୩୪ ମହିଳା ଓ ୮ ଶିଶୁଙ୍କୁ ଉଠାଇନେଲା ପୁଲିସ

Get real time updates directly on you device, subscribe now.

ଟିକିରି,(ବି.ବି.ନୁ୍ୟଜ୍): ଆନେ୍ଦାଳନସ୍ଥଳରୁ ୩୪ ଜଣ ମହିଳା ଓ ୮ ଜଣ ଶିଶୁଙ୍କୁ ଉଠାଇ ନେଲା ପୁଲିସ । ଗିରଫ କରି କୋର୍ଟ ଚାଲାଣ କଲା । କାଶୀପୁର ବ୍ଲକ ବାଫଲାମାଳି ଖଣିକୁ ନେଇ ସ୍ଥାନୀୟ ଲୋକଙ୍କ ଆନେ୍ଦାଳନ ଜାରି ରହିଥିବା ବେଳେ ଶନିବାର ଏହି ଘଟଣା ଦେଖିବାକୁ ମିଳିଛି । ପାଇକକୁପାଖାଲର ଏହି ମହିଳା ଓ ଶିଶୁଙ୍କୁ ଅଣ୍ଡିରାକଞ୍ଚ ପୁଲିସ ଉଠାଇ ନେଇଛି । ନିଜ ହକ୍ ସହ ଖଣିରେ ଚାକିରି ଦାବିରେ ଏମାନେ ଆନେ୍ଦାଳନରେ ବସିଥିଲେ । ଘଟଣା ପରେ କାଶୀପୁର ତହସିଲଦାର୍ ଆନେ୍ଦାଳନସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।
ସୂଚନା ଅନୁସାରେ, ଏହି ବ୍ଲକ ଦୋରାଗୁଡାସ୍ଥିତ ଉକ୍ରଳ ଆଲୁମିନା କମ୍ପାନି ବାଫଲାମାଳିରୁ ଖଣି ଉତ୍ତୋଳନ କାର୍ଯ୍ୟରେ ନିୟୋଜିତ ରହିଛି । ଖଣିରେ ଚାକିରି ଦେବା ଓ ହକ୍ ଦାବିରେ ପାଇକକୁପାଖାଲ ଗାଁ ଲୋକେ କିଛିଦିନ ହେଲା ଖଣି ରାସ୍ତାରେ ବସି ଆନେ୍ଦାଳନ କରୁଛନ୍ତି । ଲୋକଙ୍କ ଆନେ୍ଦାଳନକୁ ଦୃଷ୍ଟିରେ ରଖି ଗତ ନଭେମ୍ବରରୁ କମ୍ପାନିର ଆଖପାଖ ପ୍ରାୟ ୨୪ ଗାଁରେ ପୁଲିସ ୧୪୪ ଧାର ଜାରି କରିଛି । ଗତ ନଭେମ୍ବରରେ ସ୍ଥାନୀୟ ଡିମୁଣ୍ଡି ଗାଁ ଲୋକ ଖଣି ଉତ୍ତୋଳନକୁ ବିରୋଧ କରି କମ୍ପାନି ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ । ସେତେବେଳେ ଦୋରାଗୁଡା ପୁଲିସ କେତେଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପୁଣି ଏବେ ପାଇକକୁପାଖାଲରେ ପୁଲିସର କାର୍ଯ୍ୟାନୁÂାନ ଲୋକଙ୍କ ଅସନ୍ତୋଷକୁ ବଢାଇ ଦେଇଛି । ଘଟଣା ପ୍ରଘଟ ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons