ବାଲେଶ୍ୱର,(ବି.ବି.ନୁ୍ୟଜ୍): ଅବୈଧ ସମ୍ପର୍କ ରଖିବା ଜଣେ ବିବାହିତା ମହିଳାଙ୍କ ପାଇଁ କାଳ ହୋଇଛି । ସ୍ତ୍ରୀର ସ୍ୱୀକୃତି ମାଗିବାରୁ ପ୍ରେମିକ ଜଣକ ମହିଳାଙ୍କୁ ହତ୍ୟା କରିଛି । ଏଭଳି ଘଟଣା ଶନିବାର ଖନ୍ତାପଡ଼ା ଥାନା ଅନ୍ତର୍ଗତ ବିରୁଁଆ ଗ୍ରାମରେ ଘଟିଛି । ମୃତ ମହିଳା ଜଣକ ହେଲେ ସାହାଜୀପାଟଣାର ଗୀତା ଦାସ(୨୨) ।
ପୁଲିସ୍ ସୂତ୍ରରୁ ପ୍ରକାଶ, ଗୀତା ୮ ବର୍ଷ ତଳେ ନୀଳଗିରି ଅଞ୍ଚଳର ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ । ତାଙ୍କ ୪ ବର୍ଷର ପୁଅଟିଏ ମଧ୍ୟ ରହିଛି । ମାତ୍ର କିଛି ବର୍ଷ ତଳେ ତାଙ୍କ ସ୍ୱାମୀଙ୍କ ସହ ମତଭେଦ ହୋଇଥିଲା । ପରେ ଉଭୟ ଉଭୟଙ୍କ ଠାରୁ ବିଚ୍ଛେଦ ହୋଇଥିଲେ । ଏହି ସମୟରେ ଗୀତା ନୀଳଗିରି ସନ୍ତରାଗଡ଼ିଆ ଅଞ୍ଚଳର ଶଙ୍କୁରୁ ଓରଫ ନିରଞ୍ଜନ ପ୍ରଧାନଙ୍କ ସଂସ୍ପର୍ଶରେ ଆସିଥିଲେ । ନିରଞ୍ଜନ ବିବାହିତ ଥିଲେ ହେଁ ଉଭୟ ବିଭିନ୍ନ ସ୍ଥାନରେ ସ୍ୱାମୀ-ସ୍ତ୍ରୀ ଭଳି ଏକତ୍ର ବସବାସ କରୁଥିଲେ । କିଛି ମାସ ପୂର୍ବରୁ ସେମାନେ ବିରୁଁଆ ଗ୍ରାମର କୁନାନନ୍ଦ ପତିଙ୍କ ଘରେ ଭଡ଼ାରେ ରହୁଥିଲେ ।
କିଛି ମାସ ହେବ ଗୀତା ନିରଞ୍ଜନଙ୍କୁ ବିବାହ କରିବାକୁ ଜିଦ୍ ଧରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବେଳେ ବେଳେ ପାଟିତୁଣ୍ଡ ବି ହେଉଥିଲା । ମାତ୍ର ଗୀତାର ବାପାଘର ଲୋକେ ଏହି ଘଟଣାର ହସ୍ତକ୍ଷେପ କରିବା ପରେ ନିରଞ୍ଜନ ବିବାହ କରିବାକୁ ରାଜି ହୋଇଥିଲା । ଶୁକ୍ରବାର ସେମାନଙ୍କର ବିବାହ ହେବାର ଥିଲା । ମାତ୍ର କୌଣସି କାରଣରୁ ଏହା ବନ୍ଦ ଥିଲା । ଶନିବାର ବିବାହ କାର୍ଯ୍ୟ ହେବାର କାର୍ଯ୍ୟ ସୂଚୀ ଥିଲା । ମାତ୍ର ଶନିବାର ସକାଳେ ପଡେ଼ାଶୀ ଲୋକ ଗୀତାର ମୃତଦେହ ଠାବ କରି ପୁଲିସ୍କୁ ଖବର ଦେଇଥିଲେ ।
ଏହି ଘଟଣା ପରେ ନିରଞ୍ଜନ ଫେରାର ଅଛି । ଗୀତା ବାପା ରବୀନ୍ଦ୍ର ଦାସଙ୍କ ଲିଖିତ ଅଭିଯୋଗ ପରେ ଖନ୍ତାପଡ଼ା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ ସହ ତଦନ୍ତ ଆରମ୍ଭ କରିଛି । ଏନେଇ ଥାନା କେସ୍ ନଂ ୩/୨୦ରେ ମାମଲା ରୁଜୁ ହୋଇଛି । ଗୀତା ନାକରୁ ରକ୍ତ ବାହାରି ଥିବାରୁ ତାଙ୍କୁ ତକିଆ ମାଡ଼ି କିମ୍ବା କୌଣସି ପ୍ରକାରେ ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଥିବା ପୁଲିସ୍ର ସନେ୍ଦହ ପରିସରକୁ ଆସିଛି । ଅପରପକ୍ଷରେ ନିରଞ୍ଜନକୁ ଗିରଫ କରିବା ପାଇଁ ପୁଲିସ୍ ବିଭିନ୍ନ ସ୍ଥାନରେ ଛାନ୍ଭିନ୍ ଆରମ୍ଭ କରିଛି ।
Comments are closed, but trackbacks and pingbacks are open.