ଗାଁ ଦାଣ୍ଡରେ ଯୁବକଙ୍କୁ ନିସ୍ତୁକ ମାଡ଼

Get real time updates directly on you device, subscribe now.

ଖୋର୍ଦ୍ଧା,(ବି.ବି.ନୁ୍ୟଜ୍):ପ୍ରଥମେ ଏକତ୍ର ହୋଇ ଭୋଜିଭାତ କଲେ । ପରେ ବାଇକରେ ଡାକି ନେଇ ଗାଁ ଦାଣ୍ଡରେ ଅମାନୁଷିକ ଭାବେ ନିସ୍ତୁକ ପିଟିଲେ । ଏତିକିରେ ମନବୁଝିଲାନି । ଭାଷା ଅଭାଷାରେ ଗାଳି ଗୁଲଜ କରି ଠେଙ୍ଗା ଏବଂ କ୍ରିକେଟ୍ ବ୍ୟାଟ୍ରେ ମନଇଚ୍ଛା ଆକ୍ରମଣ କଲେ । ଠିଆ ଗୋଇଠା ମାରି ପାଞ୍ଚ ପୁରୁଷକୁ ନେଇ ଗାଳିମନ୍ଦ କଲେ ବୋଲି ସଦର ଥାନାରେ ଅଭିଯୋଗ ହୋଇଛି । ବଙ୍ଗିଦା ଗ୍ରାମର ସୌମ୍ୟ ରଞ୍ଜନ ଦାସଙ୍କ ଅଭିଯୋଗକ୍ରମେ ପୁଲିସ ଭାଟପଡ଼ା ଗ୍ରାମର ରାଜା ଓରଫ ରାଜେନ୍ଦ୍ର ଭୂଆଁକୁ ଗିରଫ କରିଛି । ରାଜେନ୍ଦ୍ର ଗିରଫ ପରେ କୋର୍ଟରେ ଉଭୟଙ୍କ ମଧ୍ୟରେ ଆପୋସ ବୁଝାମଣା ହୋଇଥିବା ଜଣାପଡ଼ିଛି । ଆଜି ଏ ସମ୍ପର୍କରେ ଏକ ଭିଡିଓ ଭାଇରାଲ ହୋଇଛି । ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ କାଇପଦର ଗ୍ରାମର ସୌମ୍ୟ ରଞ୍ଜନ ପାଇକରାୟକୁ ଖୋଜୁଥିବା ପୁଲିସ କହିଛି ।
ସଦରଥାନା ପୁଲିସ କହିବା ଅନୁସାରେ ଗତ ୧୮ ତାରିଖ ସନ୍ଧ୍ୟାରେ ବଙ୍ଗିଦା ଗ୍ରାମର ଗୌରାଙ୍ଗ ଦାସଙ୍କ ପୁଅ ସୌମ୍ୟରଞ୍ଜନ ଫୋନ ଯୋଗେ ଭାଟପଡ଼ା ଗ୍ରାମର ରାଜାଙ୍କ ଜରିଆରେ କାଇପଦରର ସୌମ୍ୟରଞ୍ଜନ ପାଇକରାୟଙ୍କୁ ଭୋଜିଭାତ କରିବାକୁ ଡାକିଥିଲେ । ସମସ୍ତେ ମିଶି ଭାଟପଡ଼ା ଗ୍ରାମରେ ଏକ ଫାର୍ମରେ ଭୋଜି କରିଥିଲେ । ସେଠାରେ ମଦ ମାଂସ ଖାଇବା ପରେ କୌଣସି କାରଣରୁ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ରାଜା ଏବଂ ସୌମ୍ୟ ବାଇକ୍ରେ ଅଭିଯୋଗକାରୀ ବଙ୍ଗିଦା ଗ୍ରାମର ସୌମ୍ୟଙ୍କୁ କାଇପଦର ନେଇଯାଇଥିଲେ । ସେଠାରେ ତାଙ୍କୁ ସର୍ବସାଧାରଣ ସମ୍ମୁଖରେ ରାଜା ଏବଂ ଅନ୍ୟତମ ଅଭିଯୁକ୍ତ କାଇପଦରର ସୌମ୍ୟରଞ୍ଜନ ନିସ୍ତୁକ ମାଡ଼ ମାରିଥିଲେ । ବହୁ କାକୁତି ମିନତି ସତ୍ତେ୍ୱ ସେମାନେ ଆକ୍ରମଣ କରିଚାଲିଥିଲେ । ଏ ନେଇ ସୌମ୍ୟ ସଦର ଥାନାରେ ଗତ ୧୮ ତାରିଖ ସନ୍ଧ୍ୟାରେ ଅଭିଯୋଗ କରିଥିଲେ । ପୁଲିସ ୧୮୪/୧୯ରେ ୩୪୧, ୩୨୩, ୫୦୬, ୩୫୫ ଏବଂ ୩୪ ଆଇପିସିରେ ଏକ ମାମଲା ରୁଜୁ କରିଛି । ଘଟଣା ଦିନ ରାଜାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ବେଳେ ଅନ୍ୟତମ ଅଭିଯୁକ୍ତ ସୌମ୍ୟ ପାଇକରାୟ ଫେରାର ଥିବା ପୁଲିସ କହିଛି ।
୧୮ ତାରିଖ ସନ୍ଧ୍ୟା ସମୟର ଏହି ଘଟଣାର ଦୃଶ୍ୟ ଆଜି ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲିିଥିଲା । ଦୋଷୀ ବିରୋଧରେ ପୁଲିସ ତତ୍କ୍ଷଣାତ୍ କାର୍ଯ୍ୟାନୁÂାନ ଗ୍ରହଣ କରିଥିଲା । ଅନ୍ୟତମ ଅଭିଯୁକ୍ତକୁ ଖୁବ୍ ଶୀଘ୍ର ଗିରଫ କରାଯିବ । ଅନ୍ୟପକ୍ଷରେ କୋର୍ଟରେ ଉଭୟ ପକ୍ଷ ମଧ୍ୟରେ ଅପୋସ ବୁଝାମଣା ହୋଇଥିବା ଖବର ପାଇଛନ୍ତି ବୋଲି ଏସପି ଅଜେୟ ପ୍ରତାପ ସ୍ୱାଇଁ କହିଛନ୍ତି । ଘଟଣାର ଭିଡିଓ ଭାଇରାଲ ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକି୍ରୟା ପ୍ରକାଶ ପାଇଛି । ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟନୁÂାନ ଗ୍ରହଣ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons