ଦିଗପହଣ୍ଡି, (ବି.ବି.ନୁ୍ୟଜ୍): ନୂଆ ବର୍ଷ ଆରମ୍ଭରୁ ଦିଗପହଣ୍ଡିର କଂସାମାରି ଗ୍ରାମରେ ରକ୍ତାକ୍ତ ସଂଘର୍ଷ । ସାମାନ୍ୟ କଥାକୁ କେନ୍ଦ୍ର କରି କେତେକ ଯୁବକ ଲୁହାରଡ୍ରେ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୁରୁତର ହୋଇଛନ୍ତି ସନ୍ତୋଷ ମହାରଣା । ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଦିଗପହଣ୍ଡି ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବ୍ରହ୍ମପୁର ସିଟି ହସ୍ପିଟାଲ୍କୁ ସ୍ଥାନାନ୍ତରିତ କରାଯାଇଛି । ଗାଁର ତିନି ଜଣ ଯୁବକ ମଦ ପିଇ ତାଙ୍କ ପୁଅ ଉପରେ ସଂଘବଦ୍ଧ ଆକ୍ରମଣ କରିଥିବା ମାଆ ଝୁନୁ ମହାରଣା ଅଭିଯୋଗ କରିଛନ୍ତି । କୌଣସି କଥାକୁ ନେଇ କଥା କଟାକଟି ହୋଇଥିଲା । ଆକ୍ରମଣକାରୀମାନେ ଉତ୍ତ୍ୟକ୍ତ ହୋଇ ଲୁହାରଡ୍ରେ ଆକ୍ରମଣ କରିଥିଲେ । ଗାଁ ଦାଣ୍ଡ ମଝିରେ ଆକ୍ରମଣ ହେଉଥିଲେ ମଧ୍ୟ ଲୋକ ପ୍ରତିବାଦ କରିବା ପାଇଁ ସାହାସ କରିପାରିନଥିଲେ । ସନ୍ତୋଷ ଅଚେତ ହୋଇଯିବା ପରେ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ ବୋଲି ଥାନାରେ ଅଭିଯୋଗ କରିଛନ୍ତି ।
Comments are closed, but trackbacks and pingbacks are open.