ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଅନଙ୍ଗପୁର ଗ୍ରାମ ନିକଟରେ ଜଣେ ମହିଳାଙ୍କ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ବାଇକରେ ସ୍ଵାମୀ ସ୍ତ୍ରୀ ଯିବା ବେଳେ ରାସ୍ତାରେ ସୋମାନଙ୍କଠାରୁ ଲୁଟ ଉଦ୍ୟମ ହୋଇଛି । ସେହି ସମୟରେ ବାଇକରୁ ପଡି ସ୍ତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି।
ସୂଚନାନୁସାରେ, ଏସ.ଟିକରପଡ଼ା ଅଂଚଳର ସୁମିତ୍ରା ଗୌଡ଼ ଓ ତାଙ୍କ ସ୍ୱାମୀ ସନ୍ତୋଷ ଗୌଡ଼ ପ୍ରଥମେ ଦିଗପହଣ୍ଡି ଆନ୍ଧ୍ର ବ୍ୟାଙ୍କରୁ ୨୦ହଜାର ଟଙ୍କା ଉଠାଇବା ସହ ନିକଟରେ ରଖିଥିବା ଆଉ ୧୫ହଜାର ଟଙ୍କା ଏକ ଭାନିଟିରେ ଧରି ବାଇକରେ ବ୍ରହ୍ମପୁର ଯାଉଥିଲେ। ଅନଙ୍ଗପୁର ଗ୍ରାମ ନିକଟରେ ୨ ଜଣ ପଲସର ବାଇକରେ ଆସି ଭାନିଟି ଝାମ୍ପି ନେଇଥିବା ଅଭିଯୋଗ ହୋଇଛି । ସେହି ସମୟରେ ବାଇକରୁ ପଡି ସୁମିତ୍ରା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ଦିଗପହଣ୍ଡି ଓ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Comments are closed, but trackbacks and pingbacks are open.