ଓଡ଼ିଶାରେ ହେବ ଆଉ ଦୁଇ ମେଡିକାଲ କଲେଜ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଶାରେ ୬ଟି ମେଡିକାଲ କଲେଜକୁ ପୂର୍ବରୁ ମଞ୍ଜୁରି ମିଳିଛି । ସେଗୁଡିକ ହେଲା ବଲାଙ୍ଗୀର, କୋରାପୁଟ, ବାରିପଦା, ବାଲେଶ୍ୱର, ପୁରୀ ଓ ଯାଜପୁର । ଏବେ ଫୁଲବାଣୀ ଓ ଭବାନୀପାଟଣାରେ ଆଉ ଦୁଇଟି ନୂଆ ମେଡିକାଲ କଲେଜ କରିବାକୁ ରାଜ୍ୟ ସରକାର ଆବେଦନ କରିଛନ୍ତି । କେନ୍ଦ୍ରୀୟ କମିଟି ଏହା ଉପରେ ବିଚାର କରି ଖୁବ୍ଶୀଘ୍ର ନିଷ୍ପତ୍ତି ନେବେ । ଆଜି ଏମ୍ସରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଅନାବରଣ କରି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷ ବର୍ଦ୍ଧନ । ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଆୟୁଷ୍ମାନ ଭାରତରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି ।

ସେ କହିଛନ୍ତି, ଦେଶରେ ୬୫ କୋଟି ପରିବାରଙ୍କୁ ମୋଦି ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରିଛନ୍ତି । ବର୍ଷକରେ ୭୦ ଲକ୍ଷ ଲୋକ ଆୟୁଷ୍ମାନରେ ଉପକୃତ ହୋଇଛନ୍ତି । ୨୦ ହଜାର ହସ୍ପିଟାଲରେ ରୋଗୀଙ୍କୁ ଚିକିତ୍ସା ସୁବିଧା ମିଳିଛି । ଦେଶର ଅଧିକାଂଶ ରାଜ୍ୟ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହୋଇଛନ୍ତି । ଓଡ଼ିଶା ଯୋଜନାରେ ସାମିଲ ହେଲେ, ଓଡ଼ିଆ ଲୋକ ଦେଶର ଯେ କୌଣସି ହସ୍ପିଟାଲରେ ଚିକିତ୍ସା ସୁବିଧା ପାଇ ପାରିବେ ।

ଏହି ଅବସରରେ ଉପସ୍ଥିତ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ମୋଦିଙ୍କ ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶା ସାମିଲ ହେଉ । ଦେଶର ଅଧିକାଂଶ ରାଜ୍ୟରେ ଏହି ଯୋଜନା ଲାଗୁ ହେଲାଣି । ହୃଦ୍, ଟୁ୍ୟମର, କିଡ଼ନୀ ପ୍ରତିରୋପଣ ଓ କ୍ୟାନ୍ସର ଭଳି ରୋଗ ଅତ୍ୟନ୍ତ ବ୍ୟୟବହୁଳ । ଏ ସବୁ ରୋଗୀଙ୍କୁ ଆୟୁଷ୍ମାନ ଯୋଜନାରେ ୫ ଲକ୍ଷ ଟଙ୍କା ଯାଏ ଚିକିତ୍ସା ସହାୟତା ମିଳିପାରୁଛି । ହେଲେ ଓଡ଼ିଶା ଲୋକ ଏଥରୁ ବଞ୍ଚିତ ହେଉଛନ୍ତି । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଥର ଓଡ଼ିଶା ସରକାରଙ୍କୁ ଆୟୁଷ୍ମାନ ଭାରତରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି । ସମସ୍ତେ ଏକାଠି ହୋଇ ଓଡ଼ିଶାର ଗରିବ ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ଦରକାର । ଓଡ଼ିଶା କେବେ ଆୟୁଷ୍ମାନ ଭାରତରେ ସାମିଲ ହେଉଛି, ଏହାକୁ ଅପେକ୍ଷା କରାଯାଇଛି ।

ଜନ୍ମଦିନରେ ଆଜି ଏମ୍ସରେ ଅଟଳଜୀଙ୍କ ପ୍ରତିମୂର୍ତ୍ତି ଅନାବରଣ ହୋଇଥିବାରୁ ସେ ବେଶ୍ ଖୁସି ପ୍ରକଟ କରି କହିଲେ ଆଜିର ଦିନ ହେଉଛି ସମସ୍ତଙ୍କ ପାଇଁ ପବିତ୍ର ଆଉ ପ୍ରେରଣାର ଦିନ । ୧୩୫ କୋଟି ଭାରତୀୟଙ୍କ ହୃଦୟର ସମ୍ରାଟ ଅଟଳ ବିହାରୀ ବାଜପେୟୀ ଆଜି ଜନ୍ମ ଗ୍ରହଣ କରିଥିଲେ । ଦିଲ୍ଲୀ ପରେ ଦେଶରେ ଅନ୍ୟ ସହରରେ ଏମ୍ସ ଖୋଲିବାର ପରିକଳ୍ପନା କରିଥିଲେ ନିଜେ ବାଜପେୟୀଜୀ । ଭୁବନେଶ୍ୱରରୁ ଏହାର ଶୁଭାରମ୍ଭ ହୋଇଥିଲା । ଏବେ ମୋଦି ସରକାର ଦେଶର ସବୁ ରାଜ୍ୟରେ ଏମ୍ସ କରିବାକୁ ଘୋଷଣା କରିଛନ୍ତି । ୨୦୨୨ ସୁଦ୍ଧା ଦେଶରେ ଦେଢ ଲକ୍ଷ ୱେଲନେସ୍ ସେଣ୍ଟର ହେବ । ଯେଉଁଠି ରୋଗ ଚିହ୍ନଟ ପରୀକ୍ଷାଠୁ ଆରମ୍ଭ କରି ଔଷଧ ସବୁ ମାଗଣା ସେବା ବ୍ୟବସ୍ଥା କରିଛନ୍ତି ସରକାର ।

ଦୁଇ କେନ୍ଦ୍ରମନ୍ତ୍ରୀ ପ୍ରତିମୂର୍ତ୍ତି ଅନାବରଣ କରିବା ପରେ ହସ୍ପିଟାଲର ଆଇସିୟୁ କମ୍ପେ୍ଲକ୍ସ, ୨୪ ଅପରେସନ୍ ଥିଏଟର, କ୍ୟାଥ୍ଲାବ ଓ ଫ୍ଲୁରୋସ୍ପାପି ମେସିନ୍ର ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି, ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ଜଟଣୀ ବିଧାୟକ ସୁରେଶ ରାଉତରାୟ, ଭୁବନେଶ୍ୱର ଏମ୍ସ ସଭାପତି ପ୍ରଫେସର ସୁବ୍ରତ ଆଚାର୍ଯ୍ୟ, ଏମସ୍ ନିଦେ୍ର୍ଧଶକ ପ୍ରଫେସର ଗୀତାଞ୍ଜଳି ବାତ୍ମାନବାନେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons