ବାଲିଗୁଡ଼ା, (ବି.ବି.ନୁ୍ୟଜ୍): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଦାରିଙ୍ଗବାଡ଼ି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଫରେଷ୍ଟର କୈଳାସ ଚନ୍ଦ୍ର ସାହୁ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । କନ୍ଧମାଳର ସାତୋଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଛି ଫୁଲବାଣୀ ଓ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ । ଚଢ଼ଉ ସମୟରେ ୧ କୋଟିରୁ ଉଦ୍ଧ୍ୱର୍ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଛି । ୫ଟି ଘର ଓ ୨ଟି ପ୍ଲଟି ରହିଥିବା ତଦନ୍ତ ବେଳେ ଜଣାପଡ଼ିଛି । ଆଜି ବାଲିଗୁଡ଼ା ବଜାର କଲୋନୀ ବାସଭବନ, ପଣସପଡ଼, ଗୁଳିମରା, ନୂଆସାହି, ପାଟଖଣ୍ଡା ସାହି, ଇଲେକ୍ଟ୍ରିସାହି, ସାରଙ୍ଗଗଡ଼ ସମେତ ଜିଲ୍ଲା ବାହାରେ ଚଢ଼ଉ ହୋଇଛି । ଓଡ଼ିଶାର ବ୍ରହ୍ମପୁର, ପୁରୀ, ଭୁବନେଶ୍ୱର, କଳାହାଣ୍ଡି, ଜିଲ୍ଲାରେ ଅସ୍ଥାବର ସମ୍ପତ୍ତି ଥିବା ତଦନ୍ତରୁ ଜଣାପଡ଼ିଛି । କନ୍ଧମାଳ ଜିଲ୍ଲାରେ ବିଭିନ୍ନ ସରକାରୀ ଜମିରେ ବେଆଇନ ଅଟାଳିକା ନିର୍ମାଣ କରିଥିବା ମଧ୍ୟ ଜାଣିପାରିଛି ଭିଜିଲାନ୍ସ । ଫରେଷ୍ଟର ସାହୁ କୋଟି କୋଟି ଟଙ୍କା ମୂଲ୍ୟର ଅଟ୍ଟାଳିକାର ମାଲିକ ହୋଇଥିବା ଭିଜିଲାନ୍ସ ଠାରେ ଅଭିଯୋଗ ହୋଇଥିଲା । ତୁମୁଡ଼ିବନ୍ଧ ଓ କ. ନୂଆଗାଁ ଫରେଷ୍ଟ ରେଞ୍ଜରେ ରହିଥିବା ସମୟରେ ବହୁ ଦୁର୍ନୀତି କରିଥିବା ଅଭିଯୋଗ ହୋଇଥିଲା । ଫୁଲବାଣୀ ଡିଏସ୍ପି ରବୀନ୍ଦ୍ର ସୁନାଙ୍କ ନେତୃତ୍ୱରେ ୭ଜଣିଆ ଟିମ ଆଜି ଚଢ଼ଉ କରିଛନ୍ତି । ପରବର୍ତ୍ତୀ ସୂଚନା ଅନୁଯାୟୀ ଭିଜିଲାନ୍ସ କୈଳାସଙ୍କୁ ଆଜି ରାତିରେ ଗିରଫ କରିଛି ।
Comments are closed, but trackbacks and pingbacks are open.