଯୋଗାଇ ଦିଆଯାଉଥିବା ପରିପ୍ରେକ୍ଷୀରେ ଏଥିରେ ସ୍ୱଚ୍ଛତା ଅବଲମ୍ବନ ଓ ପ୍ରକୃତ ହିତାଧିକାରୀ ମାନେ ଯେପରି ଏହାର ସୁଫଳ ପାଆନ୍ତୁ, ତାହାକୁ ନିଶ୍ଚିତ କରାଯିବ । ଚଳିତବର୍ଷ ଧାନ ସଂଗ୍ରହ କାର୍ଯ୍ୟକ୍ରମରେ ଆଗୁଆ ଟୋକେନ୍ ଓ ପି-ପାସ୍ ଜରିଆରେ ଧାନ ସଂଗ୍ରହ କରାଯାଉଥିବା ପରୀପ୍ରେକ୍ଷୀରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ସମବାୟ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରି ଧାନ ସଂଗ୍ରହ କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବା ପାଇଁ ମନ୍ତ୍ରୀ କହିଥିଲେ । କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଗୁଡ଼ିକର ନିୟମିତ ସମୀକ୍ଷା ଓ ଅଡିଟ୍ କରାଯାଇ ପରିଚାଳନାରେ ଉନ୍ନତି ଆଣିବା ପାଇଁ ମନ୍ତ୍ରୀ ସ୍ୱାଇଁ କହିଥିଲେ । ସମୀକ୍ଷା ବୈଠକ ପୂର୍ବରୁ ସକାଳେ ଛତ୍ରପୁର ସର୍କିଟ୍ ହାଉସ୍ ଠାରେ ଗଞ୍ଜାମ ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସହ ଜିଲ୍ଲାରେ ଖରିଫ ଧାନ ସଂଗ୍ରହକୁ ସୁବ୍ୟବସ୍ଥିତ କରିବା ସଂପର୍କରେ ଆଲୋଚନା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons