ପିକ୍ନିକ୍ ସାରି ଫେରୁଥିବା ବୋଲେରୋ-ଟ୍ରାକ୍ଟର ଧକ୍କା, ୮ ଆହତ

Get real time updates directly on you device, subscribe now.

ଛତ୍ରପୁର, (ବି.ବି.ନୁ୍ୟଜ୍): ରମ୍ଭା ଥାନା ଖଣ୍ଡଦେଉଳି ଛକରେ ବୋଲେରୋ ସହ ଏକ ଇଟା ବୋଝେଇ ଟ୍ରାକ୍ଟରକୁ ଧକ୍କା । ଏହି ଦୁର୍ଘଟଣାରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ଆହତମାନେ ହେଲେ କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାର ମମତା ମଳିକ, ସୁକାନ୍ତି ରାଣୀ, ଅରୁଣ ଜେନା, ଅଭୟ ସାହୁ, ଭାରତୀ ସାହୁ, ମାନସୀ ବେହେରା, ଇନ୍ଦ୍ରମଣି ବେହେରା ଓ ଗଙ୍ଗା ତ୍ରିପାଠୀ । ଏଥିରୁ ୪ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣେ ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି । ଘଟଣା ସ୍ଥଳରେ ହୁମ୍ମା ପୁଲିସ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନା ପଠାଇଥିଲା । ମିଳିଥିବା ସୂଚନା ମୁତାବକ କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାରୁ ତାରାତାରିଣୀ ପୀଠକୁ ବଣଭୋଜି କରି ରବିବାର ପୂର୍ବାହ୍ନ ୧୧ଟାରେ ବୋଲେରୋ (ଓଡି୦୪ଏନ୍-୧୨୪୮) ଯୋଗେ ଗାଁକୁ ଫେରୁଥିଲେ । ଏହି ସମୟରେ ଖଣ୍ଡଦେଉଳି ଛକକୁ ଆସୁଥିବା ଏକ ଇଟା ବୋଝେଇ ଟ୍ରାକ୍ଟର (ଓଡି୦୭ଟି-୪୬୬୧)କୁ ବୋଲେରୋ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଟ୍ରାକ୍ଟର ଡ୍ରାଇଭର ଓ ବୋଲେରୋ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକ ଦୁର୍ଘଟଣାଗ୍ରସ୍ତ ବୋଲେରୋ ଭିତରୁ ଆହତଙ୍କୁ ଉଦ୍ଧାର କରିଥିଲେ । ବୋଲେରୋ ଡ୍ରାଇଭର ଅରୁଣ ଜେନା ସ ବିକାଶ ସେଠୀଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରୁ ସଙ୍କଟାପନ୍ନ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନା ପଠାଇ ଦିଆଯାଇଛି । ଟ୍ରାକ୍ଟର ଡ୍ରାଇଭର ଉଲ୍ଲାସ ସେଠୀ ମଧ୍ୟ ଆହତ ହୋଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons