ସ୍ୱଦେଶୀ ଟେକ୍ନୋଲୋଜି ରପ୍ତାନିକୁ ଗୁରୁତ୍ୱ ଦିଅ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଭାରତରେ ନୂଆ ଟେକ୍ନୋଲୋଜି ବିକଶିତ କର । ଏହି ସ୍ୱଦେଶୀ ଟେକ୍ନୋଲୋଜିକୁ ବିଦେଶକୁ ରପ୍ତାନି କର । କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ପାତ ଶିଳ୍ପ ଜଗତକୁ ଏଭଳି ଆହ୍ୱାନ ଦେଇଛନ୍ତି । ସେକେଣ୍ଡାରୀ ଇସ୍ପାତ କ୍ଷେତ୍ର ଉପରେ ଅଲ୍ ଇଣ୍ଡିଆ ଫର୍ଣ୍ଣେସ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ୩୩ତମ ରାଷ୍ଟ୍ରୀୟ ସମ୍ମିଳନୀରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି ।
ଇସ୍ପାତ ମନ୍ତ୍ରୀ କହିଛନ୍ତି, ଶିଳ୍ପଜଗତ ନୂଆ ଟେକ୍ନୋଲୋଜି ବିକାଶ ସହ ସ୍ୱଦେଶୀ ଟେକ୍ନୋଲୋଜି ରପ୍ତାନି କରିବା ଦ୍ୱାରା ଭାରତୀୟ ଇସ୍ପାତ କ୍ଷେତ୍ର ପ୍ରତିଯୋଗିତାମୂଳକ ହେବ । ଏପରିକି ଇସ୍ପାତ କ୍ଷେତ୍ରକୁ ମୂଲ୍ୟଯୁକ୍ତ କରାଯାଇପାରିବ ।
ସେ କହିଛନ୍ତି, ସେକେଣ୍ଡାରୀ ଇସ୍ପାତ କ୍ଷେତ୍ର ଦ୍ୱାରା ଦେଶର ପାଖାପାଖି ଅଧା ଇସ୍ପାତ ଉପôାଦନ ହୋଇଥାଏ । ସରକାର ନୀତିଗତ ଫ୍ରେମ୍ୱର୍କକୁ ଏକୀକୃତ କରୁଛନ୍ତି । ସେକେଣ୍ଡାରୀ ଇସ୍ପାତ ଶିଳ୍ପ ପାଇଁ ସହଜରେ କଞ୍ଚାମାଲ ଉପଲବ୍ଧ କରାଉଛନ୍ତି । ତେଣୁ ଶିଳ୍ପଜଗତ ମଧ୍ୟ ମୂଲ୍ୟଯୁକ୍ତ ଉପôାଦ ବିନିର୍ମାଣ ଉପରେ ଗୁରୁତ୍ୱ ଦେବା ଉଚିତ ।
ଶ୍ରୀ ପ୍ରଧାନ କହିଛନ୍ତି, ଇସ୍ପାତ ଶିଳ୍ପକୁ ସୁହାଇଲା ଭଳି ମୂଲ୍ୟରେ ବିଦୁ୍ୟତ୍ ଶକ୍ତି ଯୋଗାଣ ଆବଶ୍ୟକତା ରହିଛି । ଏଣୁ ଏବେ ସରକାର ଶକ୍ତିର ନୂଆ ଉତ୍ସ ଉପରେ ଧ୍ୟାନ ଦେଉଛନ୍ତି । ଗ୍ୟାସ୍ ଆଧାରିତ ଅର୍ଥନୀତି ଆଡ଼କୁ ମୁହାଁଉଛନ୍ତି । ଊର୍ଜ୍ଜା ଗଙ୍ଗା ଯୋଜନାରେ ବିଶାଳ ଗ୍ୟାସ୍ ନେଟ୍ୱର୍କ ତିଆରି କରାଯାଉଛି । ଦେଶରେ ୬୦୦ ନିୟୁତ ଟନ୍ ବାୟୋମାସ ରହିଛି । ଟେକ୍ନୋଲୋଜି ବ୍ୟବହାର କରି ବାୟୋ ଗ୍ୟାସ୍ ଉପôାଦନ ପାଇଁ ୫ ହଜାର ପ୍ଲାଣ୍ଟ ସ୍ଥାପନା ପାଇଁ ଲକ୍ଷ୍ୟ ରଖାଯାଇଛି ।
ଭାରତ ଏବେ ବି ଉଚ୍ଚ ଗୁଣବତ୍ତା ବିଶିଷ୍ଟ ଇସ୍ପାତକୁ ଆମଦାନି କରୁଛି । ଦେଶରେ ଏକ ବୃହତ ବଜାର ରହିଛି ଓ ପ୍ରଶିକ୍ଷିତ କାର୍ଯ୍ୟବଳ ରହିଛି । ଏକ ଉତ୍ତମ ଇକୋସିଷ୍ଟମ ଜରିଆରେ ଉଚ୍ଚ ଗୁଣବତ୍ତାଯୁକ୍ତ ଇସ୍ପାତ ଉପôାଦନ ଉପରେ ଗୁରୁତ୍ୱ ଦେବାର ସମୟ ଆସିଛି । ତାହାହେଲେ ଭାରତ ଇସ୍ପାତ କ୍ଷେତ୍ରରେ ଏକ ରପ୍ତାନିକାରୀ ରାଷ୍ଟ୍ର ହୋଇପାରିବ ବୋଲି ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons