ସାରା ଭାରତ ଦେଖିବ ଉକ୍ରଳୀୟ କଳା ଓ ସଂସ୍କୃତି, ଟ୍ରେନ୍କୁ କରାଗଲା ବ୍ରାଣ୍ଡିଂ, ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସାରା ଭାତର ଦେଖିବ ଉକ୍ରଳୀୟ କଳା ଓ ସଂସ୍କୃତି । ଟ୍ରେନକୁ କରାଗଲା ବ୍ରାଣ୍ଡିଂ । ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍ରେ ଶୋଭା ପାଇଲା ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରା ଭରା କୀର୍ତ୍ତିରାଜି ।

ଟ୍ରେନ୍ରେ ଉକ୍ରଳୀୟ ନୌବାଣିଜ୍ୟ, କୋଣାର୍କର କୀର୍ତ୍ତିରାଜି, ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର, ଚଉଷଠି ଯୋଗୀନି ପୀଠ, ବାଲେଶ୍ୱରର ତଳସାରି ବେଳାଭୂମି, ପୁରୀ ବାଲୁଖଣ୍ଡ ଅଭୟାରଣ୍ୟ, ଭିତରକନିକା, ରତ୍ନଗିରିର ବୌଦ୍ଧ କୀର୍ତ୍ତିରାଜି, ଶିମିଳିପାଳ ଅଭୟାରଣ୍ୟ, ବିଭିନ୍ନ ଜଳପ୍ରପାତ, ନାଲକୋର କଳାକୃତି ଅଙ୍କା ଯାଇଛି ।

ପ୍ରଥମ ଥର ପାଇଁ କୌଣସି ଟ୍ରେନକୁ ଏଭଳି କଳାକୃତିରେ ସଜ୍ଜିତ କରାଯାଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ଷ୍ଟେସନରେ ଏହି ଟ୍ରେନର ଉଦ୍ଘାଟନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ, ଆଗରୁ ହିନ୍ଦୀ ଏବଂ ଇରାଜୀରେ ଟ୍ରେନ୍ ଟିକେଟ୍ କଟାଯାଉଥିବା ବେଳେ ଏବେ ପ୍ରଥମ ଥର ପାଇଁ ଓଡ଼ିଆରେ ଟ୍ରେନ୍ ଟିକେଟ ଦିଆଯିବାର ସ୍ଥିରିକୃତ ହୋଇଛି ।

ଏହି ଉଦଘାଟନି ଉତ୍ସବରେ ଲୋକସଭା ସାଂସଦ ଶ୍ରୀମତି ଅପରାଜିତା ଷଡଙ୍ଗୀ, ରାଜ୍ୟସଭା ସାଂସଦ ଡ. ରଘୁନାଥ ମହାପାତ୍ର, ନାଲ୍କୋ ସିଏମ୍ଡି ଶ୍ରୀ ଶ୍ରୀଧର ପାତ୍ର ଉପସ୍ଥିତ ରହିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons