ପୁରୀ, (ବି.ବି.ବୁ୍ୟରୋ): ପୁରୀରେ ଯେଉଁ ସବୁ ଗୋଶାଳା ଅଛି ସମସ୍ତଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହଯୋଗ ମିଳିବ । ଭିନ୍ନକ୍ଷମ, ରୋଗାକ୍ରାନ୍ତ ଗୋରୁଗାଈଙ୍କୁ ରଖି ସେବା କରୁଥିବା ପ୍ରତି ଗୋଶାଳାକୁ ମିଳିବ ୨ ଲକ୍ଷ ଟଙ୍କା । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହା ଘୋଷଣା କରିବା ସହ ତାଲିକା ପ୍ରଦାନ ନିମନ୍ତେ ଆଗ୍ରହ ପ୍ରକାଶ କରିଛନ୍ତି । ପୁରୀ ଭୋଳାନାଥ ବିଦ୍ୟାପୀଠଠାରେ ଶ୍ରୀରାମ ସୁନ୍ଦରାକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଶ୍ରୀଜଗନ୍ନାଥ ରସ ମହୋତ୍ସବ କାର୍ଯ୍ୟକ୍ରମରେ ଉଦ୍ଘାଟକ ଭାବେ ଯୋଗଦେଇ ସେ ଏହା କହିଥିଲେ । କଟକ ପରେ ପୁରୀରେ ଏହି ଘୋଷଣା କରିଥିବା ଏହି ଅବସରରେ ସୂଚୀତ କରିଥିଲେ । ଗୋଶାଳା ଥିବା ଅନୁÂାନର ତାଲିକା ଦେବା ନିମନ୍ତେ ପରମହଂସ ପ୍ରଜ୍ଞାନନ୍ଦ ଗିରି ମହାରାଜଙ୍କୁ କହିଥିଲେ । ବିଭିନ୍ନ ଗୋସେବକଙ୍କୁ ସମ୍ମାନିତ କରିଥିଲେ ।
କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଭାପତି ବିଷ୍ଣୁଚରଣ ପଣ୍ଡା, ଋଷିକାଚାର୍ଯ୍ୟ କିଶୋରଦାସ ଦେବଜୀ ମହାରାଜ, ଶ୍ରୀମାଧବ ଗୌଡେ଼ଶ୍ୱର ବୈଷ୍ଣୋବାଚାର୍ଯ୍ୟପୁଣ୍ଡରିକ ଗୋସ୍ୱାମୀ ମହାରାଜ, ମାଲୁକ ପୀଠାଧିଶ ସ୍ୱାମୀ ରାଜେନ୍ଦ୍ର ଦାସ ଦେବାଚାର୍ଯ୍ୟ ମହାରାଜ, ପରମହଂସ ପ୍ରଜ୍ଞାନନ୍ଦ ଗିରି ମହାରାଜ, ମହନ୍ତ ରାମକୃଷ୍ଣ ମହାରାଜ ପ୍ରମୁଖ ଯୁଗେଯୁଗେ ଭଗବାନ ଅବତାର ନେଇ ଧର୍ମର ପ୍ରତିÂା କରିବା ଓ ଧର୍ମପଥ ଦେଖାଇଥିବା କହିଥିଲେ । ବିବେକ ପଣ୍ଡିତ ଓ ବିଷ୍ଣୁଦତ୍ତ ଦାସ ପ୍ରାରମ୍ଭିକ ଭାଷଣ ଦେଇଥିଲେ । ରାଜ୍ୟପାଳଙ୍କ ସୁରକ୍ଷା ନିମନ୍ତେ ଜେଡ୍ ପ୍ଲସ୍ ସୁରକ୍ଷା ବ୍ୟବସ୍ଥା ହୋଇଥିଲା । ରାଜ୍ୟପାଳ ବସିଥିବା ମଞ୍ଚରେ କିଛି ଭିନ୍ନତା ଦେଖିବାକୁ ମିଳିଥିଲା । ରାଜ୍ୟପାଳ ସାଧାରଣ ଆସନରେ ବସିଥିବା ବେଳେ ତାଙ୍କଠାରୁ ଉଚ୍ଚ ଆସନରେ ଅନୁÂାନର ଜଣେ ପ୍ରବଚକ ବସିଥିଲେ । ଯାହା ସଭାସ୍ଥଳରେ ଆଲୋଚନାର ବିଷୟ ହୋଇଥିଲା । ଏହାକୁ ନେଇ ଏଠାରେ କୌଣସି ବିରୋଧାଭାସ ଦେଖିବାକୁ ମିଳି ନଥିଲା । କାର୍ଯ୍ୟକ୍ରମ ୭ ଦିନ ଧରି ଚାଲିବ । ଗୋରୁଆଳରେ ହେବାକୁ ଥିବା ‘ସୁରଭି ଗୋମାତା’ ମନ୍ଦିରର ନକ୍ସା ପ୍ରଦାନ କରାଯାଇଥିଲା । ପ୍ରାୟ ୧୮ କୋଟି ବ୍ୟୟରେ ଏହି ମନ୍ଦିର ହେବ ବୋଲି ଅଟକଳ କରାଯାଇଛି ।
Comments are closed, but trackbacks and pingbacks are open.